• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସାରା ବିଶ୍ୱ କରୋନା ମହାମାରୀକୁ ନେଇ ଆତଙ୍କିତ ।

  • ଏହାରି ଭିତରା ସାମ୍ନାକୁ ଆସିଲା କରୋନାର ନୂଆ ଭ୍ୟାରିଆଣ୍ଟ ।

ଜେନେଭା: ସାରା ବିଶ୍ୱ କରୋନା ମହାମାରୀକୁ ନେଇ ଆତଙ୍କିତ । ଗତ ଦେଢ଼ ବର୍ଷ ହେବ ଲୋକେ ମରି ମରି ବଞ୍ଚୁଛନ୍ତି । ଘରୁ ବାହାରିଲେ ମୃତ୍ୟୁର ଭୟ । ତେବେ ଏହାରି ଭିତରେ ଏହି ମହାମାରୀ ପଞ୍ଝାରୁ ବର୍ତ୍ତିବା ପାଇଁ ଏକ ମାତ୍ର ରାସ୍ତା ଖୋଜି ବାହାର କରିଛନ୍ତି ବିଶେଷଜ୍ଞମାନେ । ଆଉ ତାହା ହେଉଛି ଟିକାକରଣ । ତେଣୁ ସାରା ବିଶ୍ୱ ଏବେ ଟିକାକରଣ ଉପରେ ଗୁରୁତ୍ୱ ଦେଉଛି । ଚାରିଆଡ଼େ ଜୋରସୋରରେ ଚାଲିଛି ଟିକାକରଣ ।

ହେଲେ ତଥାପି ସ୍ଥିତି ସୁଧୁରିନି । ଏବେ ଏକ ନୂଆ ସମସ୍ୟା ସାମ୍ନକୁ ଆସିଛି । କାରଣ ଭାଇରସ୍‌ର ବାରମ୍ବାର ରୂପ ବଦଳାଇବାରେ ଲାଗିଛି । ଆଉ ବେଳକୁ ବେଳ ଏହି ଭାଇରସ୍‌ ଅଧିକ ଶକ୍ତିଶାଳି ମଧ୍ୟ ହେଉଛି । ତେବେ ଏହି କ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବେ ଏକ ନୂଆ କୋଭିଡ୍ ଭ୍ୟାରିଆଣ୍ଟକୁ ଟ୍ରାକିଂ କରିବା ଆରମ୍ଭ କରିଛି । କଲୋମ୍ବିଆରେ ଏମ୍‌ୟୁ ଭ୍ୟାରିଆଣ୍ଟର ମାମଲା ଦେଖିବାକୁ ମିଳିଛି । B.1.621 ହେଉଛି ଏହି ଭ୍ୟାରିଆଣ୍ଟର ଅନ୍ୟ ନାମ । ଚଳିତ ମାସ ଜାନୁଆରୀରେ ଏହାର ଏହି ଭ୍ୟାରିଆଣ୍ଟ ସାମ୍ନାକୁ ଆସିଥିଲା । ଏହି ଭ୍ୟାରିଆଣ୍ଟ ସହ ଜଡିତ ଚାରି ହଜାରରୁ ଅଧିକ ମାମଲା, ୪୦ରୁ ଅଧିକ ଦେଶରେ ଦେଖାଯାଇଛି ।

