• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଖୁବ୍‌ଶୀଘ୍ର ଭାରତରେ ଉପଲବ୍ଧ ହେବ କରୋନା ଟିକା ଜାଇକୋଭ୍-ଡି ।

  • ଟିକା କଂପାନୀ ଜାଇଡସ୍ କାଡିଲା ଦ୍ୱାରା ପ୍ରସ୍ତୁତ କରାଯାଉଛି ଏହି ଟିକା ଜାଇକୋଭ୍-ଡି ।

  • ତେବେ ନିର୍ଦ୍ଦିଷ୍ଟ ଭାବେ ଏହି କେବେ ଆସିବ ସେନେଇ ସ୍ପଷ୍ଟ ସୂଚନା ନାହିଁ । 

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଭାରତରେ ଉପଲବ୍ଧ ହେବ କରୋନା ଟିକା ଜାଇକୋଭ୍-ଡି । ଟିକା କଂପାନୀ ଜାଇଡସ୍ କାଡିଲା ଦ୍ୱାରା ପ୍ରସ୍ତୁତ କରାଯାଉଛି ଏହି ଟିକା ଜାଇକୋଭ୍-ଡି । ତେବେ ନିର୍ଦ୍ଦିଷ୍ଟ ଭାବେ ଏହି କେବେ ଆସିବ ସେନେଇ ସ୍ପଷ୍ଟ ସୂଚନା ନାହିଁ । ଖାଲି ସେତିକି ନୁହେଁ ଏହାର ଦର କେତେ ରହିବ ସେନେଇ ମଧ୍ୟ ଏଯାଏଁ କିଛି ସ୍ଥିର ହୋଇନି ବୋଲି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏହା ନିଡିଲ୍ ଲେସ୍ ଓ ତିନି ଡୋଜ୍ ବିଶିଷ୍ଟ ଟିକା । ଏହାର ଦର ନେଇ ଆଲୋଚନା କରାଯାଉଛି । ଖୂବ୍‌ଶୀଘ୍ର ଏହାର ଦର ନିର୍ଦ୍ଧାରଣ କରାଯିବ । ଏହାପରେ ସମସ୍ତଙ୍କୁ ଜଣାଇ ଦିଆଯିବ କହିଲେ ରାଜେଶ ଭୂଷଣ ।

ଅନ୍ୟପଟେ ଡେଙ୍ଗୁ ଟିକା ପ୍ରସ୍ତୁତ କରିବା ଆମ ପାଇଁ ବଡ଼ ଲକ୍ଷ୍ୟ ବୋଲି କହିଛନ୍ତି ଆଇସିଏମ୍‌ଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ । ଡେଙ୍ଗୁ ଷ୍ଟ୍ରେନ ନେଇ କିଛି ଭାରତୀୟ କଂପାନୀ ଲାଇସେନ୍ସ ପାଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ବିଦେଶରେ ଫେଜ୍-୧ ଟ୍ରାଏଲ କରିଛନ୍ତି । ଆମେ ଅଧିକ ଟ୍ରାଏଲ କରିବାକୁ ଯୋଜନା କରୁଛୁ କହିଛନ୍ତି ଭାର୍ଗବ । 

ତେବେ ପୂର୍ବରୁ ୧୨ରୁ ୧୮ ବର୍ଷ ପିଲାଙ୍କୁ ଟିକା ପାଇଁ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ (DCGI)କୁ ଜରୁରୀକାଳୀନ ଆବେଦନ କରିଥିଲା ଜାଇଡସ୍ । ଦେଶର ୫୦ଟି ସେଣ୍ଟରରେ ସବୁଠୁ ବଡ଼ କ୍ଲିନିକାଲ୍ ଟ୍ରାଏଲ କରିଛି ଜାଇଡସ୍ । ଜାଇଡସର ଜାଇକୋଭ୍-ଡି ଭ୍ୟାକସିନକୁ ଶିଶୁଙ୍କ ପାଇଁ ଟ୍ରାଏଲ କରାଯାଇଛି । ପାଖାପାଖି ହଜାରେରୁ ଅଧିକ ଶିଶୁଙ୍କ ପାଖରେ ଏହାକୁ ପ୍ରୟୋଗ କରାଯାଇଛି । କରୋନା ବିରୋଧରେ ଏହା ପ୍ରଭାବଶାଳୀ ହେବା ସହ ଶିଶୁଙ୍କୁ ମହାମାରୀରୁ ରୋକିବାରେ ଫଳପ୍ରଦ ହେବ । ଜାଇକୋଭ୍-ଡି ଖୁବଶୀଘ୍ର ଉପଲବ୍ଧ ହେବ ବୋଲି ନିତି ଆୟୋଗ ସଦସ୍ୟ ଡାକ୍ତର ଭି କେ ପଲ କହିଥିଲେ ।

ଜାଇକୋଭ୍-ଡି ହେଉଛି ଡିଏନ୍ଏ ଭ୍ୟାକସିନ୍, ଯାହା ଶିଶୁଙ୍କ ଶରୀରର ଡିଏନ୍ଏରେ କୋଭିଡ୍ ବିରୋଧରେ କାର୍ଯ୍ୟ କରିଥାଏ । ଜାଇଡସ୍ କାଡିଲାର ଏହି ଟିକା ବିଶ୍ୱର ଅନ୍ୟ ଟିକା ଠାରୁ ବହୁତ ଭିନ୍ନ ଅଟେ । ଦୁନିଆର ପ୍ରଥମ ପ୍ଲାସିମ DNA ଟିକା (ZyCoV-D) ତିଆରି କରିଛି ଜାଇଡସ୍ କାଡିଲା । ଅଧିକାଂଶ ଟିକାର ଦୁଇଟି ଡୋଜ୍ ଦିଆଯାଉଛି । କୋଭିଶିଲ୍ଡ ସ୍ପୁଟନିକ୍, କୋଭାକ୍ସିନ୍ ଇତ୍ୟାଦି ଟିକାର ଦୁଇଟି ଡୋଜ୍ ଟିକାକରଣ କରାଯାଉଛି । କିନ୍ତୁ Zydusର ଏହି ଟିକା ଦୁଇଟି ନୁହେଁ, ତିନୋଟି ଡୋଜ୍ ପ୍ରଦାନ କରାଯିବ ।