• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଯାତ୍ରା ପୂର୍ବରୁ ଯାତ୍ରା ବିବରଣୀ ସହ ନେଗେଟିଭ୍ ରିପୋର୍ଟ ଜରୁରୀ

  • ନେଗେଟିଭ୍ ଥିଲେ ବି କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ

  • ଲକ୍ଷଣ ନଥିଲେ ୫ବର୍ଷରୁ କମ୍ ପିଲାଙ୍କ ପାଇଁ କୋଭିଡ୍ ଟେଷ୍ଟର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ : କରୋନାର ନୂଆ ଭ୍ୟାରିଆଣ୍ଟ୍ ଓମିକ୍ରନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସତର୍କତା ମୂଳକ ପଦକ୍ଷେପ । ଭାରତ ଆସିବାକୁ ଥିବା ଯାତ୍ରୀଙ୍କୁ ଯାତ୍ରା ଆରମ୍ଭ ପୂର୍ବରୁ ଏୟାର୍ ସୁବିଧା ପୋର୍ଟାଲରେ ନିଜ ୧୪ ଦିନର ଯାତ୍ରା ବିବରଣୀ ଏବଂ ୭୨ ଘଣ୍ଟା ମଧ୍ୟରେ ହୋଇଥିବା କୋଭିଡ୍ ନେଗେଟିଭ୍ ରିପୋର୍ଟ ଦାଖଲ କରିବାକୁ ପଡ଼ିବ । ଆସନ୍ତା ଡିସେମ୍ବର ୧ ତାରିଖରୁ ଏହି ସଂଶୋଧିତ ନିୟମ କାର୍ଯ୍ୟକାରୀ ହେବ ।

ଏଥିସହ ୧୦ରୁ ଅଧିକ ଦେଶଙ୍କୁ ଆଟ୍ ରିସ୍କ ବା ବିପଦ ସଂକୁଳ ଦେଶ ଭାବେ ଚିହ୍ନଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ସେହି ଦେଶ ଗୁଡ଼ିକ ହେଲା- ୟୁକେ ସମେତ ସମସ୍ତ ୟୁରୋପୀୟ ଦେଶ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋସଓ୍ୱାନା, ଚୀନ୍, ମରିସସ୍, ନ୍ୟୁଜିଲାଣ୍ଡ୍, ଜିମ୍ବାୱେ , ସିଙ୍ଗାପୁର, ହଂକଂ ଓ ଇସ୍ରାଏଲ୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ଆଟ୍ ରିସ୍କ ବର୍ଗଭୁକ୍ତ ଦେଶ ଗୁଡ଼ିକରୁ ଆସୁଥିବା ଯାତ୍ରୀମାନଙ୍କର ଏୟାରପୋର୍ଟରେ କୋଭିଡ୍ ଟେଷ୍ଟ୍ ହେବ । ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନେ ଏୟାପୋର୍ଟରେ ହିଁ ଅପେକ୍ଷା କରିବେ ।

ରିପୋର୍ଟ ନେଗେଟିଭ୍ ଆସିଲେ ବି ଯାତ୍ରୀଙ୍କୁ ୭ ଦିନ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ଏବଂ ଅଷ୍ଟମ ଦିନରେ ପୁଣି କୋଭିଡ୍ ଟେଷ୍ଟ୍ କରିବେ । ସେତେବେଳେ ମଧ୍ୟ ନେଗେଟିଭ୍ ଆସିଲେ ଆଉ ୭ ଦିନ ସେଲ୍ଫ ମନିଟରିଂ ବା ନିଜ ଅନୁଧ୍ୟାନରେ ରହିବେ । ଆଟ୍ ରିସ୍କ ବ୍ୟତୀତ ଅନ୍ୟ ଦେଶରୁ ଆସୁଥିବା ଯାତ୍ରୀଙ୍କ ମଧ୍ୟରୁ ୫ ପ୍ରତିଶତ ଲୋକଙ୍କର ଏୟାପପୋର୍ଟରେ କୋଭିଡ୍ ଟେଷ୍ଟ୍ ହେବ । ଅନ୍ୟମାନେ ବିନା ଟେଷ୍ଟରେ ଏୟାରପୋର୍ଟରୁ ଯାଇପାରିବେ । ହେଲେ ସେମାନଙ୍କୁ ଘରେ ୧୪ ଦିନ ସେଲ୍ଫ ମନିଟରିଂରେ ରହିବାକୁ ପଡ଼ିବ । ତେବେ ୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ କରୋନା ଲକ୍ଷଣ ନଥିଲେ ଯାତ୍ରା ପୂର୍ବରୁ ଓ ପରେ କୋଭିଡ୍ ଟେଷ୍ଟର ଆବଶ୍ୟକତା ନାହିଁ ।