• translate
Minati Mishra

News Highlights

  • ଦେଶରେ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ କମିଲା

  • ୨୪ ଘଣ୍ଟାରେ  ୪୨, ୯୦୯ ଆକ୍ରାନ୍ତ ଚିହ୍ନଟ,  ୩୮୦ ମୃତ

  • କେବଳ କେରଳରେ ୨୯, ୮୩୬ ସଂକ୍ରମିତ ଚିହ୍ନଟ 

ନୂଆଦିଲ୍ଲୀ:ଦେଶରେ କରୋନା ସ୍ଥିତି କେତେବେଳେ ବଢୁଛି ତ କେତେବେଳେ କମୁଛି। ତଥାପି ଦୈନିକ ସଂକ୍ରମଣର ସଂଖ୍ୟା ମନରେ ଭୟ ସୃଷ୍ଟି କରୁଛି। ସଂକ୍ରମଣ ତାଲିକା ଦେଖିବା ପରେ କରୋନା ମାଡରେ ବିପର୍ଯ୍ୟସ୍ତ ଭାରତୀୟଙ୍କ ମନରେ  ପ୍ରଶ୍ନ ଉଠୁଛି ତୃତୀୟ ଲହର ଆସିଲା କି ? କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୪୨, ୯୦୯ ଜଣ ନୂଆ ମାମଲା ସାମ୍ନାକୁ ଆସିଛି। ରବିବାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୫, ୦୮୩ ଥିଲା। ୨୪ ଘଣ୍ଟା ମଧ୍ୟରେ ୩୮୦ ଜଣଙ୍କର ମୃତ୍ୟୁ ଘଟିଛି। 

ସେହିପରି ୨୪ ଘଣ୍ଟା ମଧ୍ୟରେ ୩୪, ୭୬୩ ଜଣ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍‌ ୩, ୭୬, ୩୨୪ ଥିବାବେଳେ ୩, ୧୯, ୨୩, ୪୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଦେଶରେ ମୋଟର କରୋନା ମୃତକଙ୍କ ସଂଖ୍ୟା ୪, ୩୮, ୨୧୦ ଛୁଇଁଛି। 

ଆଜିର ତଥ୍ୟକୁ ମିଶାଇଲେ ଦେଶରେ ମୋଟ ୩ କୋଟି ୨୭ ଲକ୍ଷ ୩୭ ହଜାର ୯୩୯ ଜଣ ସଂକ୍ରମିତ ହୋଇ ସାରିଲେଣି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ୧.୧୩% ଆକ୍ଟିଭ କେସ ଥିବାବେଳେ ୯୭.୫୩ % ଡିସାର୍ଜ ହୋଇଛନ୍ତି  ଏବଂ ମୃତକଙ୍କ ସଂଖ୍ୟା ୧.୩୪% ରହିଛି।  ଅନ୍ୟପକ୍ଷେ  ଦେଶରେ ଟିକାକରଣ ମଧ୍ୟ ଜାରି ରହିଛି। ୨୪ ଘଣ୍ଟାରେ ୩୧ ଲକ୍ଷ ୧୪ ହଜାର ୬୯୬ ଡୋଜ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୬୩ କୋଟି ୪୩ ଲକ୍ଷ ୮୧ ହଜାର ୩୫୮ ଜଣଙ୍କୁ ଭାକ୍ସିନ ଡୋଜ ଦିଆଯାଇଛି। 

ତେବେ ଦେଶରେ ସବୁଠାରୁ ଚିନ୍ତାର ବିଷୟ ହୋଇଛି କେରଳ। ଏଠାରେ ଲଗାତାର ୪ର୍ଥ ଦିନରେ ୩୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇ ସାରିଲେଣି। ତେବେ ରବିବାର ଏହାର ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ରବିବାର ଏଠାରେ ୨୯, ୮୩୬ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୦, ୦୭, ୪୦୮ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ମହାମାରୀରେ ୭୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୨୦, ୫୪୧ ଛୁଇଁଛି। 
ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୭, ୭୩, ୭୫୪ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ୨, ୧୨, ୫୬୬ ଜଣ ଚିକିତ୍ସିତ ହେଉଛନ୍ତି। ଏଠାରେ ସଂକ୍ରମଣ ହାର ୧୯.୬୭% ରହିଛି। 

Other Stories

  • TOKYO 2020 PARALYMPICS
    National ଇତିହାସ: ଗୋଟିଏ ଦିନରେ ଭାରତ ପାଇଲା ୩ ପଦକ

    ଟୋକିଓ ପାରାଲିମ୍ପିକ୍ସରେ ଇତିହାସ। ଗୋଟିଏ ଦିନରେ ଭାରତକୁ ମିଳିଛି ତିନି ତିନିଟି ପଦକ। ଦେଶ ପାଇଁ ଦୁଇଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତୀୟ ଖେଳାଳି

  • ishad Kumar wins silver medal
    National ପାରାଲିମ୍ପିକ୍ସରେ ଭାରତକୁ ପୁଣି ମିଳିଲା ରୌପ୍ୟ ପଦକ

    ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି। ହାଇ ଜମ୍ପରେ ଭାରତକୁ ରୌପ୍ୟ ପଦକ ମିଳିଛି। ପାରାଲିମ୍ପିକ୍ସରେ ହାଇ ଜମ୍ପରେ ନିଷାଦ କୁମାର ରୌପ୍ୟ ପଦକ ପାଇଛନ୍ତି। ମୋଟ୍‌ ଉପରେ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା...

  • Arman Kohli
    National ସାମ୍ନାକୁ ଆସିଲା ଅଭିନେତା ଅରମାନଙ୍କ ଗିରଫ ଫଟୋ

    ବଲିଉଡ୍ ଅଭିନେତା ଅରମାନ କୋହଲୀଙ୍କ ବାସଭବନରେ ଶନିବାର ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଟିମ୍(ଏନ୍‌ସିବି) ଚଢଉ କରିଥିଲା। ସୂଚନା ମୁତାବକ ଏନ୍‌ସିବି ଯେତେବେଳେ ଅରମାନଙ୍କ ଘର ଉପରେ ଚଢଉ କରିଥିଲା ସେତେବେଳେ ସେ ନିଶାରେ ଥିଲେ। ତାଙ୍କ ଘରୁ...

  • covid19
    National କରୋନାରେ ଆକ୍ରାନ୍ତ ହୋଇ ୪ ଶିଶୁଙ୍କ ଗଲା ଜୀବନ

    କେରଳରେ କରୋନାର ସଙ୍ଗୀନ ସ୍ଥିତି। କରୋନାରେ ସଂକ୍ରମିତ ହୋଇ ଆଜି ୪ ଜଣ ଶିଶୁଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି। ବିଶେଷଜ୍ଞମାନେ କହିଲେଣି କେରଳରୁ ହିଁ ଆରମ୍ଭ ହେବ କରୋନା ତୃତୀୟ ଲହର। କେନ୍ଦ୍ର ସ୍ୱାସ୍ଥ୍ୟ...