• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପୁରୁଷଶୂନ୍ୟ ହୋଇଗଲା ପରିବାର
  • କରୋନାରେ ଆକ୍ରାନ୍ତ ହୋଇ ୪ ମୁରବୀଙ୍କ ଜୀବନ ଚାଲିଗଲା

  • ମୃତ୍ୟୁର ଏକ ବର୍ଷ ପରେ ବି ସହାୟତା ଅପେକ୍ଷାରେ ପୂରା ପରିବାର

ଖଲ୍ଲିକୋଟ୍(ସିଲୁ ବିଶ୍ୱାଳ): ଅତୀତର ଆତଙ୍କ ଆଜି ବି ଆଖି ସାମ୍ନାରେ ନାଚି ଯାଉଛି । ପରିବାରକୁ ପୁରୁଷଶୂନ୍ୟ କରିଦେଲା ମହାମାରୀ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଙ୍ଗାର ଗାଁର ସମା ସାହୁଙ୍କର ପରିବାର ଏବେ ଦୁର୍ଦ୍ଦିନରେ । ତାଙ୍କ ମୁଣ୍ଡରୁ ସିନ୍ଦୂର ପୋଛି ନେଇଥିବା ଅଦୃଶ୍ୟ ଭାଇରସର ଭୟଙ୍କର ରୂପ ଆଜି ବି ଗୋଟି ଗୋଟି ହୋଇ ମନେ ପଡୁଛି । କେବଳ ଯେ ସେ ସ୍ୱାମୀଙ୍କୁ ହରାଇଛନ୍ତି ତା’ ନୁହେଁ, ତାଙ୍କର ଯୌଥ ପରିବାରର ଚାରି ଚାରି ଜଣ ରୋଜଗାରିଆ ପୁରୁଷ ଆଗ ପଛ ହୋଇ ଚାଲିଯିବା ପରେ ସାହୁ ପରିବାର ଏବେ ମୁରବୀଶୂନ୍ୟ ହୋଇଯାଇଛି ।

ଦିନେ ଏହି ପରିବାରର ଥିଲେ ପାଞ୍ଚ ଭାଇ । ହସଖୁସିରେ ଫାଟି ପଡ଼ୁଥିଲା ସଂସାର । ପିଲାଙ୍କ କୋଳାହୋଳ ଭିତରେ ସମୟ ଜଣା ପଡ଼ୁନଥିଲା । ହେଲେ ସୁନାର ସଂସାରରେ ଯେପରି କାହାର ନଜର ଲାଗିଗଲା । ଦୁଇ ବର୍ଷ ତଳେ ଦୁର୍ଘଟଣାରେ ଜଣ ଭାଇର ଜୀବନ ଚାଲି ଯାଇଥିଲା । ଆଉ ଏହାର କିଛି ମାସ ପରେ ଅକାଳ ମୃତ୍ୟୁ ସାଜି ଆସିଲା କରୋନା ମହାମାରୀ । ସଂକ୍ରମଣ ନେଇଗଲା ଅନ୍ୟ ଚାରି ଭାଇଙ୍କ ଜୀବନ । ଜଣଙ୍କ ପରେ ଜଣେ କରୋନାରେ ଜୀବନ ହାରିଲେ । ଆଉ ପରିବାରରେ କେବଳ ରହିଗଲେ ମହିଳା ।

ମୃତ୍ୟୁକୁ ବର୍ଷେ ପୂରିଲାଣି ହେଲେ, ଏହି ପରିବାରକୁ ଏଯାଏଁ ମିଳିନି ସରକାରୀ ସହାୟତା। ଘର ଅଗଣା ରେ ଦୋକାନ ଖଣ୍ଡେ ଥିବାରୁ ସେଥିରୁ ଯାହା ଆୟ ହେଉଛି କଷ୍ଟମଣ୍ଡେ ଚଳି ଯାଉଛନ୍ତି ଛୁଆପିଲା । ହେଲେ ବର୍ତ୍ତମାନ ସ୍ଥିତିରେ ମୃତକ ସବୁ ଭାଇଙ୍କଙ୍କ ସାନ ବଡ଼ ହୋଇ ୮ ଜଣ ପିଲାଛୁଆ ଅଛନ୍ତି । ଖାଇ ପିଇ ରହିଯାଉଛନ୍ତି ସିନା ପରିବାର ପକ୍ଷେ ପାଠପଢ଼ା ଖର୍ଚ୍ଚ ଉଠାଇବା ସହଜ ହେଉନି । କୌଣସି ସରକାରୀ ସହାୟତା କିମ୍ବା ବିଧବା ଭତ୍ତା ମିଳିନଥିବା ପରିବାର ଲୋକେ ରଖିଛନ୍ତି।