ଏମ୍‌ୟୁ ଭ୍ୟାରିଆଣ୍ଟକୁ ନେଇ ଚିନ୍ତାର ବିଷୟ ହେଉଛି, WHO ଅନୁଯାୟୀ ଏହା ଉପରେ ଟିକାର କୌଣସି ପ୍ରଭାବ ପଡ଼ିନପାରେ । ଖାଲି ସେତିକି ନୁହେଁ ଏହା ଅଧିକରୁ ଅଧିକ ସଂକ୍ରାମଣ ମଧ୍ୟ ହୋଇପାରେ । WHO କହିଛି ଯେ, ଏହି ଭ୍ୟାରିଆଣ୍ଟକୁ ଗମ୍ଭୀରତାର ସହ ବୁଝିବାକୁ ପଡ଼ିବ ଏଥିପାଇଁ ଅଧିକ ଅଧ୍ୟୟନ ଆବଶ୍ୟକ । WHO ଏହାକୁ 'ଭ୍ୟାରିଆଣ୍ଟ ଅଫ୍ ଇଣ୍ଟରେଷ୍ଟ' ବୋଲି କହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରେ କୁହାଯାଇଛି, ଜାନୁଆରୀ ୨୦୨୧ରେ କଲୋମ୍ବିଆରେ ଏମ୍‌ୟୁ ଭ୍ୟାରିଆଣ୍ଟ ସାମ୍ନାକୁ ଆସିଥିଲା । ଏହି ସମୟରେ, ଏମ୍‌ୟୁ ଭ୍ୟାରିଆଣ୍ଟର କିଛି ମାମଲା ମଧ୍ୟ ସାମ୍ନାକୁ ଆସିଥିଲା । ଦେଖୁ ଦେଖୁ ଏହି ଭ୍ୟାରିଆଣ୍ଟ ଦକ୍ଷିଣ ଆମେରିକା ଓ ୟୁରୋପରେ ମଧ୍ୟ ଦେଖାଯାଇଥିଲା । ବିଶ୍ୱ ସ୍ତରରେ ଏହି ଭ୍ୟାରିଆଣ୍ଟର ମାମଲା ହ୍ରାସ ପାଇଛି ଏବଂ ଏହା ୦.୧ ପ୍ରତିଶତରୁ କମ୍ ।

ଏମ୍‌ୟୁ ଭ୍ୟାରିଆଣ୍ଟ କେତେ ବିପଜ୍ଜନକ?

ଡେଲ୍‌ଟା ଭ୍ୟାରିଆଣ୍ଟ ସହ ଏମ୍‌ୟୁ ଭ୍ୟାରିଆଣ୍ଟର ଉପସ୍ଥିତି ଉପରେ ମଧ୍ୟ ନଜର ରଖାଯିବ । WHO ଏବେ ସୁଦ୍ଧା ଡେଲ୍‌ଟା ଭ୍ୟାରିଆଣ୍ଟ ବ୍ୟତୀତ ଆଲଫା, ବିଟା ଏବଂ ଗାମାକୁ 'ଭ୍ୟାରିଆଣ୍ଟ ଅଫ୍ କନ୍‌ସର୍ଣ୍ଣ' ଭାବରେ ବିବେଚନା କରିଛି । ଏମ୍‌ୟୁ ବ୍ୟତୀତ ଇଓଟା, କପା ଏବଂ ଲାମ୍ବଡାକୁ 'ଭ୍ୟାରିଆଣ୍ଟ ଅଫ୍‌ ଇଣ୍ଟରେଷ୍ଟ' ଭାବେ ରେକର୍ଡ କରାଯାଇଛି ।

ଭ୍ୟାରିଆଣ୍ଟ କ’ଣ?

ଯେକୌଣସି ଭାଇରସ୍‌ର ଏକ ଜେନେଟିକ୍ କୋଡ୍ ରହିଛି । ଏହା ଏକ ପ୍ରକାର ମାନୁଆଲ, ଯାହା ଭାଇରସକୁ କହିଥାଏ ଯେ, କେତେବେଳେ, କ’ଣ ଏବଂ କିପରି କରିବାକୁ ହୁଏ । ଅଧିକାଂଶ ପରିବର୍ତ୍ତନ ପ୍ରଭାବହୀନ, କିନ୍ତୁ କିଛି ପରିବର୍ତ୍ତନ ହେତୁ ଜୀବାଣୁ ଶୀଘ୍ର ବ୍ୟାପିବା ଆରମ୍ଭ କରିଦିଏ ବେଳେବେଳେ ଏହା ସାଂଘାତିକ ମଧ୍ୟ ହୋଇଥାଏ । ଏହି ପରିବର୍ତ୍ତିତ ଭାଇରସ୍‌କୁ ଏକ ଭ୍ୟାରିଆଣ୍ଟ କୁହାଯାଏ । ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିବା କରୋନା ଭ୍ୟାରିଆଣ୍ଟଗୁଡ଼ିକ ଅଧିକ ସଂକ୍ରାମକ ଏବଂ ମାରାତ୍ମକ ବୋଲି ବିଶ୍ୱାସ କରାଯାଏ ।