• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୬୮ ପ୍ରତିଶତ ଲୋକଙ୍କ ଠାରେ ସୃଷ୍ଟି ହୋଇଛି ଆଣ୍ଟିବଡି

  • ଟିକାକରଣ ସତ୍ତ୍ୱେ ୧୩ ରାଜ୍ୟରେ ବଢ଼ୁଛି ସଂକ୍ରମଣ

ନୂଆଦିଲ୍ଲୀ : ଦ୍ୱିତୀୟ ଲହରୀ ସାମାନ୍ୟ ଥମିଥିବା ବେଳେ ଦେଶରେ ତୃତୀୟ ଲହରୀ ଭୟ ବଢ଼ି ବଢ଼ି ଚାଲିଛି । ସମଗ୍ର ବିଶ୍ୱରେ କରୋନା ଭ୍ୟାକସିନ୍ ଲଗାଇବା ସତ୍ତ୍ୱେ ତୀବ୍ର ବେଗରେ କରୋନା ସଂକ୍ରମଣ ବଢ଼ିଚାଲିଛି । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କରୋନାର ତୃତୀୟ ଲହରୀ ଆରମ୍ଭ ହୋଇସାରିଥିଲା ସ୍ପଷ୍ଟ ସଙ୍କେତ ମିଳୁଛି । ବ୍ରିଟେନ, ଆମେରିକା ଏବଂ ଋଷ ସମେତ ଅନେକ ବଡ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ଭାରତ ପାଇଁ ଚିନ୍ତା ବଢ଼ାଇଛି । ଯଦିଓ ଦେଶର ପ୍ରାୟ ୬୮ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି, ତଥାପି ପ୍ରତିଦିନ ପ୍ରାୟ ୪୦ ହଜାର ସଂକ୍ରମିତ ଚିହ୍ନଟ ହେବା ସତର୍କ ଘଣ୍ଟି ଠାରୁ କମ୍ ନୁହେଁ । କରୋନା ସଂକ୍ରମଣ ଫ୍ଲାଟୋ ସ୍ଥିତିରେ ଥିବାବେଳେ ଆଗାମୀ ସମୟରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା କରି ବିଶେଷଜ୍ଞମାନେ ଉଦବେଗ ପ୍ରକାଶ କରିଛନ୍ତି ।

କରୋନାର ଦ୍ୱିତୀୟ ଲହରୀ ପରେ କରାଯାଇଥିବା ସେରୋ ସର୍ଭେ ଅନୁସାରେ ଦେଶର ୬୮ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି । ଟିକା ନେଇସାରିଥିବା ଲୋକଙ୍କୁ ଏଥିରେ ସାମିଲ କରାଯାଇଛି । ଏହା ସତ୍ତ୍ୱେ ବର୍ତ୍ତମାନ ଦେଶର ୧୩ଟି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କେରଳ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ବ୍ୟତୀତ ଉତ୍ତର-ପୂର୍ବର ଅନେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।

ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଟଣ ବୃଦ୍ଧି ପାଉଥିବା ବେଳେ ବର୍ଦ୍ଧମାନ ମହାବୀର ମେଡିକାଲ କଲେଜର କମ୍ୟୁନିଟି ମେଡିସିନ୍ ବିଭାଗର ନିର୍ଦ୍ଦେଶକ ପ୍ରଫେସର ଯୁଗଲ କିଶୋର ବଡ଼ ବୟାନ୍ ଦେଇଛନ୍ତି । କରୋନାର ଦ୍ୱିତୀୟ ଲହରୀ ପରେ ଲୋକଙ୍କ ଠାରେ ଯେପରି ଆଣ୍ଟିବଡି ସୃଷ୍ଟି ହୋଇଛି, ଆଗାମୀ ସମୟରେ କରୋନାକୁ ସାମ୍ନା କରିବାରେ ତାହା ସହାୟକ ହେବ । ହେଲେ କରୋନା ସଂକ୍ରମଣ ଯେଉଁ ଭଳି ଭାବରେ ହ୍ରାସ ପାଉଥିଲା, ବର୍ତ୍ତମାନ ସ୍ଥିତି ସ୍ଥିର ରହିଛି । ଆଉ ଏହା ତୃତୀୟ ଲହରୀ ଆଡକୁ ସଙ୍କେତ ଦେଉଛି ।

ବର୍ତ୍ତମାନ ଦେଶରେ କରୋନାର ତୃତୀୟ ଲହରୀର ଆସୁଥିବା ସଂକେତ ମିଳୁଛି ବୋଲି ସେ କହିଛନ୍ତି । ଏପରି ପରିସ୍ଥିତିରେ ଲୋକମାନେ ଅସାବଧାନ ତଥା ବେପରୁଆ ମନୋଭାବ ପୋଷଣ କଲେ ସ୍ଥିତି ଦ୍ୱିତୀୟ ଲହରୀ ଭଳି ବିପଜ୍ଜନକ କରିପାରେ । ଅତ୍ୟଧିକ ଜନଗହଳି କରୋନା ସଂକ୍ରମଣକୁ ଆହୁରି ବିଷମ ସ୍ଥିତି ଆଡ଼କୁ ନେଇଯାଇପାରେ। ତେବେ ବେଳ ଥାଉ ଥାଉ ଲୋକେ କରୋନା ନିର୍ଦ୍ଦେଶାବଳୀ ଅନୁସରଣ କଲେ, କରୋନାର ତୃତୀୟ ଲହରୀର ଭୟାବହତାକୁ ଏଡ଼ାଇ ହେବ ।