• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଏପ୍ରିଲ ଏବଂ ମେ ମାସରେ କରୋନାର ଦ୍ୱିତୀୟ ଲହରୀ ଦେଶରେ ତାଣ୍ଡବ ରଚିଥିଲା । ​​ ଦୁଇ ମାସ ମଧ୍ୟରେ କରୋନା ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଲେ । ଘରେ ଘରେ ଲୋକଙ୍କ ମୃତ୍ୟୁ ଘଟିଥିଲା । କେତେ ପିଲା ଅନାଥ ହୋଇଗଲେ, ତ କେତେ ପରିବାର ଉଜାଡ଼ିଦେଲା ମହମାରୀ । ତେବେ ଏହାରୀ ଭିତରେ ଦୀର୍ଘ ଦିନ ହେଲା ପ୍ରଶ୍ନ ଉଠିଠୁଛି, କରୋନା କାରଣରୁ ଏପର୍ଯ୍ୟନ୍ତ କେତେ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ପ୍ରଶ୍ନ ବେଶ୍ ଗୁରୁତ୍ୱପୂର୍ଣ୍ଣ କାରଣ । ଆଗାମୀ ସମୟକୁ ଦୃଷ୍ଟିରେ ରଖି ସରକାର କେଉଁ ପ୍ରକାର ନୀତି ପ୍ରସ୍ତୁତ କରୁଛନ୍ତି ଯଦ୍ୱାରା ଭବିଷ୍ୟତରେ ଏପରି ଘଟଣା ଘଟିବ ନାହିଁ, ତାହାର ସୂଚନା ମଧ୍ୟ ମିଳିଯିବ ।

ଅଗଷ୍ଟ ୧୪ରେ କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ କିପରି ଯୋଜନା ପ୍ରସ୍ତୁତ ହୋଉଛି । ସରକାରଙ୍କୁ ଏନେଇ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ରାଜ୍ୟଗୁଡିକ କେନ୍ଦ୍ରକୁ ଦେଇଥିବା ତଥ୍ୟ ଅନୁଯାୟୀ ଏହି ଦୁଇ ମାସରେ କୋଭିଡ ୧୯ରେ ସଂକ୍ରମିତ ହୋଇ ୧.୬୯ ଲକ୍ଷ ରୋଗୀଙ୍କ ମୃତ୍ୟୁ ଘଟିଛି । ତେବେ ଦ ଇଣ୍ଡିଆନ୍ ଏକ୍ସପ୍ରେସର ମିଡିଆ ରିପୋର୍ଟ ଅନୁସାରେ, ଏହି ସଂଖ୍ୟା ଅତ୍ୟନ୍ତ କମ୍ ଅଟେ । କରୋନା କାରଣରୁ କେତେ ମୃତ୍ୟୁ ଘଟିଛି, ତାହା ଜାଣିବା ଅତ୍ୟନ୍ତ କଷ୍ଟକର । ଦୁଇ ମାସର ମୋଟ୍ ମୃତ୍ୟୁ ସଂଖ୍ୟାକୁ କେବଳ ଆକଳନ କରାଯାଇପାରେ ।

କରୋନା ମୃତ୍ୟୁର ପ୍ରକୃତ ଆକଳନ ପାଇଁ ଖବରକାଗଜ ପକ୍ଷରୁ ଅନେକ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେଥିମଧ୍ୟରୁ ଗତ ସପ୍ତାହରେ ହିଁ ମୃତ୍ୟରୁ ତଥ୍ୟ ଦିଆଯାଇଥିବା କହିଛନ୍ତି ୮ ରାଜ୍ୟ । ସିଭିଲ୍ ରେଜିଷ୍ଟ୍ରେସନ୍ ସିଷ୍ଟମ୍ ଅନୁଯାସାରେ ଗତ ସପ୍ତାହରେ ସମସ୍ତ କୋଭିଡ୍ ମୃତ୍ୟୁହାର ମଧ୍ୟରୁ ଏହା ଏକ ତୃତୀୟାଂଶ ଅଟେ । ତେବେ ବର୍ତ୍ତମାନ ସୁଦ୍ଧା ତଥ୍ୟ ପ୍ରକାଶିତ ହୋଇନାହିଁ । ଆଠଟି ରାଜ୍ୟରେ ଅନ୍ୟ ସମସ୍ତ କାରଣରୁ ହୋଇଥିବା ମୃତ୍ୟୁର ମୋଟ୍ ସଂଖ୍ୟା ଏପ୍ରିଲରେ ହୋଇଥିବା ମୃତ୍ୟୁର ୨.୦୪ ଗୁଣ ଅଟେ । ଏହି ସଂଖ୍ୟା ମେ ୨୦୧୯ ଆଧାରରେ ଦିଆଯାଇଥିବା କୁହାଯାଇଛି ।

ତଥ୍ୟ ଅନୁସାରେ କେରଳର ସର୍ବନିମ୍ନ ମୃତ୍ୟୁ ସଂଖ୍ୟା ୧.୨୩ ଗୁଣ ଥିବା ବେଳେ ମଧ୍ୟପ୍ରଦେଶରେ ମୃତ୍ୟୁ ସଂଖ୍ୟା ୨.୯୨ ଗୁଣ ରହିଛି । ମୋଟ୍ ମୃତ୍ୟୁରୁ ସରକାରୀ କୋଭିଡ ମୃତ୍ୟୁକୁ ଫେଡ଼ିଲେ, ସମସ୍ତ ରାଜ୍ୟରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ। ସମସ୍ତ ମୃତ୍ୟୁର କୋଭିଡରୁ ମୃତ୍ୟୁସଂଖ୍ୟା କାଟିବା ପରେ କେରଳର ୧.୧୨ ଗୁଣ ଓ ମଧ୍ୟପ୍ରଦେଶରେ ୨.୮୬ ଗୁଣ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।