• translate
Prangyan Parimita

News Highlights

  • ମାୟାନଗରୀ ମୁମ୍ବାଇକୁ ଆସିଲା କି ତୃତୀୟ ଲହରୀ ?

  • କମିବା ପରିବର୍ତ୍ତେ ବଢ଼ିଚାଲିଛି ପଜିଟିଭିଟି ରେଟ୍

ମୁମ୍ବାଇ : ଆସିଲା କି ତୃତୀୟ ଲହରୀ ? ମାୟାନଗରୀ ମୁମ୍ବାଇରେ ବଢ଼ିଚାଲିଛି ସଂକ୍ରମଣ । ରବିବାର ଦିନ ସରକାରଙ୍କ ପକ୍ଷରୁ ପୁଣେ ସମେତ ରାଜ୍ୟର ସାତୋଟି ଜିଲ୍ଲା ଚିହ୍ନଟ କରାଯାଇଛି, ଯେଉଁଠାରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଚିହ୍ନଟ ହୋଇଥିବା ସାତଟି ଜିଲ୍ଲା ତୃତୀୟ ଲହରୀ ସଂକ୍ରମଣର କାରଣ ହୋଇପାରେ ବୋଲି ସରକାର ଚିନ୍ତା ପ୍ରକଟ କରିଛନ୍ତି ।

ଗତ ୧୦ ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ କୌଣସି ହ୍ରାସ ଦେଖିବାକୁ ମିଳୁନାହିଁ । ଦ୍ୱିତୀୟ ଲହରୀ ଦୁର୍ବଳ ହେଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ହେବା ପରିବର୍ତ୍ତେ ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ୁଛି । ସାତୋଟି ସଂକ୍ରମଣ ପ୍ରବଣ ଜିଲ୍ଲାରେ ସାମିଲ ଅଛନ୍ତି ପୁଣେ, ଅହମ୍ମଦନଗର, ସତାରା, ସୋଲାପୁର, ସାଙ୍ଗଲି, ରତ୍ନାଗିରି ଏବଂ ସିନ୍ଧୁଦୁର୍ଗ । ରବିବାର ଦିନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂକ୍ରମିତ ବଢ଼ୁଥିବା ଜିଲ୍ଲା ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ବ୍ୟାସ ।

ଗତ କିଛି ସପ୍ତାହ ଧରି ସମସ୍ତ ଜିଲ୍ଲାରେ ସାପ୍ତାହିକ ସକରାତ୍ମକତା ହାର ୫ ପ୍ରତିଶତରୁ କମ୍ ଥିବାବେଳେ ଚଳିତ ସପ୍ତାହରେ ପୁଣେ ଏବଂ ଅହମ୍ମଦନଗର ଭଳି କେତେକ ଜିଲ୍ଲାରେ ଏହି ସଂଖ୍ୟା ଯଥାକ୍ରମେ ୬.୫୮ ପ୍ରତିଶତ, ୫.୦୮ ପ୍ରତଶତ ରହିଥିବା ଦେଖିବାକୁ ମିଳୁଛି । ମୁମ୍ବାଇ ପୁଣି ଥରେ ସଂକ୍ରମଣର ୫ଟି ଟପ୍ ଜିଲ୍ଲା ତାଲିକାରେ ଆସିଯାଇଛି । ରାଜ୍ୟର ମୋଟ ୫୨,୦୨୫ ସକ୍ରିୟ ସଂକ୍ରମିତଙ୍କ ମଧ୍ୟରୁ ୯୦.୬୧ ପ୍ରତିଶତ କେବଳ ୧୦ଟି ଜିଲ୍ଲାରେ ଅଛନ୍ତି । ଆଉ ସେଥିମଧ୍ୟରୁ ୩୭,୮୯୭ କିମ୍ବା ୭୨.୮୪ ପ୍ରତିଶତ କେବଳ ପାଞ୍ଚଟି ଜିଲ୍ଲା ପୁଣେ, ଥାନେ, ସତାରା, ଅହମ୍ମଦନଗର ଏବଂ ମୁମ୍ବାଇରେ ହିଁ ଅଛନ୍ତି ।

ତେବେ ଏନେଇ ରାଜ୍ୟ ସରକାର ପୁଣେ, ଅହମ୍ମଦନଗର, ସତାରା, ସୋଲାପୁର, ସାଙ୍ଗଲି, ରତ୍ନାଗିରି ଏବଂ ସିନ୍ଧୁଦର୍ଗକୁ 'districts of concern' ଘୋଷଣା କରିଛନ୍ତି । ଏହି ଜିଲ୍ଲାଗୁଡ଼ିକରେ ନୂତନ ସଂକ୍ରମଣର ଅଭିବୃଦ୍ଧି ହାର ଏବଂ ସାପ୍ତାହିକ ପିଜିଟିଭିଟି ହାର ବହୁତ ଅଧିକ ବୋଲି କୁହଯାଇଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଗଣେଶ ଉତ୍ସବ ଏହି ଏହି ଜିଲ୍ଲା ଗୁଡ଼ିକରେ ଧୁମଧାମରେ ପାଳନ କରାଯାଏ । ତେବେ ଲୋକ ଗହଳି ପାଇଁ ଏହି ଜିଲ୍ଲାରେ ତୃତୀୟ ଲହରୀର ଆଶଙ୍କା ଘନୀଭୂତ ହେଉଛି । ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ସତର୍କ ରହିବା ଆବଶ୍ୟକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସେପଟେ କେରଳରେ କରୋନାର ତୃତୀୟ ଲହରୀ ନେଇ ଲଗାତାର ଚିନ୍ତା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସମୟରେ କେରଳରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପ୍ରତିଦିନ ୩୦ ହଜାର ଉପରେ ରହୁଛି ନୂତନ ସଂକ୍ରମିତଙ୍କ ସଂଖ୍ୟା । କେରଳ ପରେ ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ମଧ୍ୟ ବଢ଼ୁଛି ସଂକ୍ରମଣ ।

Other Stories

  • Arun Sahoo
    Miscellaneous ମନ୍ତ୍ରୀଙ୍କ ନିର୍ଦ୍ଦେଶ: ମୋବାଇଲ ସୁଇଚ୍‌ ଅଫ୍ କରିବେନି କୌଣସି ଅଫିସର୍‌

    ଅଧିକାରୀମାନେ ନିଜର ମୁଖ୍ୟାଳୟ ଛାଡି ପାରିବେ ନାହିଁ। କୌଣସି ଅଧିକାରୀ ନିଜ ମୋବାଇଲ ବନ୍ଦ ନରଖିବାକୁ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପଞ୍ଚାୟତ ଓ ବ୍ଲକସ୍ତରରେ କ୍ଷୁଦ୍ର, ମଧ୍ୟମ ଜଳସେଚନର ଡାଟାବେସ୍ ପ୍ରସ୍ତୁତ କରିବେ କ୍ଷେତ୍ର ଅଧିକାରୀ। ନିଜ...

  • mamata
    National ଭବାନୀପୁରରୁ ଉପନିର୍ବାଚନ ଲଢ଼ିବେ ମମତା

    ମମତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ନଭେମ୍ବର ୪ ପୂର୍ବରୁ ଯେକୌଣସି ବିଧାନସଭା ଆସନରେ ନିର୍ବାଚନ ଜିତିବାକୁ ପଡ଼ିବ। ଭବାନୀପୁରରେ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଓ ଅକ୍ଟୋବର ୩ରେ ଗଣତି ହେବ। ସେପଟେ ବିଜେପି,...

  • Clouds over Odisha
    Weather ୨ ଦିନ ପ୍ରବଳ ବର୍ଷିବ, ୨୨ ଜିଲ୍ଲାକୁ ୱାର୍ଣ୍ଣିଂ

    ସମୁଦ୍ର ଅଶାନ୍ତ ହେବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଜୁନ୍ ୧ରୁ ବର୍ତ୍ତମାନ ସୁଦ୍ଧା...

  • India Vs Eng
    Sports ଇଂଲଣ୍ଡ ଆଗରେ ୩୬୮ ରନ୍‌ର ଟାର୍ଗେଟ୍ ଦେଲା ଭାରତ

    ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୭୦ ରନ୍ କରିଥିଲା। ପୂର୍ବଦିନ ଅପରାଜିତ ଥିବା କ୍ୟାପଟେନ୍ ବିରାଟ୍ କୋହଲି ଓ ରବୀନ୍ଦ୍ର ଜାଡେଜା ଅର୍ଦ୍ଧଶତକୀୟ (୫୯) ଭାଗିଦାରୀ କରିଥିଲେ। ଜାଡେଜା ୧୭...