• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଖୋର୍ଦ୍ଧା କଡ଼ବ ଗାଁରେ ବାପପୁଅଙ୍କୁ ଘରେ ପୂରାଇ ମାଡ଼ ଘଟଣା

  • ଫାକ୍ଟ ଫାଇଣ୍ଡିଂ ଟିମର ଘଟଣାସ୍ଥଳ ପରିଦର୍ଶନ ପରେ ବିଜେପିର ପ୍ରତିକ୍ରିୟା

ଭୁବନେଶ୍ୱର : ’ମାନସ ଦାସଙ୍କୁ ଗିରଫ କରାଯାଉ’ । ଖୋର୍ଦ୍ଧା କଡ଼ବ ଗାଁରେ ବାପପୁଅଙ୍କୁ ଘରେ ପୂରାଇ ମାଡ଼ ଘଟଣାରେ ଫାକ୍ଟ ଫାଇଣ୍ଡିଂ ଟିମର ଘଟଣାସ୍ଥଳ ପରିଦର୍ଶନ ପରେ ବିଜେପିର ଏପରି ପ୍ରତିକ୍ରିୟା ରଖିଛି । ମାନବବାଦୀ ସଂଗଠନ ମୁଖ୍ୟ ମାନସ ଦାସଙ୍କ ଗିରଫ ଦାବି କରିଛି ବିଜେପି । ମାନବବାଦୀ ସଂଗଠନ ମୁଖ୍ୟଙ୍କ ଗିରଫ ଦାବିରେ କାଲିଠୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଛି । ଏହାସହ ମାନସଙ୍କୁ କାହଁକି ଗିରଫ କରାଯାଉନି ବୋଲି କହିଛନ୍ତି SC ମୋର୍ଚ୍ଚା ସଭାପତି ବିଭୂ ତରାଇ । ବିଜେଡି ସହ ମାନସ ଦାସଙ୍କର ଭିତିରିଆ ସମ୍ପର୍କ ଯୋଗୁଁ ଗିରଫ କରାଯାଉନି ବୋଲି ସେ ଅଭିଯୋଗ କରିଛନ୍ତି । ଏଠି ସରକାରରେ ମାନବବାଦ ନାଁରେ ଦାନବ ଶାସନ ଚାଲିଛି ବୋଲି କହିଛନ୍ତି ବିଭୂ ତରାଇ ।

ସେପଟେ ଧୀରେ ଧୀରେ ମାନବବାଦ ସଂଗଠନର ଗୁମରି ଖୋଲୁଛି । ଲୋକଙ୍କୁ ନିର୍ଯାତନା, ଧମକ ଚମକ ଦେବାର ଅନେକ ଭିଜୁଆଲ ସାମ୍ନାକୁ ଆସିବା ପରେ ଏବେ ଏହାର ଏକ ଲିଫଲେଟ୍ ମଧ୍ୟ ସାମନାକୁ ‌ଆସିଛି । ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଂଚ ନାମରେ ଭାଇରାଲ ହେଉଛି ଏକ ଶପଥ ପତ୍ର । ଏହି ଶପଥ ପତ୍ର ଅନୁସାରେ ମାନବବାଦ ସଂଗଠନର ସଦସ୍ୟଙ୍କୁ ଶପଥ କରାଯାଉଥିଲା । ସେମାନଙ୍କ ସାମାଜିକ ଦାୟିତ୍ୱ, ବ୍ୟକ୍ତିଗତ କର୍ତ୍ତବ୍ୟ ଏଥିରେ ଉଲ୍ଲେଖ ରହିଛି । ନିଜକୁ ଦ୍ରାବିଡ ବୋଲି ଉଲ୍ଲେଖ କରିବା ସହ ଆର୍ଯ୍ୟମାନେ ସେମାନଙ୍କର ଶତ୍ରୁ ବୋଲି ଶପଥ ପତ୍ରରେ ଲେଖା ରହିଛି ।

ମୁଁ ସିନ୍ଧୁ ସଭ୍ୟତାର ରାଜ ପରିବାର ସଦସ୍ୟ ଅଟେ । ମୋର ଜାତି, ଧର୍ମ, ବର୍ଣ୍ଣ, ସମାଜ ଓ ସଂସ୍କୃତି ଦ୍ରାବିଡ଼ ଅଟେ । ମୋ ସମାଜ ହିଁ ମୋ ପରିବାର, ପରିଚୟ ଓ ଅସ୍ତିତ୍ୱ ଅଟେ ବୋଲି ଏଥିରେ ଲେଖା ଯାଇଛି । ଏହା ବ୍ୟତୀତ ଶପଥ ପତ୍ରରେ ଆହୁରି ଅନେକ ବିବାଦୀୟ କଥା ଲେଖା ହୋଇଛି ।

ସେହିପରି ଲୋକଙ୍କୁ ସଂଗଠନରେ ମିଶିବାକୁ ବାଧ୍ୟ କରୁଥିଲେ, ଆଉ ଯଦି ଏଥିରେ ଅରାଜି ହୁଅନ୍ତି ତେବେ ତାଙ୍କୁ ଦିଆଯାଉଥିବା ଅକଥନୀୟ ଅତ୍ୟାଚାର । ଖୋର୍ଦ୍ଧା ହଳଦିଆ ପଞ୍ଚାୟତ ଦଣ୍ଡେଇ ସାହିର ୨ ପରିବାର କିଛି ଦିନ ପୂର୍ବରୁ ଏପରି ଅଭିଯୋଗ କରିଛନ୍ତି । ୨୦୧୪ ମସିହାରେ ତାଙ୍କ ସହ ମାନବବାଦୀ ସଂଗଠନର ସମର୍ଥକ ଘରେ ପଶି ଭିଆଇଥିଲେ ଗୁଣ୍ଡରାଜ । ବୟସ୍କ, ମହିଳା ଏବଂ ଶିଶୁ କାହାରିକୁ ବି ଛାଡ଼ି ନଥିଲେ । ସୁନା ଅଳଙ୍କାର ଲୁଟିଥିଲେ, ଏପରିକି ମହିଳାଙ୍କ କପଡ଼ା ବି ଘରୁ ନେଇ ଯାଇଥିଲେ ।