• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • honeyପୋଲିସ କବ୍‌ଜାରେ ଆଞ୍ଜେଲ ପିୟୁ ।

  • ଫେସ୍‌ବୁକ୍‌ରେ ଜାଲ ବିଛାଇ ଲୁଟ୍ ଘଟଣାରେ ବଙ୍ଗୀୟ ଯୁବତୀଙ୍କୁ ଗିରଫ କରିଛି ପୋଲିସ ।

  • ଭୁବନେଶ୍ୱର ସହିଦ ନଗର ଥାନା ପୋଲିସ୍ ଉକ୍ତ ଯୁବତୀଙ୍କୁ ଗିରଫ କରିଛି ।

ଭୁବନେଶ୍ୱର: ପୋଲିସ କବ୍‌ଜାରେ ଆଞ୍ଜେଲ ପିୟୁ । ଫେସ୍‌ବୁକ୍‌ରେ ଜାଲ ବିଛାଇ ଯୁବକଙ୍କ ଘରୁ ଲୁଟ୍ ଘଟଣାରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଗିରଫ କରିଛି ପୋଲିସ । ଭୁବନେଶ୍ୱର ସହିଦ ନଗର ଥାନା ପୋଲିସ୍ ଉକ୍ତ ଯୁବତୀଙ୍କୁ ଗିରଫ କରିଛି ।

ବର୍ତ୍ତମାନର ଯୁବପିଢ଼ି ସୋସିଆଲ ମିଡିଆର ବହୁଳମାତ୍ରାରେ ବ୍ୟବହାର କରୁଛନ୍ତି । ଏମିତିକି ନିଜର ଛୋଟ ଛୋଟ ଦୈନନ୍ଦିନ ଘଟଣା ସବୁକୁ ମଧ୍ୟ ସେମାନେ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ହେଲେ ସୋସିଆଲ ମିଡିଆରେ ଏବେ ଏଭଳି କିଛି ଯୁବକ ତଥା ଯୁବତୀ ମାତିଛନ୍ତି ଯେଉଁମାନେ, ଏହି ସବୁ ପୋଷ୍ଟ ଦେଖି ଲୋକଙ୍କ ହାବଭାବ ଚାଲିଚଳନକୁ ପରଖିଥାନ୍ତି । ପରେ ସେମାନଙ୍କ ସହ ବନ୍ଧୁତା କରି ସେମାନଙ୍କୁ ଫସାଇଥାନ୍ତି । 

ଫେସ୍‌ବୁକ୍‌ରେ ଚାଟିଂ, ପ୍ରେମ ପରେ ବିବାହ ଆଉ ତାପରେ ବିଚ୍ଛେଦ । ଏହା ଏବେ ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି । ପ୍ରତ୍ୟେକ ଦିନ ଖବର କାଗଜରେ ତଥା ବିଭିନ୍ନ ଗଣମାଧ୍ୟମରେ ଏଭଳି ଖବର ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ, ଫେସ୍‌ବୁକ୍‌ରେ ପ୍ରେମ ନାଁ ତଥା ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଲୁଟ୍‌ କରାଯାଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ହେଲେ ତଥାପି ଲୋକେ ସଚେତନ ହେଉନଥିବା ଦେଖାଯାଉଛି ।

ଏବେ ଠିକ୍‌ ସେମିତି ଏକ ଘଟଣା ପୁଣି ସାମ୍ନାକୁ ଆସିଛି । କୋଲକାତାର ଜଣେ ଯୁବତୀ ଫେସ୍‌ବୁକ୍‌ରେ ଜଣେ ଯୁବକଙ୍କ ସହ ବନ୍ଧୁତା କରିଥିଲେ । ଏଭଳି କିଛି ଦିନ ଚାଟିଂ କରିବା ପରେ ବଙ୍ଗୀୟ ଯୁବତୀ ଓ ଉକ୍ତ ଯୁବକଙ୍କ ମଧ୍ୟରେ ବନ୍ଧୁତା ସୁଦୃଢ଼ ହୋଇଥିଲା । ଯୁବତୀ ଜଣକ ନିଜ କଥା ବାର୍ତ୍ତା ଦ୍ୱାରା ଯୁବକଙ୍କ ବିଶ୍ୱାସ ଜିତିଥିଲେ । ଆଉ ବନ୍ଧୁତାର କିଛି ଦିନ ପରେ ଯୁବତୀ ଜଣକ ଯୁବକଙ୍କ ଘରକୁ ଆସିଥିଲେ । ଆଉ ସାଙ୍ଗରେ ଭଗବାନଙ୍କ ପ୍ରସାଦ ମଧ୍ୟ ଧରି ଆସିଥିଲେ ।

ସେହି ପ୍ରସାଦ ଖାଇବା ପରେ ଯୁବକ ଜଣକ ଅଚେତ ହୋଇପଡ଼ିଥିଲେ । ତା’ପରେ ଏହାର ସୁଯୋଗ ନେଇ ଯୁବତୀ ଜଣକ ଉକ୍ତ ଘରୁ ୧୦ ଲକ୍ଷ ଟଙ୍କା ସହ ଅନେକ ଗହଣା ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣକ ପୁରୀ ସହରର ବଳିଆପଣ୍ଡା ନିକଟରେ ରହୁଥିଲେ । ନିଜକୁ ଜଣେ ପ୍ରତିଷ୍ଠିତ କଲେଜର କର୍ମଚାରୀ ବୋଲି ପରିଚୟ ଦେଇ ଯୁବକଙ୍କ ସହ ସେ ବନ୍ଧୁତା କରିଥିଲେ । ଗତ ଅଗଷ୍ଟ ୧୫ରେ ସେ ଯୁବକଙ୍କ ଘରକୁ ଆସିଥିଲେ । ଆଉ ସେହିଦିନ ହିଁ ନିଶା ମିଶ୍ରିତ ପ୍ରସାଦ ଦେଇ ଯୁବକଙ୍କ ଘରୁ ଲୁଟ୍‌ କରିଥିଲେ । ମାମଲାର ଖୋଳତାଡ଼ କରି ପୋଲିସ ସଂପୃକ୍ତ ଯୁବତୀଙ୍କୁ ଗିରଫ କରିବା ସହ ଚୋରି ସୁନା ଗହଣା ଓ ଟଙ୍କା ଜବତ କରିଥିବା ଜଣାପଡ଼ିଛି ।