• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • DFOଙ୍କ ଲାଇ ଡିଟେକ୍ସନ ଟେଷ୍ଟ ।

  • ଭୁବନେଶ୍ୱର ଫୋରେନସିକ ଲ୍ୟାବରେ ଲାଇ ଡିଟେକ୍ସନ ଟେଷ୍ଟ ।

  • ପ୍ରାୟ ୩ ଘଣ୍ଟାରେ ଶହେରୁ ଅଧିକ ପ୍ରଶ୍ନ ।

ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ DFOଙ୍କ ଲାଇ ଡିଟେକ୍ସନ ଟେଷ୍ଟ । ଭୁବନେଶ୍ୱର ଫୋରେନସିକ ଲ୍ୟାବରେ ତାଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି । ପ୍ରାୟ ୩ ଘଣ୍ଟା କାଳ ତାଙ୍କୁ ଟେଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଛି । ଶହେରୁ ଅଧିକ ପ୍ରଶ୍ନ ତାଙ୍କୁ ପଚରା ଯାଇଥିବା ସୂଚନା ରହିଛି । ଲାଇ ଡିଟେକ୍ସନ ଟେଷ୍ଟ ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ସୂଚନାଥାଉ କି, ଏସିଏଫ ସୌମ୍ୟ ରଂଜନ ମହାପାତ୍ର ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । ଅଭିଯୁକ୍ତ ଏବଂ ସାକ୍ଷୀଙ୍କ ବୟାନ ପରେ ତଦନ୍ତ ଆଗକୁ ବଢ଼ୁଛି । ପୋଲିସ ଓ କ୍ରାଇମବ୍ରାଞ୍ଚ ଆଗରେ ଦେଇଥିବା ବୟାନର ତାଳମେଳ ନେଇ ମଧ୍ୟ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । ଯଦି ଅଭିଯୁକ୍ତ ଏବଂ ସାକ୍ଷୀମାନଙ୍କ ବୟାନରେ ତାଳମେଳ ନରହେ, ତାହେଲେ ପୁଣି ଥରେ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ।

ACF ସୌମ୍ୟ ରଞ୍ଜନ ନିଜ ସରକାରୀ ବାସଭବନରେ ପୋଡି ହୋଇ ମୃତ୍ୟୁ ବରଣ କରିଛନ୍ତି । ଏହି ଘଟଣାକୁ ଇତିମଧ୍ୟରେ ୫୫ରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରି ପାରିନି ପୋଲିସ । ଯାହାକୁ ନେଇ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଥମେ ପାରଳାଖେମୁଣ୍ଡି ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏବେ କ୍ରଇମବ୍ରାଞ୍ଚ ହାତରେ ରହିଛି ତଦନ୍ତ ଭାର । ପାରଳାଖେମୁଣ୍ଡି ଏସ୍‌ପି ତପନ ପଟ୍ଟନାୟକ ପ୍ରଥମେ ଡିଏଫ୍‌ଓଙ୍କୁ ପଚରାଉଚରା କରି କ୍ଲିନ୍‌ ଚିଟ୍‌ ଦେଇଥିବା ବେଳେ ଏବେ ଡିଏଫ୍‌ଓଙ୍କ ଉପରେ ରହିଛି କ୍ରାମବ୍ରାଞ୍ଚ ନଜର । ବାରମ୍ବାର ତାଙ୍କୁ ଜେରା କରୁଛି । 

କିଛି ଦିନ ପୂର୍ବରୁ ଏହି ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା । ତଦନ୍ତରେ ଜାଣିଶୁଣି ଅବହେଳା କରାଯାଉଛି ଏବଂ ତଦନ୍ତର ମୋଡକୁ ଦିଗହରା କରିବା ପାଇଁ ଚାପ ପକାଯାଉଥିବା ଜଳଜଳ ହୋଇ ଦିଶୁଛି ବୋଲି ସାଧାରଣରେ ଅଭିଯୋଗ ଉଠିଥିଲା । ଏମିତିକି ସୌମ୍ୟଙ୍କୁ ନ୍ୟାୟ ଦାବିରେ ଖଇରା ନାଗରିକ ମଞ୍ଚ ପକ୍ଷରୁ ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା ।