• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମହାମାରୀ ଆଣିଲା ସୁଯୋଗ

  • ଚାକିରି ପାଇଁ ନଦୌଡ଼ି ସ୍ୱାବଲମ୍ବୀ ହେଲେ ଯୁବକ

  • ଛତୁ ଚାଷ କରି ଭଲ ରୋଜଗାର କରୁଛନ୍ତି ଭାସ୍କର

ଜଳେଶ୍ୱର(ଅଜିତ୍ କୁମାର ଦାସ) : ରୋଜଗାର ଛଡ଼ାଇନେଲା ମହାମାରୀ । ଚାକିରି ମୋହ ଛାଡି ଛତୁ ଚାଷ କାମକୁ ନିଜ ପେଶା ଭାବରେ ବାଛି ନେଇଛନ୍ତି ଜଣେ ଉଚ୍ଚଶିକ୍ଷିତ ଯୁବକ । ଆଇଟିଆଇ ପାସ କରିଲା ପରେ ଛତୁ ଚାଷ କରିବା ସହିତ ଛତୁ ମଞ୍ଜି ଉତ୍ପାଦନ କରି ଭଲ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ଆଉ ନିଜ ଫାର୍ମରେ ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ ନିଯୁକ୍ତି ଦେବା ସହିତ ପାଲଟିଛନ୍ତି ଜଣେ ଆଗଧାଡିର ସଫଳ ଚାଷୀ ।

ବାଲେଶ୍ୱର ବାଲିଆପାଳ ଚଉମୁଖ ଗ୍ରାମର ଭାସ୍କର ପାତ୍ର । ଆଇଟିଆଇ ପାଠ ପଡିଛନ୍ତି । ଗତ ବର୍ଷ କରୋନା ସଙ୍କଟ ସମୟରେ ଚାକିରି ଚାଲିଗଲା । ଫଳରେ ତାଙ୍କୁ ଘରକୁ ଫେରିବାକୁ ପଡ଼ିଲା । ଘରକୁ ଆସିବା ପରେ ଚାକିରି ପଛରେ ନଗୁଡାଇ ନିଜେ କିଛି କରିବା ପାଇଁ ଉଦ୍ୟମ କରିଥିଲେ । ଘରେ ଛତୁ ଚାଷ ସହିତ ଛତୁ ମଞ୍ଚି ତିଆରି କରିବା ପାଇଁ ସ୍ୱପ୍ନ ଦେଖିଥିଲେ। ଏଥିପାଇଁ ପ୍ରଥମେ ଭୁବନେଶ୍ବର ପରେ କେବିକେ ବାଲିଆପାଳରେ ଟ୍ରେନିଂ ନେଇଥିଲେ ଭାସ୍କର । ଟ୍ରେନିଂ ନେବାପରେ ନିଜ ଗାଁରେ ଆରମ୍ଭ କରିଥିଲେ ଛତୁ ଚାଷ ସହିତ ଛତୁ ମଞ୍ଜି ଉତ୍ପାଦନ ।

ଭାସ୍କରଙ୍କ ଫାର୍ମରୁ ଉତ୍ପାଦିତ ଛତୁ ଏବଂ ଛତୁ ମଞ୍ଜି ସ୍ଥାନୀୟ ଅଞ୍ଚଳରେ ବେଶ୍ ଚାହିଦା ଥିଲାବେଳେ ଆଖ ପାଖ ଜିଲ୍ଲାରେ ମଧ୍ୟ ବେଶ୍ ଲୋକପ୍ରିୟ । ଭାସ୍କରଙ୍କ ଫାର୍ମରୁ ବାଲେଶ୍ୱର. ମୟୁରଭଞ୍ଜ, ଭଦ୍ରକ, ପଶ୍ଚିମବଙ୍ଗରରୁ ଲୋକ ଆସି ଛତୁ ମଞ୍ଜି ନେଉଛନ୍ତି । ଫଳରେ ଭାସ୍କର ମାସିକ ପାଖାପାଖି ୪୦ ହଜାର ଟଙ୍କାରୁ ଅଧିକ ରୋଜଗାର ହେଉଛି । ନିଜେ ସ୍ୱାବଲମ୍ବୀ ହେବା ସହ ସ୍ଥାନୀୟ ଅଞ୍ଚଳର ୭ ଜଣ ଲୋକଙ୍କୁବି ନିଯୁକ୍ତି ଦେଇଛନ୍ତି । ନିଜେ ରୋଜଗାର କିରବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିବା ତାଙ୍କର ଏକ ମାତ୍ର ଲକ୍ଷ ବୋଲି କହିଛନ୍ତି ଭାସ୍କର।ତେବେ ଭାସ୍କରଙ୍କ ଠାରୁ ଅନୁପ୍ରାଣିତ ହୋଇ ଅନେକ ଉଚ୍ଚଶିକ୍ଷିତ ଯୁବକ ଏବେ ଛତୁଚାଷ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।