• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପୁଣି ବଢ଼ୁଛି ସଂକ୍ରମଣ, ଆସିଲା କି ତୃତୀୟ ଲହରୀ ?

  • କେରଳରେ କରୋନାର ସାଂଘାତିକ ସ୍ଥିତି

ନୂଆଦିଲ୍ଲୀ : ଦେଶରେ ପୁଣି ବଢ଼ୁଛି ସଂକ୍ରମଣ । ଆସିଗଲା କି କରୋନାର ତୃତୀୟ ଲହରୀ ? ଦ୍ୱିତୀୟ ଲହରୀ ଠାରୁ ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ୧୧ ସପ୍ତାହରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ନିକଟ ଭବିଷ୍ୟତରେ ଦେଶରେ ପୁନର୍ବାର କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ‍ବା ନେଇ ସଙ୍କେତ ମିଳୁଛି । ବର୍ତ୍ତମାନ ଦେଶର ତିନୋଟି ରାଜ୍ୟରୁ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ବଢ଼ିଛି ସଂକ୍ରମଣ ।

ଭାରତରେ ୨୬ ଜୁଲାଇରୁ ୧ ଅଗଷ୍ଟ ମଧ୍ୟରେ ଭାରତରେ ୨.୮୬ ଲକ୍ଷ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବ ସପ୍ତାହ ତୁଳନାରେ ୭.୫ ପ୍ରତିଶତ ବୃଦ୍ଧି ପାଇଛି ସଂକ୍ରମଣ । ଗତ ସପ୍ତାହରେ ଏହି ସଂଖ୍ୟା ଥିଲା ୨.୬୬ ଲକ୍ଷ । ଦ୍ୱିତୀୟ ଲହରୀ ସମୟରେ ମେ ୩ରୁ ୯ ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ ସାପ୍ତାହିକ ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଗତ ସପ୍ତାହ ପର୍ଯ୍ୟନ୍ତ କରୋନା ସଂକ୍ରମଣ ହ୍ରାସ ପାଉଥିଲା । ୧.୪ ପ୍ରତିଶତକୁ ଖସି ଆସିଥିଲା ସଂକ୍ରମଣ ।

ବର୍ତ୍ତମାନ ଦେଶରେ କେରଳରେ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଚଳିତ ସପ୍ତାହରେ କେରଳରେ ୧.୪ ଲକ୍ଷ ସଂକ୍ରମଣ ପଞ୍ଜିକୃତ ହୋଇଛି । ଗତ ସପ୍ତାହ ତୁଳନାରେ ଏହା ୨୬.୫ ପ୍ରତିଶତ ଅଧିକ ଥିଲା । ଦେଶରେ ଦୈନିକ କରୋନା ମାମଲାରେ କେରଳର ଅଂଶ ଗତ ସାତ ଦିନ ମଧ୍ୟରେ ପ୍ରାୟ ୪୯ ପ୍ରତିଶତ ରହିଛି । ଅର୍ଥାତ ପୂରା ଦେଶରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରେ କେବଳ କେରଳରୁ ଚିହ୍ନଟ ହେଉଛନ୍ତି ଅର୍ଦ୍ଧେକ ସଂକ୍ରମିତ । ରବିବାର ଦିନ କେରଳରେ ୨୦୭୨୮ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ରମାଗତ ଛଅ ଦିନ ଥିଲା ରାଜ୍ୟରେ ୨୦ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

କେରଳରେ ସଂକ୍ରମଣ ବୃଦ୍ଧିର ପ୍ରଭାବ ପଡୋଶୀ ରାଜ୍ୟ ଉପରେ ମଧ୍ୟ ଦେଖିବାକୁ ମିଳୁଛି । ଗତ ସପ୍ତାହ ତୁଳନାରେ କର୍ଣ୍ଣାଟକରେ କରୋନା ସଂକ୍ରମଣରେ ଏହି ସପ୍ତାହରେ ୧୭.୩ ପ୍ରତିଶତ ବୃଦ୍ଧି ଘଟିଛି । ଚଳିତ ସପ୍ତାହରେ କର୍ଣ୍ଣାଟକରେ କେବଳ ୧୨୪୪୨ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହରେ ଏହି ସଂଖ୍ୟା ୧୦୬୧୦ ଥିଲା ।

ଦେଶରେ ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଆତଙ୍କ ଖେଳାଇ ଚାଲିଛି ଡେଲଟା ଭ୍ୟାରିଏଣ୍ଟ । ସ୍ୱାସ୍ଥ୍ୟ ବିଶେଷଜ୍ଞ ନିର୍ଦ୍ଦିଷ୍ଟ ଭାବେ କିଛି କହିପାରୁନଥିବା ବେଳେ ଚିନ୍ତା ବଢାଇଛି R-ଫ୍ୟାକ୍ଟର । କରୋନା ସଂକ୍ରମଣର ହାରକୁ ଦର୍ଶାଉଥିବା R-ଫ୍ୟାକଟର ଉପରମୁହାଁ ହେବାକୁ ନେଇ ଚିନ୍ତା ବ୍ୟକ୍ତି କରିଛନ୍ତି ଦିଲ୍ଲୀ ଏମ୍ସ ମୁଖ୍ୟ ରଣଦୀପ୍ ଗୁଲେରିଆ । ସେହିପରି ଦେଶର ୪୬ ଜିଲ୍ଲାରେ ସଂକ୍ରମଣ ହାର ଏବେବି ୧୦ ପ୍ରତିଶତ ଉପରେ ରହିଥିବାରୁ କଣ୍ଟେନମେଣ୍ଟ ନିୟମକୁ କଠୋର କରିବା ଲାଗି ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।