• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଶୁକ୍ରବାର ଦିନ ୧କୋଟିରୁ ଅଧିକ ଡୋଜ୍ ଟିକାକରଣ

  • କରୋନା ଟିକାକରଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ

  • ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୬୨ କୋଟିରୁ ଅଧିକ ଟିକାକରଣ ସରିଛି

ନୂଆଦିଲ୍ଲୀ : କରୋନା ମହାମାରୀକୁ ମାତ ଦେବାକୁ ଟିକାକରଣ ଉପରେ ଗୁରୁତ୍ତ୍ୱ । ଭାରତରେ ଦିନକୁ ଦିନ କରୋନା ଟିକାକରଣରକୁ ବଢ଼ାଇବାକୁ ଚେଷ୍ଟା କରାଯାଉଛି ।  ଏହି କ୍ରମରେ ଗତକାଲି ଭାଇରସ ବିରୋଧରେ ଗୋଟିଏ ଦିନରେ ୧ କୋଟିରୁ ଅଧିକ ଡୋଜ୍ ଭ୍ୟାକ୍ସିନ ଦିଆଯାଇଛି । ତେବେ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛି । ଶୁକ୍ରବାର ଦିନ ଭାରତ ଏହି ସଫଳତା ହାସଲ କରିଛି ।

ଡବ୍ଲୁଏଚଓର ପ୍ରମୁଖ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ ଟ୍ୱିଟ୍ ଜରିଆରେ ଟିକାକରଣ ପ୍ରକ୍ରିୟାରେ ସାମିଲ ହୋଇଥିବା ଲୋକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ମହତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି କହିଛନ୍ତି । ଦେଶରେ ଅଧାରୁ ବୟସ୍କ ଜନସଂଖ୍ୟା କରୋନା ବିରୋଧୀ ଯୁଦ୍ଧରେ ଏବେ ସୁଦ୍ଧା ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି । ବାକି ଲୋକଙ୍କୁ ଠିକ ସମୟରେ ଟିକା ଦେବା ପାଇଁ ଉଦ୍ୟମ ଚଳାଇଛନ୍ତି ସରକାର ।

ସୌମ୍ୟା ସ୍ୱାମୀନାଥନ ଟ୍ୱିଟ୍ କରି କହିଛନ୍ତି, 'ଭାରତ ୫୦ ପ୍ରତିଶତ ବୟସ୍କ ଜନସଂଖ୍ୟା ଅତି କମରେ ଗୋଟିଏ ଡୋଜ୍ ଟିକା ନେଇ ସାରିଛନ୍ତି । ଭାରତରେ ଏବେ ସୁଦ୍ଧା ୬୨ କୋଟି ଡୋଜ ଟିକାକରଣ ହୋଇଛି । ତେବେ ଏଥିରେ ଜଡିତ ହଜାର ହଜାର କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଡବ୍ଲୁଏଚଓର ପ୍ରମୁଖ ବୈଜ୍ଞାନିକ । ପ୍ରତିରକ୍ଷା ତଥା ଜନସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିଗତ ପ୍ରତିଷେଧକ ବ୍ୟବସ୍ଥା ସମସ୍ତଙ୍କୁ ସୁରକ୍ଷା ଦେବ ବୋଲି ସେ କହିଛନ୍ତି ।

କରୋନାର ଦ୍ୱିତୀୟ ଲହର ସମ୍ପୂର୍ଣ୍ଣ ଥମିନଥିବା ବେଳେ ପୁଣି ବଢ଼ିଲାଣି ସଂକ୍ରମଣ । କିଛି ଦିନ ବ୍ୟବଧାନର ପରେ ପୁଣ ଦେଶରେ ସଂକ୍ରମଣ ୪୦ ହଜାର ଉପରେ ରହୁଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ହୋଇଥିବା କରୋନା ଟିକାକରଣ ନେଇ ଟ୍ୱିଟ କରିଥିଲେ । ଟିକାକରଣରେ ଭାରତ ରେକର୍ଡ କରିଛି ବୋଲି ସେ କହିଛନ୍ତି । ଗୋଟିଏ ଦିନରେ ଏକ କୋଟି ଟିକାକରଣ କରିବା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ।

ଯେଉଁ ମାନେ ଟିକା ନେଇଛନ୍ତି ଏବଂ ଯେଉଁମାନେ ଟିକାକରଣ ଅଭିଯାନକୁ ସଫଳ କରିଛନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସରକାରୀ ଆକଳନ ଅନୁସାରେ ଶୁକ୍ରବାର ଦିନ ମୋଟ ୧ କୋଟି ୬୪ ହଜାର ୩୭୬ ଡୋଜ ଟିକାକରଣ ହୋଇଛି । ଏହାପୂର୍ବରୁ ୧୬ ଅଗଷ୍ଟରେ ଗୋଟିଏ ଦିନରେ ସର୍ବାଧିକ ୮.୮୨ ଲକ୍ଷ ଡୋଜ ଟିକାକରଣ ହୋଇଥିଲା ।