• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆସିଛି ଜୁଲାଇ ମାସ ପାଇଁ ନୂଆ ଗାଇଡଲାଇନ୍ ।

  • ଅଗଷ୍ଟ ୧ ଯାଏଁ  ସାରା ରାଜ୍ୟରେ ଆଂଶିକ ଲକଡାଉନ ଜାରି ରହିବ ।

  • ପାର୍କ, ମଲ୍, ସିନେମା ହଲ୍ ଖୋଲିବ ନାହିଁ । 

ଭୁବନେଶ୍ୱର: ଆସିଛି ଜୁଲାଇ ମାସ ପାଇଁ ନୂଆ ଗାଇଡଲାଇନ୍ ।  ଅଗଷ୍ଟ ୧ ଯାଏଁ  ସାରା ରାଜ୍ୟରେ ଆଂଶିକ ଲକଡାଉନ ଜାରି ରହିବ । ତେବେ ଏହି ସମୟରେ ସବୁଠୁ ବଡ଼ କଥା ହେଲା, ରାଜ୍ୟରେ ପାର୍କ, ମଲ୍, ସିନେମା ହଲ୍ ଖୋଲିବ ନାହିଁ । ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ମେଳା, ପ୍ରଦର୍ଶନୀ, ଯାତ୍ରା ମଧ୍ୟ ବନ୍ଦ ରହିବ । ସେହିଭଳି ବାହାଘର, ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣା ପୂର୍ବପରି ଜାରି ରହିବ । ସ୍କୁଲ, କଲେଜ, କୋଚିଂ ସେଣ୍ଟର ଖୋଲିବାକୁ ମଧ୍ୟ ଅନୁମତି ନାହିଁ । ଯଦି କେହି ନିୟମ ଉଲଂଘନ କରନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ଅନ୍ୟପଟେ ବାର୍ ବନ୍ଦ ରିହିବ ବୋଲି ନିର୍ଦେଶ ନିଆଯାଇଥିବା ବେଳେ ରେଷ୍ଟୁରାଣ୍ଟମାନେ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ । ଗ୍ରାହକଙ୍କୁ ରେଷ୍ଟୁରାଣ୍ଟରେ ବସାଇ ଖାଦ୍ୟ ଖାଇବାକୁ ଦେବା ପାଇଁ ଅନୁମତି ଦିଆଯାଇ ନାହିଁ । 

ପୂର୍ବ ଭଳି କାଟାଗୋରୀ Aରେ ୨୦ଟି ଜିଲ୍ଲା, କାଟାଗୋରୀ Bରେ ୧୦ଟି ଜିଲ୍ଲାକୁ ସ୍ଥାନୀତ କରାଯାଇଛି । କାଟେଗୋରୀ Aରେ ସପ୍ତାହକ ୭ ଦିନ ଯାକ ଦୋକାନ ବଜାର ଖୋଲିବ । ସାପ୍‌ହିକ ସଟ୍‌ଡାଉନ୍‌ ନିଷ୍ପତିକୁ ପ୍ରତ୍ୟାହାର କରାଯାଇଛି । ତେବେ ଦୋକାନ ବଜାର ଗୁଡ଼ିକୁ ସଂଧ୍ୟା ୬ଟା ଯାଏଁ ପୂର୍ବରୁ ଖୋଲିବାକୁ ଅନୁମତି ଥିବା ବେଳେ ଏବେ ରାତି ୮ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି ।

ସେହିପରି କାଟେଗୋରୀ Bରେ ପୂର୍ବରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଥିବା ବେଳେ ଏବେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି । କାଟେଗୋରୀ Bରେ ଥିବା ୧୦ଟି ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ ପୂର୍ବ ଭଳି ବଳବତ୍ତର ରହିବ । ପାର୍କ, ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ, ଯାତ୍ରା ପୂର୍ବ ଭଳି ବନ୍ଦ ରହିବ । ବାହାଘର, ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣା ପୂର୍ବପରି ଜାରି ରହିବ ।

ଆହୁରି ଏକ ବଡ଼ କଥା ହେଲା ରାଜ୍ୟରେ ଏବେ ବିୟୁଟି ପାର୍ଲର, ସ୍ପା, ଜିମ୍ ଓ ସେଲୁନ୍ ଖୋଲା ରହିବ । କାଟେଗୋରୀ A ଜିଲ୍ଲାରେ ଏସବୁ ସକାଳ ୬ଟାରୁ ରାତି ୮ଟା ଯାଏ ଖୋଲିବ । ହେଲେ କାଟେଗୋରୀ B ଜିଲ୍ଲାରେ ସକାଳ ୬ଟାରୁ ସଂଧ୍ୟା ୫ଟା ଯାଏ ଖୋଲା ରହିବ । ତେବେ ଯେଉଁଠି ସପ୍ତାହାନ୍ତ ସଟଡାଉନ ଥିବ ସେଠାରେ ସେଦିନ ଏସବୁ ବନ୍ଦ ରହିବ । ସେହିପରି ସମଗ୍ର ରାଜ୍ୟରେ କାଲିଠାରୁ ବସ୍ ଚଳାଚଳ କରିବ । ଯେତିକି ସିଟ୍ ସେତିକି ଯାତ୍ରୀ ରହିବେ । ତା’ଛଡ଼ା ଟ୍ୟାକ୍ସି, ଅଟୋ ରିକ୍ସା ମଧ୍ୟ ଚଳାଚଳ କରିପାରିବ । ସେହିପରି ସାରା ରାଜ୍ୟରେ ଇନଡୋର ଓ ଆଉଟଡୋର ଫିଲ୍ମ ସୁଟିଂକୁ ଅନୁମତି ଦିଆଯାଇଛି ।