• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସମସ୍ତ ସଚିବଙ୍କୁ ଚିଠି

  • ଆଗକୁ ପାର୍ବଣ ଋତୁ ମନିଟରିଂ ଜାରି ରଖିବା ଆବଶ୍ୟକ

ନୂଆଦିଲ୍ଲୀ : ଆସୁଛି ପାର୍ବଣ ଋତୁ । ଗହଳିର ଅନେକ ସମ୍ଭାବନା ଥିବାରୁ ତଥା ଦେଶରେ ପୁଣି ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ୩୦ ଯାଏଁ କଟକଣା ବଢ଼ାଇଲା କେନ୍ଦ୍ର । କରୋନା ମହାମାରୀ ପାଇଁ ଜାରି ରହିଥିବା କଟକଣା ଆସନ୍ତା ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ । ସମଗ୍ର ଦେଶରେ କୋଭିଡ୍ -19 ପ୍ରୋଟୋକଲ୍ ଉଲ୍ଲଂଘନ ହେଉଥିବାରୁ କେନ୍ଦ୍ର ଚେତାବନୀ ଦେଇଛି । ଯେଉଁଠାରେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି, ସେହି ଅଞ୍ଚଳରେ ନିରାପତ୍ତାକୁ ଦୃଷ୍ଟିରେ ରଖି ନିୟମିତ ମନିଟରିଂ ଜାରି ରଖିବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଶନିବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଦ୍ୱାରା ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିରେ କୋଭିଡ ପ୍ରୋଟୋକଲ ସହ ଜଡିତ ଆବଶ୍ୟକ ନିର୍ଦ୍ଦେଶାବଳୀ ପାଳନ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୁହାଯାଇଛି ।

ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକୁ ସତର୍କ କରାଇବା ସହ କରୋନା ସଂକ୍ରମଣର ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରତିବନ୍ଧକ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି । ଏକ ମାସ ମଧ୍ୟରେ ସାରା ଦେଶରେ ଜାରି କରାଯାଇଥିବା COVID-19 ନିର୍ଦ୍ଦେଶାବଳୀକୁ ବଢ଼ାଇବା ସହ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଆଜି କହିଛନ୍ତି, କିଛି ରାଜ୍ୟକୁ ଛାଡ଼ିଦେଲେ ଜାତୀୟ ସ୍ତରରେ ସଂକ୍ରମଣ ହ୍ରାସ ପାଇଛି । ଆଗରୁ ଜାରି ହୋଇଥିବା ଦିଶାନିର୍ଦ୍ଦେଶ ଅନୁସାରେ 'ସଂକ୍ରମଣର ରୋକିବାକୁ ପ୍ରୟାସ କରିବାକୁ ପଡ଼ିବ । ନହେଲେ ସ୍ଥତି ଭୟଙ୍କର ହୋଇପାରେ । 

ପାର୍ବଣ ଋତୁରେ ସମସ୍ତ ରାଜ୍ୟକୁ ସଜାଗ ରହିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପର୍ବପର୍ବାଣୀ ସମୟରେ ଅତ୍ୟଧିକ ଭିଡରୁ ରକ୍ଷା ପାଇବା ପାଇଁ ପୁଣି ପାଞ୍ଚ ସୂତ୍ରୀ ଫର୍ମୁଲା ଆପଣାଇବାକୁ କହିଛି MHA । ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକାକରଣ ଏବଂ କୋଭିଡଙ୍କ ପାଇଁ ଉପଯୁକ୍ତ ଆଚରଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ସଂକ୍ରମଣ କମ୍ ଥିବା ଅଞ୍ଚଳରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟେଷ୍ଟିଂ ଏବଂ ମନିଟରିଂ ଜାରି ରଖିବାକୁ ମଧ୍ୟ କୁହାଯାଇଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଦ୍ୱାରା ଆଜି ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ, ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ କରୋନା କଟକଣା ଜାରି ରହିବ । ତେବେ ଆଜିର ସଂକ୍ରମଣ ଆହୁରି ଚିନ୍ତା ବଢ଼ାଇ ଦେଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୪୬,୭୫୯ ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ପ୍ରାୟ ଦୁଇ ମାସ ମଧ୍ୟରେ ସର୍ବାଧିକ । ଏଥିପାଇଁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି ।