• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

News Highlights

  • ୨୪ ଘଣ୍ଟାରେ ସାମ୍ପଲ୍ ଟେଷ୍ଟ ୭୧,୨୬୪; ପଜିଟିଭିଟି ୧.୨୭%

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୯୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୬ ଆକ୍ରାନ୍ତ। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୩୧; ଲୋକାଲ କେସ୍- ୩୮୦ ରହିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ୧୦ ଲକ୍ଷ ୮୪କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସାମ୍ପଲ୍ ଟେଷ୍ଟ ୭୧,୨୬୪ ହୋଇଥିବା ବେଳେ ପଜିଟିଭିଟି ୧.୨୭% ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। 

କେଉଁ ଜିଲ୍ଲାରୁ କେତେ-

ଅନୁଗୁଳ- ୨୩, ବାଲେଶ୍ୱର- ୫୧,  ବରଗଡ଼- ୭, ଭଦ୍ରକ- ୧୨, ବଲାଙ୍ଗିର- ୫,  କଟକ- ୮୮, ଦେବଗଡ଼- ୧୦, ଢେଙ୍କାନାଳ- ୧୬, ଗଜପତି- ୬, ଗଂଜାମ- ୪, ଜଗତସିଂହପୁର- ୨୪, ଯାଜପୁର- ୪୯, ଝାରସୁଗୁଡ଼ା- ୨, କଳାହାଣ୍ଡି- ୭, କନ୍ଧମାଳ-୪, କେନ୍ଦ୍ରାପଡ଼ା- ୩୧, କେନ୍ଦୁଝର- ୧୦, ଖୋର୍ଦ୍ଧା- ୩୫୨, କୋରାପୁଟ- ୬, ମାଲକାନଗିରି- ୭, ମୟୂରଭଞ୍ଜ- ୩୮, ନୟାଗଡ଼- ୧୯, ପୁରୀ- ୩୦ ରାୟଗଡ଼ା- ୭, ସମ୍ବଲପୁର- ୧୩, ସୁବର୍ଣ୍ଣପୁର- ୩, ସୁନ୍ଦରଗଡ଼- ୮, ଷ୍ଟେଟପୁଲ୍- ୭୯ ଚିହ୍ନଟ ହୋଇଛି।

ସେହିପରି ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଜଗତସିଂହପୁର ଜିଲ୍ଲାରୁ ସର୍ବାଧତ୍କ ୧୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକରୁ ୧୦, ଢେଙ୍କାନାଳରୁ ୮ ଓ କେନ୍ଦ୍ରାପଡ଼ାରୁ ୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଓ ଯାଜପୁରରୁ ୬ ଲେଖାଏଁ, ଭଦ୍ରକରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୨୮୯କୁ ବୃଦ୍ଧି ପାଇଛି।