• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଶିଶୁ ଭବନରେ ସେଣ୍ଟ୍ରାଲ ଅଫ୍ ଏକ୍ସିଲେନ୍ସି କରାଯାଉଛି- ବିଜୟ ମହାପାତ୍ର

  • ସେପ୍ଟେମ୍ବରରେ ୩ୟ ଲହର ଆସିଲେ, ଅକ୍ଟୋବରରେ ପିକ୍

ଭୁବନେଶ୍ୱର :  ସେପ୍ଟେମ୍ବରରେ ୩ୟ ଲହର ଆସିଲେ ଅକ୍ଟୋବରରେ ପିକ୍ ଧରିବ । କରୋନାର ତୃତୀୟ ଲହର ଆସିଲେ ପିଲାମାନେ ଅଧିକ ପ୍ରଭାବିତ ହେବେ । ପିକ୍ ପିରିୟଡରେ ୧୦୦ ରେ ୨୩ ପିଲା ହସ୍ପିଟାଲାଇଜ୍ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ହସ୍ପିଟାଲାଇଜେସନର ଅଧିକ ବ୍ୟବସ୍ଥା ନାହିଁ । ତେବେ ଆଗାମୀ ସମୟକୁ ଦୃଷ୍ଟିରେ ରଖି ଶିଶୁ ମାନଙ୍କ ପାଇଁ ସବୁ କୋଭିଡ୍ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ବର୍ତ୍ତମାନ ଶିଶୁ ସଂକ୍ରମଣ ହାର ରହିଛି ୧୨ରୁ ୧୩ ପ୍ରତିଶତ । ୬୪ ଦିନରେ ୨ୟ ଲହର ପିକକୁ ଆସିଥିଲା, ଏବେ ୩ୟ ଲହର ଆସୁଛି । ଏଥିପାଇଁ ଶିଶୁ ଭବନରେ ସେଣ୍ଟ୍ରାଲ ଅଫ୍ ଏକ୍ସିଲେନ୍ସି କରାଯାଉଛି । ସ୍କ୍ରିନିଂ ଚାଲିବା ସହ ଦୈନିକ ସଂକ୍ରମଣ ହାରକୁ ପ୍ରତିଦିନ ଆନାଲିସିସ୍ କରାଯାଉଛି । ବର୍ତ୍ତମାନ ସ୍ଥିତି ଠିକ୍ ରହିଛି , ୩ ଦିନରେ କେହି ଭେଣ୍ଟିଲେଟର ଯାଇନାହାନ୍ତି । କମ୍ ଶିଶୁଙ୍କୁ ଅକ୍ସିଜେନ୍ ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।

ସେହିପରି ଡିଏମ୍ଇଟି ସିବିକେ ମହାନ୍ତି ସ୍ୱାସ୍ଥ୍ୟ ମଧ୍ୟ ସମାନ କଥା କହିଛନ୍ତି । ସେପ୍ଟେମ୍ବରରେ ୩ୟ ଲହର ‌ଆସିଲେ ଅକ୍ଟୋବରେ ଶିଖର ଛୁଇଁବ । ଦେଶରେ ଦୈନିକ ୪ ଲକ୍ଷ ସଂକ୍ରମଣ ଛୁଇଁ ପାରେ । ଯଦି ସେମିତି ହୁଏ ଓଡ଼ିଶାରେ ଦୈନିକ ୧୪ ହଜାର ସଂକ୍ରମିତ ଚିହ୍ନଟ ହେବେ । ୩ୟ ଲହର ଯଦି ଆସେ ପିଲାମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏଥିପାଇଁ ଶିଶୁମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ।

ସେପଟେ ଆଜି ରାଜ୍ୟରେ ୭୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୧ ଜଣ ରହିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୮୯ ଏବଂ ତା’ ପରକୁ କଟକରୁ ୧୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଏହି ପଜିଟିଭଙ୍କ ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧ ହଜାର ୬୯୮କୁ ବୃଦ୍ଧି ପାଇଛି ।