• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କେବଳ କେରଳରୁ ୫୦ ପ୍ରତିଶତ ନୂତନ ରୋଗୀ

  • ଆଜି କେରଳରେ ୨୨,୧୨୯ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି

  • କେରଳରୁ ଆରମ୍ଭ ହେବ କି କରୋନାର ତୃତୀୟ ଲହରୀ ?

ନୂଆଦିଲ୍ଲୀ : ଆସିଲାଣି କି ତୃତୀୟ ଲହରୀ ?  କିଛି ଦିନ ବ୍ୟବଧାନରେ ପୁଣି ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୪୩,୬୫୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଗୋଟିଏ ଦିନରେ ୬୪୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଲେ ମୋଟ ନୂତନ ମାମଲାର ଅଧାରୁ ଅଧିକ କେବଳ କେରଳରେ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ଦିନ କେରଳରେ ୨୨,୧୨୯ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେରଳରେ ମେ ୨୯ ପରେ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ବୁଧବାର ସକାଳେ ପ୍ରକାଶିତ କରୋନା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୩,୬୫୪ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୪୧,୬୭୮ ରୋଗୀ ସୁସ୍ଥ ହୋଇଛନ୍ତି । ସେହିପରି ୬୪୦ ରୋଗୀ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ୩,୯୯,୪୩୬। ଏଥିସହିତ କରୋନାକୁ ମାତ ଦେଇ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩,୦୬,୬୩,୧୪୭ ରେ ପହଞ୍ଚିଛି । ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ୪,୨୨,୦୨୨ ରୋଗୀଙ୍କର ମୃତ୍ୟୁ ହୋଇଛି ।

ତେବେ ଦେଶ ପାଇଁ ବର୍ତ୍ତମାନ କେରଳ ଚିନ୍ତାର କାରଣ ପାଲଟିଛି । କେରଳ କରୋନାର ନୂଆ ହଟସ୍ପଟ୍ ପାଲଟିଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ । ମଙ୍ଗଳବାର ଦିନ କେରଳରେ କରୋନାରେ ୨୨,୧୨୯ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୩,୦୫,୨୪୫କୁ ବୃଦ୍ଧି ପାଇଛି । ଯାଞ୍ଚ ସଂକ୍ରମଣ ହାର (TPR) ପୁଣି ଥରେ ୧୨ ପ୍ରତିଶତରୁ ଅତିକ୍ରମ କରିଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୬ ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୬,୩୨୬ କୁ ବୃଦ୍ଧି ପାଇଛି । ମଙ୍ଗଳବାର ଏଠାରେ ୧୩,୧୪୫ ଜଣ ରୋଗୀ ସଂକ୍ରମଣମୁକ୍ତ ହେବା ପରେ ରାଜ୍ୟରେ ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ୩୧,୪୩,୦୪୩ କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ୧,୪୫,୩୭୧ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।

ଆଜି ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ପାଞ୍ଚଟି ରାଜ୍ୟ

କେରଳ - ୨୨,୧୨୯ ସଂକ୍ରମିତ ଚିହ୍ନଟ

ମହାରାଷ୍ଟ୍ର – ୬,୨୫୮ ସଂକ୍ରମିତ ଚିହ୍ନଟ

ମିଜୋରାମ - ୧,୮୪୫ ସଂକ୍ରମିତ ଚିହ୍ନଟ

ତାମିଲନାଡୁ – ୧,୭୬୭ ସଂକ୍ରମିତ ଚିହ୍ନଟ

ଓଡିଶା – ୧,୬୨୯ ସଂକ୍ରମିତ ଚିହ୍ନଟ