• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଭାରତରେ ଚାଲିଥିବା ଟିକାକରଣ ଅଭିଯାନକୁ WHOର ପ୍ରଶଂସା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ୍ କ୍ଷେତ୍ରପାଲ ସିଂ କହିଛନ୍ତି, କରୋନା ଟିକାକରଣ ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବା ସହ ବହୁ ସଂଖ୍ୟକ ଟିକା ଦେବା ପାଇଁ ଭାରତ ସକ୍ଷମ । ଆସନ୍ତା ଡିସେମ୍ବର ସୁଦ୍ଧା ଦେଶରେ ଥିବା ସମସ୍ତ ବୟସ୍କ ନାଗରିକଙ୍କର ଟିକାକରଣ କରିବା ଲକ୍ଷ୍ୟ ହାସଲ କରିନେବ ଭାରତ ।

କରୋନାର ସମସ୍ତ ନିୟମ ପାଳନ କରିବା ସହିତ ବହୁ ସଂଖ୍ୟକ ଟିକାକରଣ ଦ୍ୱାରା କରୋନାର ଆଗାମୀ ଲହରୀକୁ ସହଜରେ ରୋକାଯାଇ ପାରିବ । କରୋନା ମହାମାରୀକୁ ମାତ୍‌ ଦେବା ପାଇଁ ସମାନ ଭାବରେ ଟିକା ବଣ୍ଟନ ମଧ୍ୟ ଦେଶକୁ ଅନେକାଂଶରେ ସାହାଯ୍ୟ କରିଛି । ଭାରତ ଅନେକ ଥର ଗୋଟିଏ ଦିନରେ ଏକ କୋଟିରୁ ଅଧିକ ଡୋଜ ଦେଇ ରେକର୍ଡ କରିଛି । ଭାରତ ପାଖରେ ଏକ ଦିନ ବହୁ ସଂଖ୍ୟକ ଟିକା ଦେବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି । ଯଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ଅଧା ଜନସଂଖ୍ୟାକୁ ଟିକା ମିଳିସାରିଛି । ଏଥିମଧ୍ୟରୁ ୨୦କୋଟିରୁ ଅଧିକ ଲୋକଙ୍କୁ ଉଭୟ ଡୋଜ ଦିଆଯାଇଛି । ଆଗାମୀ ଦିନରେ ଯଦି ଅଧିକ ସଂଖ୍ୟକ ଟିକା ଉପଲବ୍ଧ ହୁଏ, ତେବେ ଟିକାକରଣର ଗତି ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି ।

ଭାରତ ସରକାରଙ୍କ ଅନୁସାରେ, ଦେଶରେ ଟିକାକରଣ ୮୦ କୋଟି ଅତିକ୍ରମ କରିଥିବାବେଳେ ଏପର୍ଯ୍ୟନ୍ତ ସମୁଦାୟ ୮୧,୭୩,୯୫,୭୬୩ ଟିକା ଡୋଜ ଯୋଗାଇ ଦିଆଯାଇଛି । ସେପ୍ଟେମ୍ବରରେ ଦେଶକୁ ଭାରତୀୟ କମ୍ପାନୀ ଦ୍ୱାରା ଉତ୍ପାଦିତ ୨୬ କୋଟି ଟିକା ଡୋଜ ମିଳିଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ । କ୍ରମାଗତ ଭାବେ ଦେଶରେ ଟାକାକରଣ ବୃଦ୍ଧି ପାଉଛି । ଆସନ୍ତା ଅକ୍ଟୋବର ମାସରେ ଭାରତକୁ ୩୦ କୋଟିରୁ ଅଧିକ ଡୋଜ ଟିକା ମିଳିବାର ସମ୍ଭାବନା ରହିଛି । ପରେ ଉତ୍ପାଦନର ପରିମାଣ ଆହୁରି ବୃଦ୍ଧି ପାଇବ ।