• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି

  • ଯାଜପୁରର ବହୁଚର୍ଚ୍ଚିତ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର୍

ଯାଜପୁର: ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କରୋନାରେ ଆକ୍ରାନ୍ତ । ସେ ଏବେ ଯାଜପୁର କଳିଙ୍ଗନଗର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ଗତକାଲି ନନ୍ଦ ସାର ଅସୁସ୍ଥ ଅନୁଭବ କରି ତଳେ ପଡିଯିବାରୁ ତାଙ୍କୁ ଯାଜପୁର ଜିଲ୍ଲା ହେଡକ୍ୱାର୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କରୋନା ପଜିଟିଭ ଚିହ୍ନଟ ପରେ ଗତ ରାତିରେ କୋଭିଡ଼ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।

ସୁକିନ୍ଦା ବ୍ଳକ କନ୍ତିରା ଗ୍ରାମରେ ରହୁଥିବା ୧୦୪ ବର୍ଷୀୟ ନନ୍ଦ ପୃଷ୍ଟି ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ପରିଚିତ । ଦୀର୍ଘ ୮୨ ବର୍ଷ ଧରି ସେ ମାଗଣାରେ ଶିକ୍ଷାଦାନ କରି ଆସୁଛନ୍ତି । ଯାହାକୁ ନେଇ ଜିଲ୍ଲା କି ରାଜ୍ୟ ନୁହେଁ ବରଂ ପୂରା ଦେଶରେ ଚର୍ଚ୍ଚା ଚାଲିଛି । ତାଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାର ଏହା ଉପରେ ବିଚାର କରି ନନ୍ଦ ସାରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବାକୁ ଘୋଷଣା କରିଥିଲେ ।

ତେବେ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କୁ ସମ୍ମାନିତ କରିବା ପାଇଁ ଯେତେବେଳେ ନାଁ ଘୋଷଣା କରାଯାଇଥିଲା ସମଗ୍ର କନ୍ତିରା ଗାଁରେ ଲୋକେ ଟିଭିକୁ ଚାତକ ପରି ଅନାଇଥିବା ଗ୍ରାମବାସୀ ଓ ପରିବାର ସଦସ୍ୟ ମାନେ ନିଜର କହିଥିଲେ । ଖାଲି ସେତିକି ନୁହେଁ ପଦ୍ମଶ୍ରୀ ନନ୍ଦ ପୃଷ୍ଟି ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀରୁ ଫେରିବା ବେଳେ ସମଗ୍ର ଅଂଚଳବାସୀ ତାଙ୍କୁ ସ୍ୱାଗତ କରିବାକୁ ଅନେଇ ବସିଥିଲେ ।

ସେପଟେ ଦୁଇ ଦିନ ପୂର୍ବରୁ ନନ୍ଦ ସାରଙ୍କ ବଡ଼ ପୁଅଙ୍କୁ ପଡ଼ୋଶୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ସୁକିନ୍ଦା ଥାନା କନ୍ତିରା ଗାଁରେ ଜମିଜମା ବିବାଦରୁ ନନ୍ଦ ସାରଙ୍କୁ ଧମକ ସହ ପୁଅଙ୍କୁ ଆକ୍ରମଣ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ କରିଛି ପୋଲିସ । ହେଲେ ଏନେଇ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ । ପୋଲିସ ଏସଂପର୍କରେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଛି ।