• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଟିକାକରଣରେ ବିଏମସିର ନୂଆ ରେକର୍ଡ

  • ଆଜି ସୁଦ୍ଧା ମୋଟ ୨୨ ଲକ୍ଷ ୧ ହଜାର ୭୬୧ ଡୋଜ୍ ଟିକା ଦିଆଯାଇଛି

ଭୁବନେଶ୍ୱର : ଟିକାକରଣରେ ଆଉ ଏକ ମାଇଲ ଖୁଣ୍ଟ ପାର କରିଛି ଭୁବନେଶ୍ୱର ମହାନଗର ନିଗମ । ୨୨ ଲକ୍ଷରୁ ଅଧିକ ଡୋଜ ଦେବାରେ ରାଜ୍ୟର ପ୍ରଥମ ସହର ହୋଇଛି ଭୁବନେଶ୍ୱର । ଆଜି ସୁଦ୍ଧା ମୋଟ ୨୨ ଲକ୍ଷ ୧ ହଜାର ୭୬୧ ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ୧୨ ଲକ୍ଷ ୨୭ ହଜାର ୫୪୨ଟି ପ୍ରଥମ ଡୋଜ୍ ଓ ୯ ଲକ୍ଷ ୭୪ ହଜାର ୨୧୯ ଟି ଉଭୟ ଡୋଜ ଅନ୍ତର୍ଭୁକ୍ତ ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୩୬ ହଜାର ୯୦ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଓ ୩୨ ହଜାର ୬୧୪ ସ୍ୱାସ୍ଥ୍ୟକର୍ମୀ ଉଭୟ ଡୋଜ ଦ୍ୱିତୀୟ ଟିକା ଗ୍ରହଣ କରିସାରିଛନ୍ତି । ସେହିଭଳି ୫୬ ହଜାର ୩୨୫ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ ଓ ୪୯ ହଜାର ୪୨୧ ଜଣ ଉଭୟ ଡୋଜ ନେଇ ସାରିଛନ୍ତି । ବିଏମସି ପକ୍ଷରୁ ଟ୍ୱିଟ ଯୋଗେ ଏହି ସୂଚନା ଦିଆଯାଇଛି । ଦିନକୁ ଦିନ କରୋନା ସଂକ୍ରମତିଙ୍କ ସଂଖ୍ୟାରେ ହ୍ରାସ ଘଟୁଥିବା ବେଳେ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରଯାଇଛି ।

ସେହିପରି କେନ୍ଦୁଝରରେ ଟିକା ନେବା ସମୟର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବର୍ଷାକୁ ଖାତିର ନକରି କରୋନା ମହାମାରୀରୁ ରକ୍ଷା ପାଇବା କୁ ଲୋକମାନେ ବ୍ୟାକୁଳ ହୋଇ ଆନନ୍ଦପୁର ମେଡିକାଲ ପରିସରରେ ଭୋରୁ ଧାଡି କରି ଠିଆ ହୋଇ ରହୁଥିବା ଦେଖିବାକୁ ମିଳିଛି । ବର୍ଷାରେ ଭିଜି ଭିଜି ଭୋରୁ ଧାଡି ରେ ଠିଆ ହୋଇଛନ୍ତି ଲୋକେ । ହେଲେ ଦୁଃଖର ବିଷୟ ଟିକା ନେବାକୁ ଆସିଛନ୍ତି ସତ ହେଲେ କାହା ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତା ରକ୍ଷା ହେଉନି । ବୟସ୍କ ଓ ମହିଳା ମାନେ ଟିକାପାଇଁ ଖୋଲାଆକାଶ ତଳେ ଘଣ୍ଟା ଘଣ୍ଟା ଧରି ବର୍ଷlରେ ଠିଆହୋଇ ରହିବା ଦୃଶ୍ୟ ଖୁବ ଦୁଃଖଦାୟକ । ତେବେ ଏ ସମ୍ପର୍କରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ମତାମତ ମିଳିପାରି ନାହିଁ।

ସେପଟେ ରାଜ୍ୟରେ ଶିଶୁ ସଂକ୍ରମଣରେ ଲାଗୁନି ବ୍ରେକ୍ । ଆଜି ବି ଶହେରୁ ଅଧିକ ଶିଶୁ ସଂକ୍ରମିତ ହୋଇଛନ୍ତି । ୧୮ ବର୍ଷରୁ କମ୍ ବର୍ଗର ୧୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୩୫୪ ଜଣ ଥିବାବେଳେ ଲୋକାଲ କେସ୍ ୨୫୫ ଥିବା ଜଣାଯାଇଛି। ସେହିପରି ଗୋଟିଏ ଦିନରେ ରାଜ୍ୟରେ ଆଉ ୮ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ।