• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଡେଲଟା ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ 

  • ICMR ସର୍ଭେ ରିପୋର୍ଟରେ ଡେଲଟା ଅଧିକ ପ୍ରଭାବୀ ।

  • ଟକା ନେବା ପରେ ବି ସଂକ୍ରମିତ ।

ନୂଆଦିଲ୍ଲୀ: ଅନ୍ୟ ଭାରିଆଣ୍ଟ ଅପେକ୍ଷା ଡେଲଟା ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ । ICMR ପକ୍ଷରୁ କରାଯାଇଥିବା ସର୍ଭେରେ ଡେଲଟା ଅଧିକ ପ୍ରଭାବୀ ବୋଲି ସ୍ପଷ୍ଟ ହୋଇଛି । ୧୭ ରାଜ୍ୟରୁ ନିଆଯାଇଥିବା ୬୭୭ ସାମ୍ପୁଲ ପରୀକ୍ଷଣରୁ ସ୍ପଷ୍ଟ କଲା ICMR । ଗୋଟିଏ ଡୋଜ୍ ବା ଉଭୟ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁ ନେଇ ସର୍ଭେ କରାଯାଇଥିଲା । ୬୭୭ ମଧ୍ୟରୁ ୮୬ ପ୍ରତିଶତ ଡେଲଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ଥିବା ଜଣାପଡ଼ିଛି ।

ତେବେ ମାତ୍ର ୯.୮% ସଂକ୍ରମିତଙ୍କୁ ହସ୍ପିଟାଲରେ ଆଡମିଶନ କରାଯାଇଥିବା ବେଳେ ୦.୪% ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଉତ୍ତର ଭାରତରେ ଆଲଫା ଏବଂ ଅନ୍ୟ ଅଞ୍ଚଳରେ ଡେଲଟା ପ୍ରାଦୁର୍ଭାବ ବେଶି ଦେଖାଯାଇଛି । ସଂକ୍ରମିତଙ୍କ ମଧ୍ୟରୁ ୭୧ % ଲକ୍ଷଣଯୁକ୍ତ ରହିଥିବା ବେଳେ ବାକି ୨୯% ଲକ୍ଷଣହୀନ ଥିବା ରିପୋର୍ଟ କହୁଛି ।

ସବୁଠାରୁ ବଡ଼ କଥା ହେଲା ଟିକା ଯୋଗୁଁ ରୋଗୀ ଗୁରୁତର ହେବା ଏବଂ ହସ୍ପିଟାଲ ଯିବା ସଂଖ୍ୟା ହ୍ରାସ ପାଇଛି । ଆକ୍ରାନ୍ତ ହେଲେ ମଧ୍ୟ ଲୋକେ ଅଧିକ ଗୁରୁତର ହେଉନାହାନ୍ତି । କାରଣ ସେମାନେ ଟିକାର ଦୁଇଟି ଯାକ ଡୋଜ ନେଇ ସାରିଛନ୍ତି । ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ଆଧିକରୁ ଅଧିକ ସତର୍କ ରହିବାକୁ ପଡ଼ିବ । ଏହାସହ ଯେଉଁମାନେ ଦୁଇଟି ଯାକ ଡୋଜ୍‌ ଟିକା ନେଇ ସାରିଛନ୍ତି, ସେମାନେହ ମଧ୍ୟ ସତର୍କ ରହିବାକୁ ପଡ଼ିବ । ନଚେତ ତୃତୀୟ ଲହର ଆସିବାର ସମ୍ଭାବନା ରହିବ । ୬୭୭ ସାମ୍ପଲ ମଧ୍ୟରୁ ୮୫ ଜଣ ପ୍ରଥମ ଡୋଜ୍ ଓ ବାକି ୨ୟ ଡୋଜ୍ ପରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଏବେ ବି ୪୭ ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତ ଉପରେ ରହିଛି । ମଣିପୁରର ସର୍ବାଧିକ ୯ଟି ଜିଲ୍ଲାରେ ପଜିଟିଭିଟି ୧୦% ଉପରେ ରହିଛି । କେରଳରେ ୮, ରାଜସ୍ଥାନରେ ୬ଟି ଜିଲ୍ଲାରେ ପଜିଟିଭିଟି ୧୦% ଉପରେ ରହିଛି ।