• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପୁଣି ହଜାରେ ଟପିଲା। ରାଜ୍ୟରେ ୨୪ ଘଣ୍ଟାରେ ୧୦୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୨୮ ଆକ୍ରାନ୍ତ ଅଛନ୍ତି। କ୍ୱାରେଣ୍ଟିନରୁ ୬୦୫; ଲୋକାଲ କେସ୍- ୪୩୬ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୮ ହଜାର ୧୮୭କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସାମ୍ପଲ୍ ଟେଷ୍ଟ ୬୬,୨୮୧ କରାଯାଇଥିଲା। ପଜିଟିଭିଟି ୧.୫୭% ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ସେହିପରି ରାଜ୍ୟରେ ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୭,୧୫୪କୁ ବୃଦ୍ଧି ପାଇଛି।

କେଉଁ ଜିଲ୍ଲାରୁ କେତେ:

ଅନୁଗୁଳ- ୨୯, ବାଲେଶ୍ୱର- ୨୨, ବରଗଡ଼- ୭, ଭଦ୍ରକ- ୧୫, ବଲାଙ୍ଗିର- ୨, ବୌଦ୍ଧ- ୧, କଟକ- ୧୭୬, ଦେବଗଡ଼- ୭, ଢେଙ୍କାନାଳ- ୧୫, ଗଜପତି- ୧, ଗଂଜାମ- ୫, ଜଗତସିଂହପୁର- ୪୩, ଯାଜପୁର- ୫୬, ଝାରସୁଗୁଡ଼ା- ୧, କଳାହାଣ୍ଡି- ୪, କନ୍ଧମାଳ- ୨, କେନ୍ଦ୍ରାପଡ଼ା- ୩୭, କେନ୍ଦୁଝର- ୧୨, ଖୋର୍ଦ୍ଧା- ୩୯୮, କୋରାପୁଟ- ୨, ମାଲକାନଗିରି- ୩, ମୟୂରଭଞ୍ଜ- ୩୬, ନବରଙ୍ଗପୁର- ୩, ନୟାଗଡ଼- ୧୩, ନୂଅାପଡ଼ା- ୧, ପୁରୀ- ୩୪, ରାୟଗଡ଼ା- ୫ ଚିହ୍ନଟ ହୋଇଛନ୍ତି।

ସେହିପରି କଟକରୁ ୧୮, ଜଗତସିଂହପୁରରୁ ୧୦ ଓ ଖୋର୍ଦ୍ଧାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳରୁ ୬, ଭଦ୍ରକ ଓ ମୟୂରଭଞ୍ଜରୁ ୫ ଲେଖାଏଁ, ଅନୁଗୁଳରୁ ୪, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ାରୁ ୩ ଲେଖାଏଁ, ଗଞ୍ଜାମରୁ ୨, ନୟାଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଛି।