• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କଟକଣା ଯୋଗୁଁ ହାତ ବାନ୍ଧି ବସିଛନ୍ତି କର୍ମଚାରୀ

  • ବ୍ୟବହାର ନହୋଇ ନଷ୍ଟ ହେବାକୁ ବସିଲାଣି କଳାକାରଙ୍କ ବାଦ୍ୟଯନ୍ତ୍ର

  • ଆର୍ଥିକ ସମସ୍ୟା ଘେରରେ ଗଞ୍ଜାମ ଓ କଟକର ଶହ ଶହ କଳାକାର

କଟକ, ବ୍ରହ୍ମପୁରରୁ (ଦେବାଶିଷ ମହାନ୍ତି,ଜଗନ୍ନାଥ ସାହୁ) : କରୋନା କଟକଣା ଯୋଗୁଁ ବିବାହ, ବତ୍ର ଘର ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଉ ବାଜୁନି ବାଦ୍ୟ । ଫଳରେ ଏହା ଉପରେ ନିର୍ଭର କରୁଥିବା ବ୍ୟାଣ୍ଡ ପାର୍ଟି ମାଲିକ ଓ କର୍ମଚାରୀଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଛି । ଗଞ୍ଜାମ ଓ କଟକ ଜିଲ୍ଲାରେ ଶହ ଶହ ମ୍ୟୁଜିକ୍ ଆର୍ଟିଷ୍ଟ ଏବେ ଚିନ୍ତାରେ । ଗତ ଦୁଇ ବର୍ଷ ହେଲା ବାରମ୍ବାର ଲକଡାଉନ ସଟଡାଉନ ମଧ୍ୟରେ ବେପାର ପୁରା ଠପ୍ । ଫଳରେ କିଭଳି ପରିବାର ଚଳାଇବେ, ସେହି ଚିନ୍ତା ଏବେ ସେମାନଙ୍କୁ ଘାରିଛି ।

ମ୍ୟୁଜିକ୍ କଳାକାରଙ୍କ ମୁହଁରୁ ହସ ଛଡାଇ ନେଇଛି କରୋନା । ମାସ ମାସ ଧରି ପଡିରହିବାରୁ ବାଦ୍ୟ ଯନ୍ତ୍ର ଉପରେ ଧୂଳିର ଆସ୍ତରଣ ବସିଗଲାଣି । ବିବାହ, ବ୍ରତ ଓ ସାମାଜିକ କାର୍ଯ୍ୟ ଆଦିରେ ବ୍ୟାଣ୍ଡ ପାର୍ଟି ମ୍ୟୁଜିକ ପରିବେଷଣ ବନ୍ଦ ଥିବାରୁ ହାତରେ ହାତ ଛନ୍ଦି ବସିଛନ୍ତି ବ୍ୟାଣ୍ଡ ପାର୍ଟିର କଳାକାର । ଗଞ୍ଜାମ ଜିଲ୍ଲାରେ ରହିଛି ୫୦ରୁ ଅଧିକ ବ୍ୟାଣ୍ଡପାର୍ଟି । କରୋନା କଟକଣାରୁ ଏସୁବ ବନ୍ଦ । ଫଳରେ କାମ ନପାଇ ୭ ଶହରୁ ଅଧିକ କଳାକାର ଆର୍ଥିକ ଅନଟଣ ଦେଇ ଗତି କରୁଛନ୍ତି । ତେଣୁ କଳାକାରଙ୍କ ସହ କଳାକୁ ବଞ୍ଚାଇ ରଖିବା ଲାଗି ସରକାରୀ ସହାୟତା ଦାବି କରିଛନ୍ତି ବ୍ୟାଣ୍ଡ ପାର୍ଟି ମାଲିକ ଏବଂ କଳାକାର ।

ସେପଟେ କଟକରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି । କଟକ ତିନିକୋଣିଆ ବଗିଚା ତିରୁପତି ବ୍ୟାଣ୍ଡ ମାଲିକ କେ. ଲକ୍ଷ୍ମୀନାରାଣୟଙ୍କୁ କରୋନାର କାୟା ପୂର୍ବରୁ ତାଙ୍କୁ ଫୁରୁସତ ମିଳୁନଥିଲା । ହେଲେ କରୋନା ଆସିବା ପରଠୁ ହାତ ବାନ୍ଧି ବସିଛନ୍ତି । ତାଙ୍କ ବ୍ୟାଣ୍ଡ ପାର୍ଟିରେ କାମ କରୁଥିବା ପ୍ରାୟ ୨୫ ଜଣ କଳାକାର ଏବେ ରୋଜଗାର ହରାଇଛନ୍ତି । କରୋନା କଟକଣା ପାଇଁ ବ୍ୟାଣ୍ଡ ବାଜା ପରିବେଷଣ ବନ୍ଦ । ଏମିତିକି ବାଦ୍ୟ ଯନ୍ତ୍ର ମାସ ମାସ ଧରି ପଡିରହିବାରୁ ସେସବୁ ଖରାପ ହେବାକୁ ବସିଲାଣି । ସମାନ ଅବସ୍ଥା ବକ୍ସିବଜାର ନୁର ମହମ୍ମଦ ବ୍ୟାଣ୍ଡ ପାର୍ଟି ମାଲିକଙ୍କର । ବ୍ୟାଣ୍ଡ ପାର୍ଟିରୁ ରୋଜଗାର କରି ଚଳୁଥିଲେ ପିଢୀ ପରେ ପୀଢି ହେଲେ କରୋନା ଛଡାଇ ନେଇଛି ତାଙ୍କ ପରିବାରରୁ ହସ ।