• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସଂକ୍ରମଣ ହ୍ରାସ ପାଉନି, ବଢ଼ିଲା କଟକଣା

  • ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଆରମ୍ଭ

ବେଙ୍ଗାଲୁରୁ : ସଂକ୍ରମଣରେ ଲଗାମ୍ ଲାଗୁନି, ଫେରିଲା କରୋନା କଟକଣା । ଦେଶର ଦକ୍ଷିଣୀ ରାଜ୍ୟ କର୍ଣ୍ଣାଟକରେ କରୋନା ବୃଦ୍ଧି ପାଉଥିବାରୁ ପୁଣି ପ୍ରତିବନ୍ଧକକୁ କଡାକଡି କରାଯାଇଛି । କେରଳ ଏବଂ ମହାରାଷ୍ଟ୍ର ସୀମାବର୍ତ୍ତୀ ଜିଲ୍ଲାମାନଙ୍କ ପାଇଁ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର । ପୂରା ରାଜ୍ୟରେ ଲାଗୁ ଥିବା ନାଇଟ୍ କର୍ଫ୍ୟୁକୁ ୧୦ଟା ପରିବର୍ତ୍ତେ ୯ ଟାର ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହ, ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡା ,ମନୋରଞ୍ଜନ, ଶିକ୍ଷାଗତ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟ ଓ ଅନ୍ୟାନ୍ୟ ସମାବେଶ ଉପରେ କଟକଣା ଲଗାଯାଇଛି ।

କର୍ଣ୍ଣାଟକର ସୀମାବର୍ତ୍ତୀ ଜିଲ୍ଲାରେ କରୋନା ନିୟମ ଉଲ୍ଲଂଘନ କଲେ କଠୋର ଦଣ୍ଡବିଧାନ କରିବାକୁ ନିଷ୍ପତ୍ତି ନେଇଛନ୍ତ ସରକାର ।  କଟକଣା ମାନୁ ନଥିବା ବ୍ୟକ୍ତି ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଆଇପିସିର ଧାରା ୫୧ ଓ ୬୦ର ନିୟମ ଅନୁଯାୟୀ ଦାୟୀ ରହିବେ । ସେହିପରି ଅମାନିଆଙ୍କ ପାଇଁ ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେ ସୁଦ୍ଧା କର୍ଣ୍ଣାଟକରେ କରୋନା ସଂକ୍ରମଣ ହ୍ରାସର ହେବାର ନାମ ନେଉନାହିଁ । ତେବେ ନୂଆ ନିଷ୍ପତ୍ତି ଅନୁସାରେ କେବଳ ଜରୁରୀ ସେବା ସହିତ ଜଡ଼ି ଲୋକ, ରୋଗୀ ଏବଂ ଯାତ୍ରୀମାନଙ୍କୁ ଯିବାକୁ ଅନୁମତି ଦିଆଯିବ ।

ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ବିଶେଷଜ୍ଞ, ମନ୍ତ୍ରୀ ତଥା ବରିଷ୍ଠ ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ଏକ ବୈଠକରେ COVID-19 ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ସଂକ୍ରମଣ ହାରରେ ସମ୍ଭାବ୍ୟ ବୃଦ୍ଧି କିମ୍ବା ହ୍ରାସ ପାଇଁ ବିଭିନ୍ନ ସ୍ତରରେ ନିର୍ଦ୍ଦେଶ ଦିଆଯାଇଛି । କେରଳ ଏବଂ ମହାରାଷ୍ଟ୍ର ସୀମାବର୍ତ୍ତୀ ଜିଲ୍ଲାମାନଙ୍କରେ ୱିକେଣ୍ଡ୍ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି ରାଜ୍ୟରେ ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବ ଏବଂ ଏହାକୁ କଠୋର ଭାବେ କାର୍ଯ୍ୟକାରୀ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।