• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କରୋନାର ତୃତୀୟ ଲହରୀକୁ ନେଇ ଚେତାବନୀ

  • ସପ୍ତାହରେ ଗଲାଣି ୧୦୦ ଶିଶୁଙ୍କ ଜୀବନ

  • ମୃତ ଶିଶୁ ମାନଙ୍କ ବୟସ ୫ ବର୍ଷରୁ କମ୍

ଜାକାର୍ତ୍ତା:ବିଶେଷଜ୍ଞମାନେ ପୁଣି ଥରେ କରୋନାର ତୃତୀୟ ଲହରୀକୁ ନେଇ ଚେତାବନୀ ଦେଇଛନ୍ତି । ବିଶେଷଜ୍ଞମାନେ କହିଛନ୍ତି, କରୋନାକୁ ନେଇ ଆମେ ନିଜେ ନିଜର ସୁରକ୍ଷା କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ । ତୃତୀୟ ଲହରୀରେ ସବୁଠାରୁ ବଡ ପ୍ରଭାବ ପିଲାମାନଙ୍କ ଉପରେ ପଡିବ ବୋଲି ଅନୁମାନ କରାଯାଉଛି । ତେବେ ଏହା ପୂର୍ବରୁ ଇଣ୍ଡୋନେସିଆରେ କରୋନାର ପ୍ରଭାବ ଏବେ ଛୋଟ ପିଲାମାନଙ୍କ ଉପରେ ପଡିଥିବା ଦେଖିବାକୁ ମିଳିଛି । ଇଣ୍ଡୋନେସିଆରେ ଗୋଟିଏ ସପ୍ତାହ ମଧ୍ୟରେ ଗଲାଣି ୧୦୦ ଶିଶୁଙ୍କ ଜୀବନ । ତେବେ ଚିନ୍ତାର ବିଷୟ, ମୃତ ଅଧିକାଂଶ ଶିଶୁଙ୍କ ବୟସ ୫ ବର୍ଷରୁ କମ୍ ଥିବା ଜଣାଯାଇଛି।

ଇଣ୍ଡୋନେସିଆରେ କରୋନା ସଂକ୍ରମଣର ହାର ଚରମ ସୀମାରେ ପହଞ୍ଚିଛି । ଗତ ଶୁକ୍ରବାର ୫୦ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୬୬ଙ୍କର ମୃତ୍ୟୁ ଘଟିଛି ।ଇଣ୍ଡୋନେସିଆରେ ଶିଶୁରୋଗ ବିଶେଷଜ୍ଞଙ୍କ ରିପୋର୍ଟ ଅନୁସାରେ ଦେଶରେ ମୋଟ ମାମଲାର ୧୨.୫ ପ୍ରତିଶତ ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ଗତ ମାସ ତୁଳନାରେ ଜୁଲାଇ ମାସର ଦ୍ୱତୀୟ ସପ୍ତାହରେ ୧୫୦ରୁ ଅଥିକ ପିଲାଙ୍କର ମୃତ୍ୟୁ ଘଟିଛି ।

ତେବେ କରୋନାରେ ସମୁଦାୟ ୩ ଲକ୍ଷ ଆକ୍ରାନ୍ତ ହୋଇଥିବା ବେଳେ ମୋଟ୍ ୮୩ ହଜାର ଜଣଙ୍କର ମୃତ୍ୟୁ ଘଟିଛି । ଇଣ୍ଡନେସିଆରେ ଆରମ୍ଭରୁ କରୋନା ମହାମାରୀରେ ୧୮ ବର୍ଷରୁ କମ୍ ବୟସର ୮୦୦ରୁ ଅଧିକ ପିଲାଙ୍କର ମୃତ୍ୟୁ ଘଟିଛି । କିନ୍ତୁ କିଛି ମାସ ଭିତରେ ଛୋଟ ପିଲାଙ୍କ ଜୀବନ ନେବା ଦେଶରେ ଚିନ୍ତା ବଢାଇଛି ।ଇଣ୍ଡୋନେସିଆରେ କରୋନା ସହ ସଂଗ୍ରାମ କରୁଥିବା ପିଲାମାନଙ୍କ ପାଇଁ ଅଲଗା ଭାବେ ଡାକ୍ତରଖାନା ଗଠନ କରାଯାଇଛି