• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ରିପୋର୍ଟ ଦେଲା କେନ୍ଦ୍ରୀୟ ଟିମ୍‌

  • ରାଜ୍ୟରେ କେମିତି ଆସିବ ଉନ୍ନତି?

     

  • ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କଲା କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିର ଅନୁଧ୍ୟାନ ଲାଗି ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଦୁଇଜଣିଆ ଟିମ୍ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ରିପୋର୍ଟ ଦେଇଛି। ଏଥିରେ ରାଜ୍ୟରେ କରୋନା ସ୍ଥିତିରେ କିଭଳି ଉନ୍ନତି ଆସିବ ସେ ନେଇ ପରାମର୍ଶ ଦିଆଯାଇଥିବା ସୂଚନା ମିଳିଛି। କେନ୍ଦ୍ରୀୟ ଟିମରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ହାଇଜିନ୍ ଆଣ୍ଡ ପବ୍ଲିକ ହେଲଥର ବିଶେଷଜ୍ଞ ଓ ଭୁବନେଶ୍ୱର ଏମ୍ସର ପ୍ରଫେସର ସାମିଲ ଥିଲେ । ଗସ୍ତ ଅବସରରେ ଟିମ୍ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ସେପଟେ, ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ଦ୍ୱିତୀୟ ଲହରୀରେ ସଂକ୍ରମଣ ଧୀରେ ଧୀରେ ଖସୁଛି । ଗତ ମାସ ୧୫ ତାରିଖ ପର ଠାରୁ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାରକୁ ଖସି ଆସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୮୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୨୮୨ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୩୧୫ ଜଣ ଜିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୯୬୭ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨କୁ ବୃଦ୍ଧି । ପାଖାପାଖି ୯ ଦିନ ହେବ ୨ ହଜାର ଉପରେ ରହିଛି ସଂକ୍ରମଣ ।

ଆଜି ଅନୁଗୁଳରୁ ୬୧ ଜଣ, ବାଲେଶ୍ୱରରୁ ୧୪୬ ଜଣ, ବରଗଡ଼ରୁ ୧୭ଜଣ, ଭଦ୍ରକରୁ ୭୧ଜଣ, ବଲାଙ୍ଗୀରରୁ ୯ଜଣ, ବୌଦ୍ଧରୁ ୧୦ଜଣ, କଟକରୁ ୨୮୯ଜଣ, ଦେବଗଡ଼ରୁ ୬ଜଣ, ଢେଙ୍କାନାଳରୁ ୫୫ଜଣ, ଗଜପତିରୁ ୮ଜଣ, ଗଞ୍ଜାମରୁ ୧୭ଜଣ, ଜଗତସିଂହପୁରରୁ ୭୩ଜଣ, ଯାଜପୁରରୁ ୧୧୧ଜଣ, ଝାରସୁଗୁଡ଼ାରୁ ୧୧ଜଣ, କଳାହାଣ୍ଡିରୁ ୧୨ଜଣ, କନ୍ଧମାଳରୁ ୨୦ଜଣ, କେନ୍ଦ୍ରାପଡ଼ାରୁ ୬୨ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦୁଝରରୁ ୫୧ଜଣ, ଖୋର୍ଦ୍ଧାରୁ ୫୯୨ଜଣ, କୋରାପୁଟରୁ ୪୦ଜଣ, ମାଲକାନଗିରିରୁ ୩୨ଜଣ, ମୟୁରଭଞ୍ଜରୁ ୧୪୧ଜଣ, ନବରଙ୍ଗପୁରରୁ ୧୨ଜଣ, ନୟାଗଡ଼ରୁ ୮୩ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୧୨୭ଜଣ, ରାୟଗଡ଼ାରୁ ୧୫ଜଣ, ସମ୍ବଲପୁରରୁ ୧୮ଜଣ, ସୋନପୁରରୁ ୭ଜଣ, ସୁନ୍ଦରଗଡ଼ରୁ ୬୭ଜଣ, ଷ୍ଟେଟ ପୁଲ୍‌ରୁ ୧୧୭ଜଣ ରହିଛନ୍ତି ।

ଏପଟେ, ଦ୍ୱିତୀୟ ଲହରର ନିଆଁ ପ୍ରଶମିତ ନହେଉଣୁ, ପୁଣି ବିପଦକୁ ଡାକୁଛି ଲୋକଙ୍କ ବେପରୁଆ ପଣ। ସହର ବଜାର ଓ ପର୍ଯ୍ୟଟନ ସ୍ଥଳୀରେ ଅସମ୍ଭବ ଭିଡ଼, ଧିମା ପଡ଼ିଥିବା ସଂକ୍ରମଣକୁ ପୁଣି କାଳେ ବଢ଼ାଇଦେବ, ସେଇ ଆଶଙ୍କାରେ କେନ୍ଦ୍ର ସରକାର। ହେଲେ ଲୋକେ ଯେମିତି ନିଦାବିଷ୍ଣୁ କାହାର କିଛି ପରଓ୍ୱାୟ ନାହିଁ। ଏଭଳି ସ୍ଥିତି ଲାଗି ରହିଲେ, ନିଃସନ୍ଦେହରେ କୁହାଯାଇପାରେ ତୃତୀୟ ଲହର ଅବଶ୍ୟମ୍ଭାବୀ