• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କୋଭିଡ୍ ବିରୋଧରେ ପ୍ରଭାବଶାଳୀ ଔଷଧ ଜରୁରୀ’

  • ନୀତି ଆୟୋଗ ସଦସ୍ୟଙ୍କ ବଡ ବୟାନ

 

ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧରେ ମାସ୍କ ଜରୁରୀ । ଭାଇରସରୁ ରକ୍ଷା ପାଇବାକୁ ହେଲେ ୨୦୨୨ ପର୍ଯ୍ୟନ୍ତ ପିନ୍ଧିବାକୁ ପଡ଼ିବ ମାସ୍କ । ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ନୀତି ଆୟୋଗ ସଦସ୍ୟ ଏପରି ଏକ ବଡ ବୟାନ ଦେଇଛନ୍ତି । କୋଭିଡ ସ୍ଥିତି ପାଇଁ ୨୦୨୨ ଯାଏ ମାକ୍ସ ପିନ୍ଧିବାକୁ ପଡ଼ିବ ଓ ସଂକ୍ରମଣ ରୋକିବାକୁ ପ୍ରଭାବଶାଳୀ ଔଷଧର ଆବଶ୍ୟକତା ପଡିବ ବୋଲି କହିଛନ୍ତି ନୀତି ଆୟୋଗ ସଦସ୍ୟ ଡଃ ଭି.କେ ପଲ । ଏହାସହ ଲୋକଙ୍କୁ ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ନିତୀ ଆୟୋଗ ସଦସ୍ୟ ଡଃ ଭି.କେ ପାଲଙ୍କ ବଡ ବୟାନ

କରୋନା ମହାମାରୀକୁ ରୋକିବା ପାଇଁ ପ୍ରଭାବଶୀଳ ଔଷଧ ନିହାତି ଆବଶ୍ୟକ । ବର୍ତ୍ତମାନ ଅଧିକାଂଶ ଭାରତୀୟଙ୍କ ମନରେ ଗୋଟିଏ ପ୍ରଶ୍ନ କରୋନାର ତୃତୀୟ ଲହରୀ ଆସିବ କି ? ଆଉ ଏହାର ଉତ୍ତରରେ ସେ କହିଛନ୍ତି, କୌଣସିମତେ ତୃତୀୟ ଲହରୀକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଆଗାମୀ ୩ରୁ ୪ ମାସରେ ଅଧିକ ସେଚତନ ରହିବାକୁ ପଡ଼ିବ । ବିପଦପୂର୍ଣ୍ଣ ସମୟ ଆସୁଛି । ଯେକୌଣସି ପରିସ୍ଥିତିରେ ଭାଇରସ୍ ବ୍ୟାପିପାରେ । ସ୍ଥିତିକୁ ଦୃଷ୍ଟିରେ ରଖି କଟକଣା କଡ଼ାକଡ଼ି କରିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ଦିଆଯାଇଛି । ତେବେ ନିୟମାବଳୀକୁ ଠିକ ସମୟରେ କାର୍ଯ୍ୟକାରୀ କରାଯିବା ଉଚିତ୍, ନେହେଲ ସଂକ୍ରମଣ ଭୟାନକ ରୂପ ନେଇପାରେ ।

ପାର୍ବଣ ଋତୁରେ ଜନ ଗହିଳପୂର୍ଣ୍ଣ ସ୍ଥାନରୁ ଦୂରେଇ ରୁହିବାକୁ ପରାମର୍ଶ ଦେଇଛନ୍ତି ଭିକେ ପଲ୍ । ଆସନ୍ତା କିଛି ମାସରେ ପର୍ବପର୍ବାଣୀ ପଡ଼ୁଛି । ଆଉ ଏହି ସମୟସୀମାରେ ସଠିକ୍ ଭାବରେ କୋଭିଡ୍ ପରିଚାଳିଳନା ନହେଲେ କରୋନା ବ୍ୟାପକ ଭାବେ ବିସ୍ତାର ହୋଇପାରେ । ଟିକା ଭଳି ପ୍ରଭାବଶାଳୀ ଔଷଧ ଆସିଲେ ସାରା ବିଶ୍ୱ ପାଇଁ ଭଲ ହେବ ।

ସେପଟେ ବର୍ତ୍ତମାନ ପିଲାଙ୍କୁ ଘାରିଲାଣି କରୋନା ଭୟ । ଭାରତରେ ସକ୍ରିୟ ସଂକ୍ରମିତଙ୍କ ମଧ୍ୟରେ ଧୀରେ ଧୀରେ ଶିଶୁଙ୍କ ସଂଖ୍ୟାରେ ବୃଦ୍ଧି ଘଟିଲାଣି । ନିକଟରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଉପସ୍ଥାପିତ ହୋଇଥିବା empowered group (EG-1) ର ତଥ୍ୟରୁ ଏହି ସୂଚନା ମିଳିଛି । EG-1 ଉପରେ ଦେଶର କୋଭିଡ ଜରୁରୀକାଳୀନ ରଣନୀତି ପ୍ରସ୍ତୁତ କରିବାର ଦାୟିତ୍ୱ ନ୍ୟସ୍ତ ରହିଛି । ତେବେ ଏହି ସୂଚନାକୁ 'ନାଟକୀୟ' କୁହାଯାଇପାରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ହୁଏତ ବୟସ୍କଙ୍କ ଠାରେ ଭାଇରସର ସମ୍ବେଦନଶୀଳତା ହ୍ରାସ ହୋଇପାରେ ବୋଲି କୁହାଯାଉଛି । ଅନ୍ୟପଟେ ଏପରି ପରିସ୍ଥିତିରେ ମିଜୋରାମରେ ଶିଶୁ ସଂକ୍ରମଣ ସ୍ଥିତି ଭଲ ନାହିଁ । ସେହିପରି ରାଜଧାନୀ ଦିଲ୍ଲୀରେ ଶିଶୁ ସଂକ୍ରମଣ ମାମଲା ଆଶ୍ୱସ୍ତିକର ରହିଛି ।