• translate
Minati Mishra

News Highlights

  • ସହଜ ହେଲା ଟିକାକରଣ ପ୍ରମାଣପତ୍ର ହାସଲ ପ୍ରକ୍ରିୟା
     

  • ଆଉ କୋ-ଓ୍ୱିନ୍ ପୋର୍ଟାଲକୁ  ଯିବାର ଆବଶ୍ୟକତା ନାହିଁ 
     

  • ହ୍ୱାଟ୍‌ସଆପ୍‌ରେ ସିଧାସଳଖ ପାଇବେ ଭ୍ୟାକ୍ସିନେସନ୍ ସାର୍ଟିଫିକେଟ୍ 

ନୂଆଦିଲ୍ଲୀ: ଟ୍ରେନଠାରୁ ଆରମ୍ଭ କରି ମେଟ୍ରୋ, ମଲ୍‌,  ସିନେମା ହଲ୍ ସବୁଠି ଆବଶ୍ୟକ ପଡ଼ୁଛି କରୋନା ଟିକାକରଣ ସାର୍ଟିଫିକେଟ୍  । ଡବଲ୍ ଡୋଜ୍ ଟିକା ନେଇଛନ୍ତି କି ନାହିଁ ?  ସେକେଣ୍ଡ୍ ଡୋଜ୍ ଟିକା ନେବାର କେତେ ଦିନ ବିତିଛି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବା ପରେ ହିଁ  ପ୍ରବେଶ ପାଇଁ ମିଳୁଛି ଅନୁମତି।  ତେବେ ଆଗକୁ କରୋନା କଟକଣା କୋହଳ ହେଲେ ବି, ଟିକାକରଣ ସାର୍ଟିଫିକେଟ୍‌ର ଆବଶ୍ୟକତା ଆହୁରି ବଢ଼ିଯିବ। ଏହାକୁ ଦୃଷ୍ଟିରେ ରଖି, ଭ୍ୟାକ୍ସିନେସନ୍ ସାର୍ଟିଫିକେଟ୍ ହାସଲ ପ୍ରକ୍ରିୟାକୁ ଅତି ସହଜ କରିଦେଇଛନ୍ତି କେନ୍ଦ୍ର ସରକାର।

 ଏଣିକି କେଇ ସେକେଣ୍ଡ୍ ଭିତରେ ପାଇହେବ କରୋନା ଟିକା ସାର୍ଟିଫିକେଟ୍ । ଟିକା ନେଇଥିବା ବ୍ୟକ୍ତି ଅତି ସହଜରେ ଏହାକୁ ଡାଉନ୍‌ଲୋଡ କରିପାରିବେ ନିଜ ମୋବାଇଲ୍‌ରେ ।  ଆଉ କୋ-ଓ୍ୱିନ୍ ପୋର୍ଟାଲ୍‌କୁ  ଯିବାର  ଆବଶ୍ୟକତା ନାହିଁ  । ହ୍ୱାଟ୍‌ସଆପ୍‌ରେ ସିଧାସଳଖ ଭ୍ୟାକ୍ସିନେସନ୍ ସାର୍ଟିଫିକେଟ୍ ପଠାଇଦେବେ ସରକାର।  ବିନା କୌଣସି ଝାମେଲାରେ ମିଳିପାରିବ ପ୍ରମାଣପତ୍ର। ମାତ୍ର ୩ଟି ସହଜ ଷ୍ଟେପ୍‌ରେ ଜନସାଧାରଣ ସେମାନଙ୍କ ଟିକାକରଣ ପ୍ରମାଣପତ୍ର ପାଇପାରିବେ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।

ତେବେ କେମିତି ପାଇବେ ହ୍ୱାଟ୍‌ସଆପ୍‌  ଜରିଆରେ କରୋନା ଟିକାକରଣ ସାର୍ଟିଫିକେଟ୍ ? କ’ଣ କରିବାକୁ ହେବ ? ଆସନ୍ତୁ ଜାଣିବା। 

ଆପଣ ଯଦି କରୋନା ଟିକା ନେଇସାରିଛନ୍ତି, ତେବେ ପ୍ରଥମେ ନିଜ ମୋବାଇଲରେ 9013151515 ନମ୍ବରକୁ ସେଭ୍ କରନ୍ତୁ  ।   ଏହାପରେ ସେହି ନମ୍ବରର ହ୍ୱାଟ୍‌ସଆପ୍‌ରେ  ଇଂଲିଶ୍‌ରେ  କୋଭିଡ୍ ସାର୍ଟିଫିକେଟ୍ ଲେଖି ସେଣ୍ଡ୍ କରିଦିଅନ୍ତୁ । ଏହାପରେ ଆପଣଙ୍କ ଟିକାକରଣ ବେଳେ କୋ-ଓ୍ୱିନ୍‌ରେ ରେଜିଷ୍ଟର୍ ହୋଇଥିବା ମୋବାଇଲ୍ ନମ୍ବରୁ ଏକ ଓଟିପି ଆସିବ । ଏହି ଓଟିପିକୁ ସେହି ହ୍ୱାଟ୍‌ସଆପ୍‌ ନମ୍ବରରେ ପଠାଇଦେଲେ ସିଧାସଳଖ ଟିକାକରଣ ସାର୍ଟିଫିକେଟ୍ ଆସିଯିବ।  ତେବେ ଗୋଟିଏ ନମ୍ବରରେ ପଞ୍ଜୀକରଣ କରି ଏକାଧିକ ଲୋକ ଟିକା ନେଇଥିଲେ, ସେମାନଙ୍କ ନାଁ ସଂଖ୍ୟାନୁକ୍ରମିକ ଭାବେ ଆସିବ ଏବଂ ଆପଣ କାହାର ସାର୍ଟିଫିକେଟ୍ ପାଇବାକୁ ଚାହୁଁଛନ୍ତି, ସେହି ସଂଖ୍ୟାକୁ ସେଣ୍ଡ୍ କଲେ ତାଙ୍କର ସାର୍ଟିଫିକେଟ୍ ଆସିଯିବ।
 

Other Stories

  • Covid19 Test
    COVID-19 ରାଜ୍ୟରେ ଆଉ ୧୦୪୧ ପଜିଟିଭ ଚିହ୍ନଟ, ୬୪ ମୃତ

    ଗତ ୨୪ ଘଣ୍ଟାରେ ୧୪୭୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ତେବେ ୫୬,୮୫୯ ଟେଷ୍ଟିଂ କରାଯାଇଥିବା ବେଳେ ଟେଷ୍ଟ ପଜିଟିଭିଟି ରେଟ୍...

  • Lingaraj Temple
    COVID-19 ୨୩ରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

    ୨୩ ତାରିଖରୁ ଭୁବନେଶ୍ୱରରେ ସମସ୍ତ ମସଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାର ଖୋଲିବାକୁ ଅନୁମତି ମିଳିଛି। ତେବେ ଏସବୁ ଧାର୍ମିକ ସ୍ଥଳରେ ଏକକାଳୀନ ୨୫ରୁ ଅଧିକ ଭକ୍ତଙ୍କୁ ଭିତରକୁ ଛଡ଼ାଯିବ ନାହିଁ। ରୀତିନୀତି ପାଇଁ ନିୟୋଜିତ ହେବାକୁ ଥିବା...

  • Covid death
    COVID-19 ରାଜ୍ୟ ସରକାର କରୋନା ମୃତ୍ୟୁ ତଥ୍ୟ ଲୁଚାଇଛନ୍ତି: ବିଜେପି

    ଏବେ ପ୍ରଶ୍ନ ଉଠୁଛି, କୋଭିଡ୍ ଦ୍ୱିତୀୟ ଲହରରେ ପ୍ରକୃତରେ ରାଜ୍ୟର କେତେ ଲୋକଙ୍କ ଜୀବନ ଯାଇଛି? କଣ ପାଇଁ ସରୁନି ମୃତକଙ୍କ ଗଣତି? ଡେଥ୍ ଅଡିଟ୍ ଲାଗି ଆଉ କେତେ ଦିନ ଲାଗିବ? ସେନେଇ ବି କାହିଁକି...

  • Health and Family Director
    COVID-19 ୧୫% ଶିଶୁ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା

    କରୋନାକୁ ହରେଇବାକୁ ହେଲେ ଏହାର ବ୍ରହ୍ମାସ୍ତ୍ର ହେଲା ଟିକାକରଣ। ଏହି ଟିକାକରଣ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା କଥା ଓ ସମସ୍ତ ନିୟମକୁ ମାନିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ସୂଚନା ଦେଇଛନ୍ତି। ଝାରସୁଗୁଡାରେ ଏକ ଟିକାକରଣ କେନ୍ଦ୍ର ପରିଦର୍ଶନରେ...