• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ପୁଣି ବିଶ୍ୱକୁ ଘାରିଲା ମହାମାରୀ ଭୟ । ଦ୍ୱିତୀୟ ଲହରୀ ପରେ ତୃତୀୟ ଲହରୀ ଆସିଗଲା କି ? ବେଶ୍ କିଛି ଦିନର ବ୍ୟବଧାନ ପରେ ସାରା ବିଶ୍ୱରେ ଆତଙ୍କ ରଚିଲାଣି ଓମିକ୍ରନ୍ । ବର୍ତ୍ତମାନ ପର୍ଯ୍ୟନ୍ତ ଅତି ଅଳ୍ପ ସମୟ ମଧ୍ୟରେ ବିଶ୍ୱର ପ୍ରାୟ ୩୦ଟି ଦେଶକୁ ମାଡ଼ି ସାରିଛି ନୂଆ ଭାରିଏଣ୍ଟ୍ । ନଭେମ୍ବରର ତୃତୀୟ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଏହାପରେ ବୋତ୍ସୱାନାଠାରେ ଆଉ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୨୪ ନଭେମ୍ବରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୂଆ ଭାରିଏଣ୍ଟ୍ ସମ୍ପର୍କରେ ନିଶ୍ଚିତ କରିଥିଲା । ଏହା ପରେ ନୂଆ ଭାରିଏଣ୍ଟ୍ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପିଗଲା । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅନେକ ଦେଶରେ ବିମାନ ଉଡ଼ାଣ ବାତିଲ କରିସାରିଛନ୍ତି ।

କିଛି ଦେଶକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଖୁସି ନୁହେଁ । କରୋନା ଭୟରେ ଏପରି ନିଷ୍ପତ୍ତି ଲୋକଙ୍କ ପାଇଁ ଅସୁବିଧା ବଢ଼ାଇବ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ । କରୋନାର ନୂଆ ଭାରିଏଣ୍ଟକୁ ରୋକିବା ପାଇଁ ଅନ୍ୟାନ୍ୟ ପଦକ୍ଷେପ ନେବା ଉଚିତ, ଯାତ୍ରା ନିଷେଧ ନିଷ୍ପତ୍ତି ସଠିକ୍ ନୁହେଁ ।

ଭାରତରେ ପହଞ୍ଚି ସାରିଛି ନୂଆ ଭାରିଏଣ୍ଟ୍

ରାଜଧାନୀ ଦିଲ୍ଲୀରେ କରୋନାର ନୂଆ ଭାରିଆଣ୍ଟ 'ଓମିକ୍ରନ୍'ର ୧୨ ଜଣ ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ (LNJP) ରେ ଭର୍ତ୍ତି କରାଯାଇଛି । ପୂର୍ବରୁ କର୍ଣ୍ଣାଟକରେ ନୂଆ ଭାରିଏଣ୍ଟର ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଆକ୍ରାନ୍ତ ୨ ଜଣ ପୁରୁଷ ହୋଇଥିବା ବେଳେ ଉଭୟଙ୍କ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ବୋଲଇ ଜଣାପଡ଼ିଛି । ଉଭୟଙ୍କୁ ଆଇସୋଲେଟ୍‌ କରି ରଖାଯାଇଛି ।

୪୬ ବର୍ଷୀୟ ବ୍ୟକ୍ତି ଜଣେ ଡାକ୍ତର ହୋଇ ଥିବାବେଳେ ସେ ବେଙ୍ଗାଲୁରୁର ବୋଲି ଜଣାପଡ଼ିଛି । ସେ କରୋନା ଟିକା ନେଇ ସାରିଥିଲେ । ସେହିପରି ୬୬ ବର୍ଷୀୟ ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକୀୟ ନାଗରିକ । ସେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ସହ ଭାରତ ଆସିଥିଲେ। ନଭେମ୍ବର ୨୦ରେ ସେ ଭାରତରେ ପହଞ୍ଚିଥିଲେ ଓ ଏହାର ୭ ଦିନ ପରେ ସେ ଏକ ଫ୍ଲାଇଟ୍‌ରେ ଦୁବାଇ ଯାଇଥିଲେ।

ଏହି ଭାରିଏଣ୍ଟର ଲକ୍ଷଣ

ଦକ୍ଷିଣ ଆଫ୍ରିକାର ବିଶେଷଜ୍ଞଙ୍କ ଅନୁସାରେ, ଏହାର ଲକ୍ଷଣ ପୂର୍ବରୁ ଆସିଥିବା ଅନ୍ୟ ଭାରିଏଣ୍ଟ ଠାରୁ ଭିନ୍ନ ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିଥିବା ସୂଚନା ଅନୁସାରେ ନୂଆ ଭାରିଏଣ୍ଟରେ ସଂକ୍ରମିତଙ୍କ ଶରୀରରେ ଯନ୍ତ୍ରଣା ହେଉଛି । ନାକ ବନ୍ଦ ହୋଇଯିବା ସହ ପ୍ରବଳ ଜ୍ୱର ଆସୁଥିବା ଜଣାପଡ଼ିଛି ।