• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି

  • ୮୧ ଜଣଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ ପରେ ଚାର୍ଜସିଟ୍ ହୋଇଛି

  • ବିଦ୍ୟାଭାରତୀ ହିଁ ଅଭିଯୁକ୍ତ କହିଲେ କ୍ରାଇମବ୍ରାଞ୍ଚ ଏଡିଜି

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପ୍ରେସମିଟ୍ ଜରିଆରେ ଏପରି ସୂଚନା ଦେଇଛନ୍ତି। ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି । ବିଦ୍ୟାଭାରତୀଙ୍କ ନାଁରେ ଦଫା ୨୮୫ ଓ ୩୦୪(ଏ)ରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଏହାସହ CRPC ୪୧ ଧାରାରେ ବିଦ୍ୟାଭାରତୀଙ୍କୁ ନୋଟିସ୍ କରାଯାଇଛି । ବିଦ୍ୟାଭାରତୀ ହିଁ ଘଟଣାରେ ଦୋଷୀ ବୋଲି କହିଛନ୍ତି ଏଡିଜି । ତେବେ କେବଳ ବିଦ୍ୟାଭାରତୀ ହିଁ ଦୋଷୀ କି ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି ଏଡିଜି । ତଦନ୍ତରେ ଯେତିକି ମିଳିଲା ଚାର୍ଜସିଟ୍‌ରେ ସେତିକି ଦିଆଯାଇଛି ବୋଲି କହିଛନ୍ତି ।

 ବିଦ୍ୟାଭାରତୀଙ୍କ ନାଁରେ ଲାଗିଛି ଦଫା ୨୮୫ ଓ ୩୦୪ (A) । ଯେଉଁଥିରେ ସର୍ବାଧିକ ୭ ବର୍ଷ ଯାଏଁ ହୋଇପାରେ ଦଣ୍ଡବିଧାନ । ଆଇପିସି ୩୦୪ (A) ହେଉଛି- ଯଦି କୌଣସି ବ୍ୟକ୍ତିର ଅବହେଳାରୁ ଅପରପକ୍ଷର ଜୀବନହାନୀ ହୁଏ କିମ୍ବା ଅସାବଧାନତା ଯୋଗୁଁ ଅନ୍ୟର ମୃତ୍ୟୁ ହୁଏ, ସେହି କ୍ଷେତ୍ରରେ ଏହି ଧାରା ଲାଗୁ ହୋଇଥାଏ। ଏହି ମାମଲାରେ ସର୍ବାଧିକ ୨ ବର୍ଷ ଯାଏ ଦଣ୍ଡବିଧାନର ପ୍ରାବଧାନ ରହିଛି । ସେହିଭଳି ଆଇପିସି ଧାରା-୨୮୫ ହେଉଛି କୌଣସି ଜ୍ୱଳନ ପଦାର୍ଥ ଦ୍ୱାରା କ୍ଷତି ପହଞ୍ଚାଇବା କିମ୍ବା ସଙ୍କଟାପନ୍ନ ସ୍ଥିତି ସୃଷ୍ଟି କରିବା । ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ବର୍ଷେ ଯାଏଁ ଜେଲ୍ ଦଣ୍ଡ ଓ ଜୋରିମାନା ହୋଇପାରେ ।  ଜୋରିମାନା ଦାଖଲ ନକଲେ ଅଧିକ କିଛି ମାସ ଜେଲରେ ବି ରହିବାକୁ ପଡ଼ିପାରେ । ତେବେ ଏତେ ସମ୍ବେଦନଶୀଳ ଘଟଣାରେ ବିଦ୍ୟାଭାରତୀଙ୍କ ବିରୋଧରେ ଲାଗିଥିବା ଦଫାକୁ ନେଇ ପ୍ରଶ୍ନ ଉଠାଇବା ସହ ଘଟଣାକୁ ଭିନ୍ନ ଦିଗ ଦେବାକୁ ଚେଷ୍ଟା କରାଯାଇଥିବା ପୂର୍ବତନ ବିଚାରପତି ଜଷ୍ଟିସ୍ ରତ୍ନାକର ଦାସ କହିଛନ୍ତି ।

ଅନ୍ୟପଟେ କ୍ରାଇମବ୍ରାଞ୍ଚର ଏହି ପଦକ୍ଷେପରେ କିନ୍ତୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର । ଯେଉଁ ଦଫା ଲଗାଯାଇଛି, ତାହା ପ୍ରମାଣିତ କରିବା ମୁସ୍କିଲ ବୋଲି କହିଛନ୍ତି ସୌମ୍ୟଙ୍କ ପରିବାରର ଓକିଲ ପାର୍ଥସାରଥୀ ନାୟକ । ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ସୌମ୍ୟଙ୍କ ବାପା ଆବେଦନ କରିଥିବା ସେ ସୂଚନା ଦେଇଛନ୍ତି ।

 

ଗତ ରାତିରେ ଦାଖଲ ହୋଇଥିବା ୩ଶହ ପୃଷ୍ଠାର ଚାର୍ଜସିରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନଚିଟ୍ ଦି‌ଆଯିବା ସହ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଘଟଣା ପାଇଁ ଦାୟୀ କରିଛି କ୍ରାଇମବ୍ରାଞ୍ଚ । ଜୁଲାଇ ୧୨ ରାତିରେ କିଛି କାଗଜ ପୋଡିବା ବେଳେ ସୌମ୍ୟରଂଜନଙ୍କ ଦେହରେ ଦୁର୍ଘଟଣାବଶତଃ ନିଆ ଲାଗିଯାଇଥିଲା । ଯାହା ଫଳରେ ସେ ୯୫ ପ୍ରତିଶତ ପୋଡି ହୋଇଯାଇଥିଲେ । କିନ୍ତୁ ସେହି ସମୟରେ ସୌମ୍ୟଙ୍କ ସହ ଥିବା ତାଙ୍କ ପତ୍ନୀ ବିଦ୍ୟାଭାରତୀ ସୌମ୍ୟଙ୍କୁ ଉଦ୍ଧାର କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ନିଜେ ନିଆଁ ଲିଭାଇନଥିଲେ କି ଲିଭାଇବାକୁ କାହାକୁ ଡାକି ନଥିଲେ। ତେଣୁ ସୌମ୍ୟରଞ୍ଜନଙ୍କ ଶରୀର ୯୫ ପ୍ରତିଶତ ପୋଡି ହୋଇଯାଇଥିଲା ଏବଂ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଆଖି ସାମ୍ନାରେ ସ୍ୱାମୀ ପୋଡ଼ିଯାଉଥିଲେ ସୁଦ୍ଧା ରକ୍ଷା ନକରିବାରୁ ବିଦ୍ୟାଭାରତୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ବିଦ୍ୟାଭାରତୀଙ୍କ ନାଁରେ ଦଫା ୨୮୫ ଓ ୩୦୪ (ଏ) ଲଗାଯାଇଛି ବୋଲି ଏଡିଜି ରହିଛନ୍ତି । ପରେ ମାମଲାର ଗମ୍ଭୀରତାକୁ ଦେଖି ଏହାକୁ କ୍ରାଇମବ୍ରାଞ୍ଚକୁ ସ୍ଥାନାନ୍ତର କରାଯାଇଥିଲା।