• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଚାଲି ଥିବାବେଳେ ଏବେ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ସାମ୍ନାକୁ ଆସିଛି। ବିଦ୍ୟାଭାରତୀଙ୍କ ଏହି ହାତଲେଖା ଖାତାରେ ଅକ୍ଷୟ ନାମକ ଜଣେ ବ୍ୟକ୍ତିଙ୍କ ନାଁ ସେ ଉଲ୍ଲେଖ କରିଛନ୍ତି। କିଏ ଏହି ଅକ୍ଷୟ ? ତାଙ୍କୁ ନେଇ ଏବେ ଚର୍ଚ୍ଚା। ଖାତାରେ ବିଦ୍ୟାଭାରତୀ ଲେଖିଥିବା ବିଭିନ୍ନ କଥାକୁ ନେଇ ସୌମ୍ୟଙ୍କ ଭାଇ ପ୍ରଶ୍ନ ଉଠାଇଛନ୍ତି। ଖାତାରେ ଯାହା ସବୁ ଲେଖା ଯାଇଛି, ସେଥିରୁ ବିଦ୍ୟାଭାରତୀ ସୌମ୍ୟଙ୍କୁ କିଭଳି ଭଲ ପାଉଥିଲେ, ସେନେଇ ବୁଝାପଡ଼ୁଛି ବୋଲି ସୌମ୍ୟଙ୍କ ଭାଇ କହିଛନ୍ତି।

ସୌମ୍ୟଙ୍କ ମୃତ୍ୟୁ କେମିତି ଓ କାହିଁକି ହେଲା ? ଏହାର ଉଚିତ୍‌ ତଦନ୍ତ କରିବା ସହ ନ୍ୟାୟ ମିଳୁ ବୋଲି ସୌମ୍ୟଙ୍କ ପରିବାର ଲୋକ କହିଛନ୍ତି। ସୌମ୍ୟଙ୍କ ମା’ କହିଛନ୍ତି, ‘ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ସୌମ୍ୟ-ବିଦ୍ୟାଭାରତୀ ଏକାସଙ୍ଗରେ ରହୁଥିଲେ। ହେଲେ ଏପର୍ଯ୍ୟନ୍ତ କାହିଁକି ବିଦ୍ୟାଭାରତୀଙ୍କୁ ଗିରଫ କରାଯାଉ ନାହିଁ। ସେ(ବିଦ୍ୟାଭାରତୀ) ସବୁ ଜାଣିଛି। ଏବେ ଏତେ କଥା କହିପାରୁଛି, ସେତେବେଳକୁ କାହିଁକି ଅନ୍ଧାର ଭିତରେ ରଖିଥିଲା ? ବିଦ୍ୟାଭାରତୀକୁ ଗିରଫ କରାଯାଉ ଓ ତା’ପାଖରୁ ସବୁ ତଥ୍ୟ ବାହାର କରାଯାଉ। ସେ ସବୁ ଜାଣିଛି। ସବୁ ଜାଣିକି ଘଣ୍ଟ ଘୋଡ଼ାଉଛି। ତା’ ବାପାମା’ ମଧ୍ୟ ସବୁକଥା ଜାଣିଛନ୍ତି। ଆମକୁ ଅନ୍ଧାରରେ ରଖି ଏଭଳି ପରିସ୍ଥିତି ସୃଷ୍ଟି କଲେ।’

‘୬ ମାସ ହେଲା ବାହାଘର ହୋଇଛି। ପୁଅ-ବୋହୂ ପାରଳାଖେମୁଣ୍ଡିରେ ରୁହନ୍ତି। ପୁଅ-ବୋହୂ ଗୋଟିଏ ରୁମ୍‌ରେ ଥିଲେ। ପୁଅ ପୋଡ଼ିଗଲା, ହେଲେ ବୋହୂ କେମିତି ଜାଣିପାରିଲା ନାହିଁ ? ମୁଖ୍ୟ ଆସାମୀ ବୋହୂ। ବୋହୂକୁ ଗିରଫ କରାଗଲା ନାହିଁ କାହିଁକି ? ତେଣୁ ଏହା ପଛରେ କିଛି ଚକ୍ରାନ୍ତ ଚାଲିଛି। ବୋହୂକୁ କ’ଣ ପାଇଁ ଜେରା କରାଯାଉ ନାହିଁ କାହିଁକି ? ବୋହୂକୁ ଗିରଫ କଲେ ସବୁ ତଥ୍ୟ ସାମ୍ନାକୁ ଆସିବ’ ବୋଲି ସୌମ୍ୟଙ୍କ ବାପା କହିଛନ୍ତି।

ବଲାଙ୍ଗିରରେ ପାରଳାଖେମୁଣ୍ଡି ପୋଲିସର ୫ ଜଣିଆ ଟିମ୍ ପହଞ୍ଚିଛନ୍ତି। ବିଦ୍ୟାଭାରତୀ ପ୍ରଶିକ୍ଷଣ ନେଉଥିବା ବଲାଙ୍ଗିର ଲର୍କିପାଲିରେ ଥିବା ଏଲ୍‌ଆଇ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ଯାଇ ପୋଲିସ ଖୋଳତାଡ଼ କରୁଛି। ବିଦ୍ୟାଭାରତୀ ଦେଇଥିବା ପାର୍ଟି ସମ୍ପର୍କରେ ତଥ୍ୟ ଯୋଗାଡ଼ କରୁଛି ପୋଲିସ। ପାରଳାଖେମୁଣ୍ଡି ଆଇଆଇସିଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଏହି ଖୋଳତାଡ଼ କରୁଛି। ସୌମ୍ୟଙ୍କ ମୃତ୍ୟୁ କେମିତି ଓ କାହିଁକି ହେଲା ? ଏହାର ଉଚିତ ତଦନ୍ତ କରିବା ସହ ନ୍ୟାୟ ମିଳୁ ବୋଲି କହିଛନ୍ତି ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି।