• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଯେଉଁ ବିପଦ ରହିଛି, ତାହାକୁ ଟିକାକରଣ ଦ୍ୱାରା ସ୍ଥାୟୀ ପ୍ରତିକାର କରାଯାଇ ପାରିବ

  • ନିକଟରେ ଗୋଟିଏ ଦିନରେ ୧ କୋଟି ଟିକାକରଣ ମାଇଲଷ୍ଟୋନ ପୂରଣ ହୋଇଛି

  • ୬୦ କୋଟି ଭାରତୀୟ ଅତିକମ୍‌ରେ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି

ଭୁବନେଶ୍ୱର : କୋଭିଡ ଟିକାକରଣରେ ଭାରତର ପ୍ରଦର୍ଶନ ବେଶ୍ ଭଲ ରହିଛି । ଟିକାକରଣକୁ ପ୍ରୋତ୍ସାହନ କରାଯିବା ଦରକାର ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଦେଶର ଜନସଂଖ୍ୟାର ଅଧା ଲୋକ ଟିକା ନେଇ ସାରିଲେଣି । ସମୁଦାୟ ଜନସଂଖ୍ୟାର ୫୦ ପ୍ରତିଶତ ଲୋକ ଅତିକମ୍‌ରେ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି । ଦୁଇ ଦିନ ତଳେ ଦିନକରେ ୧ କୋଟି ଲୋକଙ୍କୁ ଟିକା ଦିଆଯାଇଥିଲା, ଏହା ଏକ ମାଇଲ ଖୁଣ୍ଟ ।

ଭାରତର ଟୀକାକରଣ କାର୍ଯ୍ୟକ୍ରମ ଗତିଶୀଳ ହେବାରେ ଲାଗିଛି । ଆମେରିକା ଭଳି ବିକଶିତ ଦେଶ କୋଭିଡ ଟିକାକରଣରେ ଯେଭଳି ସ୍ଥିତିରେ ଅଛନ୍ତି, ଆମେ ବି ସମାନ ସ୍ଥିତିରୁ ଅଛୁ । ଏତେ କମ୍ ସମୟରେ ଆମ ଦେଶରେ ଟିକାର ବିକାଶ ହେବା ଆମ ପାଇଁ ଗର୍ବର କଥା । ଆମର ବିଭିନ୍ନ କମ୍ପାନୀଗୁଡିକ ବହୁ ମାତ୍ରାରେ ଟିକା ପ୍ରସ୍ତୁତ କରୁଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପ୍ରତ୍ୟକ୍ଷ ଭାବେ ସେମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ନୀତି ନିୟମରେ ସମ୍ପୂର୍ଣ୍ଣ କାମ ହୋଇଛି ।

ହେଲେ ଦୁର୍ଭାଗ୍ୟର ବିଷୟ କିଛି ବ୍ୟକ୍ତି ବିଶେଷ ଏଭଳି ଦେଶ ହିତ କାମକୁ ମଧ୍ୟ ବିରୋଧ କରୁଥିଲେ । ଟିକାକୁ ନେଇ ଚାଲିଥିବା କାମକୁ ଥଟ୍ଟାରେ ଉଡାଉଥିଲେ । ଟିକାକରଣକୁ ପ୍ରେତ୍ସାହନ ନ ଦେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଥିଲେ । ହେଲେ ସେମାନେ ଲୁଚିକି ଟିକା ନେଇଛନ୍ତି । ଏଇଟା ଆଦୌ ଠିକ କଥା ନୁହେଁ । ସମସ୍ତେ ମିଶିକି ଜନସାଧାରଣଙ୍କୁ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଉତ୍ସାହିତ କରିବା ଦରକାର । ମହାମାରୀ ବିରୋଧରେ ଏକାଠି ହୋଇ ଲଢ଼େଇ ଜାରି ରଖିବା ।