• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ନୂଆ ଗାଇଡ଼୍‌ଲାଇନ୍

  • ବ୍ୟାଣ୍ଡ ବାଜିବ, ସିନେମା ଚାଲିବ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ସେପ୍ଟେମ୍ବର ପାଇଁ ପୁଣି ଥରେ ନୂଆ ଗାଇଡ୍‌ଲାଇନ୍‌ ଜାରି କଲେ ରାଜ୍ୟ ସରକାର। ଏଣିକି ପ୍ରେକ୍ଷାଳୟ, ଅଡିଟୋରିୟମରେ ଗାଇଡଲାଇନରେ କରୋନା କଟକଣା ମାନି ମିଟିଂ ହୋଇପାରିବ । ଏହାସହ ବାହାଘର, ଅନ୍ତ୍ୟେଷ୍ଟି କାର୍ଯ୍ୟରେ ସର୍ବାଧିକ ୨୫୦ ଲୋକଙ୍କୁ ଏକାଠି ହେବାର ଅନୁମତି ମିଳିଛି । ପରିବାର, ପୁରୋହିତ, ବ୍ୟାଣ୍ଡ ପାର୍ଟି ସମସ୍ତଙ୍କୁ ମିଶାଇ ମୋଟ୍‌ ୨୫୦ ଜଣ ରହିପାରିବେ। କେବଳ ଏତିକି ନୁହେଁ ବରଂ ବିବାହ ଶୋଭାଯାତ୍ରାକୁ ଅନୁମତି ମିଳିବା ସହ ସର୍ବାଧିକ ୫୦ ଜଣ ରହିପାରିବେ ବୋଲି କୁହାଯାଇଛି ।

ପ୍ରାଧିକୃତ ଅଧିକାରୀଙ୍କ ଠାରୁ ଲିଖିତ ଅନୁମତି ନେଇ ବିବାହ ଶୋଭାଯାତ୍ରା କରିପାରିବେ । ସମସ୍ତ ମ୍ୟୁଜିୟମ, ପାଠାଗାର କୋଭିଡ୍‌ ନିୟମ ମାନି ଖୋଲିପାରିବ । ସିନେମା ହଲ୍‌ରେ ଯେତିକି ସିଟ୍ ଥିବ ସେତିକି ଲୋକ ଯାଇପାରିବେ । ସିନେମା ହଲ୍, ମଲ୍‌କୁ ଯିବାକୁ ଥିବା କଟକଣା କୋହଳ କରାଯାଇଛି। କୋଭିଡ ଗାଇଡଲାଇନ ପାଳନ ଦାୟିତ୍ୱ ହଲ୍, ମଲ୍ ମାଲିକ ବୁଝିବେ । ସେପ୍ଟେମ୍ବର ମାସର ପୂଜା ପାର୍ବଣ ଅଗଷ୍ଟ ୯ ଆଦେଶାନୁସାରେ ଚାଲିବ ଏବଂ ଜିଲ୍ଲାପାଳ ବା ଟୁଇନ ସିଟି କମିଶନର ଆବଶ୍ୟକ ହେଲେ କଟକଣା ବଢ଼ାଇବେ ବୋଲି ଏସଆରସି କହିଛନ୍ତି।

ସେପଟେ,  ଉଠିଲା ସପ୍ତାହାନ୍ତ ସଟଡାଉନ୍‌। ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଘୋଷଣା କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ନୂଆ ଗାଇଡଲାଇନ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସ୍ପଷ୍ଟ କଲେ SRC। ରାଜ୍ୟରେ କୌଣସି ଜାଗାରେ ସପ୍ତାହାନ୍ତ ସଟଡାଉନ ରହିବ ନାହିଁ କିନ୍ତୁ ସାରା ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ଲାଗୁ ରହିବ ।

ଏହାସହ ରାତି ୧୦ରୁ ସକାଳ ୫ଟା ଯାଏ ସବୁ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ । ସାରା ରାଜ୍ୟରେ ସକାଳ ୫ଟାରୁ ରାତି ୧୦ଟା ଯାଏ ଦୋକାନ ବଜାର ଖୋଲା ରହିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।ଏହାସହ ଧାର୍ମିକ, ରାଜନୈତିକ, ସମାଜିକ ସମାବେଶରେ କଟକଣା ବଳବତ୍ତର ରହିବ ବୋଲି ସୂଚନା ମିଳିଛି । ମେଳା ମହୋତ୍ସବ, ପ୍ରଦର୍ଶନୀ ଉପରେ ବାରଣ ଜାରି ରହିବ ବୋଲି SRC କହିଛନ୍ତି।