• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲାରୁ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର, କଟକ, ଢେଙ୍କାନାଳରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱରର ମୃତକ ଜଣଙ୍କ ୬ ବର୍ଷର ଶିଶୁକନ୍ୟା। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୦୩୫କୁ ବୃଦ୍ଧି ହୋଇଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା କମିଛି। ଗତକାଲି ରାଜ୍ୟରେ ଆଉ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଥିଲା।


ସେହିପରି ରାଜ୍ୟରେ ୨୪ ଘଣ୍ଟାରେ ୮୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୯୫; ଲୋକାଲ କେସ୍- ୩୫୪ ଚିହ୍ନଟ ହୋଇଛନ୍ତି। ଅନୁଗୁଳ- ୨୦, ବାଲେଶ୍ୱର- ୫୧,  ବରଗଡ଼- ୩, ଭଦ୍ରକ- ୧୧
ବଲାଙ୍ଗିର- ୪, ବୌଦ୍ଧ- ୧, କଟକ- ୧୧୭, ଦେବଗଡ଼- ୮, ଢେଙ୍କାନାଳ- ୨୬, ଗଜପତି- ୧, ଗଂଜାମ- ୧, ଜଗତସିଂହପୁର- ୧୨ ଚିହ୍ନଟ ହୋଇଛନ୍ତି।

 ଯାଜପୁର- ୩୨, ଝାରସୁଗୁଡ଼ା- ୪, କଳାହାଣ୍ଡି- ୪, କନ୍ଧମାଳ- ୧, କେନ୍ଦ୍ରାପଡ଼ା- ୯, କେନ୍ଦୁଝର- ୧୨, ଖୋର୍ଦ୍ଧା- ୩୪୧, ମାଲକାନଗିରି- ୧, ମୟୂରଭଂଜ- ୨୧, ନବରଙ୍ଗପୁର- ୪, ନୟାଗଡ଼- ୭, ପୁରୀ- ୩୧, ରାୟଗଡ଼ା- ୧୨, ସମ୍ବଲପୁର- ୧୬, ସୁବର୍ଣ୍ଣପୁର- ୩, ସୁନ୍ଦରଗଡ଼- ୧୮, ଷ୍ଟେଟପୁଲ- ୭୮ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୭୨କୁ ବୃଦ୍ଧି ହୋଇଛି।