• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଚୀନର ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ମାନଙ୍କୁ କୋଭିଡର ତୃତୀୟ ଡୋଜ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁଇଟି ଡୋଜ ପରେ ମଧ୍ୟ ଇମ୍ୟୁନିଟି ପାୱାର କମ ରହୁଥିବା କାରଣରୁ ଚୀନର ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ତୃତୀୟ ଡୋଜ ଦେବା ପାଇଁ WHO ପକ୍ଷରୁ ସୋମବାର ପରାମର୍ଶ ଦିଆଯାଇଛି । ଏହି ବୁଷ୍ଟର ଡୋଜ ପାଇଁ ସମସ୍ତ ଦେଶ ପ୍ରସ୍ତୁତି ହେବା ପାଇଁ WHO ପକ୍ଷରୁ କୁହାଯାଇଛି ।

WHO ବିଶେଷଜ୍ଞ କହିବା ଅନୁଯାୟୀ ଚୀନରେ ଦୁଇ ଡୋଜ ଟୀକାକରଣ ପରେ ମଧ୍ୟ ଲୋକଙ୍କ ମଧ୍ୟରେ ଇମ୍ୟୁନିଟି ପାୱାର ଦୁର୍ବଳ ହେଉଥିବାର ଦେଖାଯାଉଛି । ତେବେ ଏହି ପରିସ୍ଥିତିରେ ସେମାନଙ୍କୁ କୋଭିଡର ତୃତୀୟ ଡୋଜ ଦିଆଯିବା ଉଚିତ୍ ବୋଲି WHO ପରାମର୍ଶ ଦେଇଛି । ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କର ପ୍ରତିରକ୍ଷା ଶକ୍ତି କମ ଥିବାରୁ ସେମାନଙ୍କୁ ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଥାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ ଚୀନର ସିନୋଭାକ ଏବଂ ସିନୋଫାର୍ମ ଟିକା ନେଇ ଥିବା ୬୦ବର୍ଷରୁ ଅଧିକ ଲୋକଙ୍କୁ କୋଭିଡ -୧୯ ର ତୃତୀୟ ଡୋଜ ଦିଆଯିବା ଉଚିତ। WHO କହିଛି ଅନୁଯାୟୀ ସିନୋଭାକ୍ ଏବଂ ସିନୋଫାର୍ମ ଟିକା ନେଇଥିବା ଲୋକମାନଙ୍କ ମଧ୍ୟରେ ପ୍ରତିରକ୍ଷା ଶକ୍ତି ଦୁର୍ବଳ ହେଉଥିବାର ଦେଖାଯାଉଛି । ଏହି କ୍ଷେତ୍ରରେ ସଂକ୍ରମଣକୁ ରୋକିବାକୁ ହେଲେ ତୃତୀୟ ଡୋଜ ଟୀକାକରଣର ନିହାତି ଆବଶ୍ୟକ । କେବଳ ଚୀନ ନୁହେଁ ବରଂ ସମସ୍ତ ଦେଶ ମାନେ କୋଭିଡର ବୁଷ୍ଟର ଡୋଜ ନେବା ପାଇଁ କୁହାଯାଇଛି ।

SAGE ପକ୍ଷରୁ କୁହାଯାଇଛି ଯେ ସବୁ ଦେଶ ଗୁଡିକ ଯଥାସମ୍ଭବ ଲୋକଙ୍କୁ ଦୁଇଟି ଡୋଜ ଦେବାର ଲକ୍ଷ୍ୟ ରଖିବା ଉଚିତ୍ । ଏହା ପରେ ତୃତୀୟ ଡୋଜ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେବା ଉଚିତ୍ । ସର୍ବପ୍ରଥମେ ଏହି ତୃତୀୟ ଡୋଜ ବୃଦ୍ଧଙ୍କୁ ଦିଆଯିବା ଉଚିତ୍ । ବିଶେଷଜ୍ଞମାନେ କହିଛନ୍ତି ଯେ ଅଧିକ ଜନସଂଖ୍ୟା ଥିବା ଦେଶ ମାନେ ଶୀଘ୍ର ତୃତୀୟ ଡୋଜ ପାଇଁ WHO ନିକଟରେ ସୁପାରିସ କରିବା ଦରକାର । ଚୀନ ବ୍ୟତିତ ବିଶ୍ୱର ପ୍ରାୟ ଦେଶ ମାନଙ୍କରେ କରୋନାର ସ୍ଥିତି ବିଗିଡିବାରେ ଲାଗିଛି ।