• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଭିନ୍ନକ୍ଷମ ଓ ଚଲାବୁଲା କରିପାରୁନଥିବା ଲୋକଙ୍କୁ ଘରେ ଦିଆଯାଇପାରିବ କୋଭିଡ ଟିକା ।

  • ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁମତି ଦେଇଛି ।

ନୂଆଦିଲ୍ଲୀ: ଭିନ୍ନକ୍ଷମ ଓ ଚଲାବୁଲା କରିପାରୁନଥିବା ଲୋକଙ୍କୁ ଘରେ ଦିଆଯାଇପାରିବ କୋଭିଡ ଟିକା । ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁମତି ଦେଇଛି । ଦେଶର କୋଭିଡ ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କରିଛନ୍ତି, ଯଦିଓ ସଂକ୍ରମଣ କମିଛି କିନ୍ତୁ ଏଯାଏ ପୁରାପୁରି ସରି ନାହିଁ । କରୋନାର ଦ୍ୱିତୀୟ ଲହର ଲଗାତର ୧୨ ସପ୍ତାହ ହେଲା ସାପ୍ତାହିକ ପଜିଟିଭିଟି ରେଟ୍ ୩ ପ୍ରତିଶତ ତଳେ ରହୁଛି ଏବଂ ଆରୋଗ୍ୟ ହାର ୯୭ ପ୍ରତିଶତରୁ ଅଧିକ ରହୁଛି ।

ତେବେ ଚିନ୍ତା ବଢ଼ାଇଛି କେରଳ । ଗତ ସପ୍ତାହରେ ଦେଶରେ ଯେତେ ପଜିଟିଭ ଚିହ୍ନଟ ହୋଇଛନ୍ତି, ତାର ୬୨.୭ ପ୍ରତିଶତ କେବଳ କେରଳରୁ ବାହାରିଛନ୍ତି । କେବଳ ଏହି ରାଜ୍ୟରେ ହିଁ ଆକ୍ଟିଭ କେସ୍ ୧ ଲକ୍ଷ ଉପରେ ରହିଛି । ଆଗକୁ ପାର୍ବଣ ଆସୁଥିବାରୁ କରୋନା ଯେମିତି ନ ବଢ଼ିବ, ସେଥିପାଇଁ ପଜିଟିଭିଟି ରେଟ୍ ୫ ପ୍ରତିଶତରୁ ଅଧିକ ଥିବା ଜିଲ୍ଲାରେ ଓ କଣ୍ଟେନମେଣ୍ଟ ଜୋନ୍‌ରେ ଲୋକଙ୍କ ସମାଗମ ପ୍ରତି ସତର୍କ କରାଇଛନ୍ତି ରାଜେଶ ଭୂଷଣ । ଦେଶର ୬୬ ପ୍ରତିଶତ ଲୋକ ଅତି କମ୍‌ରେ ଗୋଟିଏ ଡୋଜ୍ ନେଇଥିବା ବେଳେ ୨୩ ପ୍ରତିଶତ ଲୋକ ଡବଲ୍ ଡୋଜ୍ ନେଇଥିବା ନୀତି ଆୟୋଗ ସଦସ୍ୟ ଭିକେ ପଲ୍ ସୂଚନା ଦେଇଛନ୍ତି ।

ସେପଟେ କେନ୍ଦ୍ର ସରକାରଙ୍କ କୋଭିଡ ମହାମାରୀ ପରିଚାଳନାକୁ ସୁପ୍ରିମକୋର୍ଟ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଭାରତ କୋଭିଡ ମହାମାରୀ ସମୟରେ ଯେଉଁଭଳି ସଠିକ୍‌ ପରିଚାଳନା କରିଛି ସେଭଳି ଅନ୍ୟ କେଉଁ ଦେଶ କରିପାରିବେନି । କୋଭିଡ ପରିଚାଳନା କ୍ଷେତ୍ରରେ ସରକାର ସୁପ୍ରିମକୋର୍ଟରେ ନିଜସ୍ୱ ପକ୍ଷ ରଖିବା ପରେ ଏଭଳି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କରୋନା ଭଳି ମହାମାରୀ ସମୟରେ ମୃତକଙ୍କ ପରିବାରକୁ ୫୦ହଜାର ଟଙ୍କା କ୍ଷତିପୂରଣ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି ।

କରୋନା ଭଳି ମହାମାରୀ ସମୟରେ ଆମ ଦେଶରେ ବହୁଳ ଜନସଂଖ୍ୟା ଏବଂ ପ୍ରତିକୂଳ ଅର୍ଥନୈତିକ ବ୍ୟବସ୍ଥା ସତ୍ତ୍ୱେ ଭାରତ ମହାମାରୀ ମୁକାବିଲା କ୍ଷେତ୍ରରେ ଦୃଢ ପଦକ୍ଷେପ ଗ୍ରହଣ କରିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ବା NDMA ପକ୍ଷରୁ ପ୍ରତି ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଦିଆଯିବା ନେଇ ସୁପାରିଶ କରାଯାଇଥିବା ନେଇ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି କେନ୍ଦ୍ର ସରକାର । ଏମିତିକି ଏହି କ୍ଷତିପୂରଣ କେବଳ ପ୍ରଥମ କିମ୍ବା ଦ୍ୱିତୀୟ ଲହରରେ ନୁହେଁ, ଆଗକୁ ମଧ୍ୟ ଜାରି ରହିବ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛି କେନ୍ଦ୍ର ।