• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୮୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୩୦ ଆକ୍ରାନ୍ତ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୯୨; ଲୋକାଲ କେସ୍- ୩୫୭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୫୯କୁ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ୭୧,୨୩୧ ଟେଷ୍ଟ କରାଯାଇଛି। ପଜିଟିଭିଟି ରେଟ୍‌ ୧.୧୯ ରହିଛି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ସେହିପରି ରାଜ୍ୟରେ ୬୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। 

କେଉଁ ଅଞ୍ଚଳରୁ କେତେ-

ଅନୁଗୁଳ- ୧୯, ବାଲେଶ୍ୱର- ୪୮,  ବରଗଡ଼- ୧୫, ଭଦ୍ରକ- ୯, ବୌଦ୍ଧ- ୧, କଟକ- ୧୧୫, ଦେବଗଡ଼- ୯, ଢେଙ୍କାନାଳ- ୧୪, ଗଜପତି- ୧, ଗଂଜାମ- ୬, ଜଗତସିଂହପୁର- ୪୨, ଯାଜପୁର- ୪୨, ଝାରସୁଗୁଡ଼ା- ୧, କଳାହାଣ୍ଡି- ୩, କନ୍ଧମାଳ-୧, କେନ୍ଦ୍ରାପଡ଼ା- ୨୪, କେନ୍ଦୁଝର- ୮, ଖୋର୍ଦ୍ଧା- ୩୧୩, କୋରାପୁଟ- ୫, ମାଲକାନଗିରି-୨, ମୟୂରଭଞ୍ଜ- ୨୬, ନୟାଗଡ଼- ୧୯, ନୂଆପଡ଼ା-୧, ପୁରୀ- ୨୨, ରାୟଗଡ଼ା- ୨, ସମ୍ବଲପୁର- ୨୦, ସୁବର୍ଣ୍ଣପୁର- ୧, ସୁନ୍ଦରଗଡ଼- ୧୫, ଷ୍ଟେଟପୁଲ୍‌ରୁ ୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।