• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉଦଳା(ମାନସ ପାଣି) : ଭଳିକି ଭଳି ପିତ୍ତଳରେ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି କରିବାରେ ଲାଗିଛନ୍ତି କାରିଗର । ଗୋଟିଏ ପଟେ ନିଜର ଜୀବନ ଜୀବିକା ଅନ୍ୟ ପଟେ ନିଜର କୌଳିକ ବୃତ୍ତି । କରୋନା ମହାମାରୀ ମଧ୍ୟରେ ମୂର୍ତ୍ତିର ଚାହିଦା ନଥିବାବେଳେ ସଂକଟରେ ଜୀବନ ବିତାଉଛନ୍ତି ପିତଳ ମୂର୍ତ୍ତି କାରିଗର । ତେବେ ସରକାରଙ୍କର ପ୍ରତ୍ସାହନ ମିଳିଲେ ଆଗକୁ ନିଜର ଜୀବିକା ଓ ନିଜର କୌଳିକ ବୃତ୍ତିକୁ ବଞ୍ଚାଇପାରିବେ ବୋଲି କହିଛନ୍ତି ।

କଳା ସଂସ୍କୃତିରେ ରାଜ୍ୟର ଅନ୍ୟତମ ଜିଲ୍ଲା ହେଉଛି ମୟୁରଭଞ୍ଜ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଗୋପବନ୍ଧୁ ନଗର ବ୍ଲକର କୁଡ଼ିଆଖୁଣ୍ଟା ଗ୍ରାମ । ଏହି ଗ୍ରାମରେ କଳାର ପରିଚୟ ହେଉଛି ପିତଳରେ ତିଆରି ମୂର୍ତ୍ତି । ଗ୍ରାମରେ ପଚାଶରୁ ଅଧିକ ପିତଳ ମୂର୍ତ୍ତି କାରିଗର ରହୁଥିବାବେଳେ ସେମାନଙ୍କର ଜୀବନ ଜୀବିକା ହେଉଛି ମୂର୍ତ୍ତି ତିଆରି କରିବା । ପୂର୍ବପୁରୁଷରୁ ସେମାନେ ପିତଳରେ ମୂର୍ତ୍ତି ତିଆରି କରି ଆସୁଥିବା ବେଳେ ଏହି କୌଳିକ ବୃତ୍ତିକୁ ଆପଣଇ ନେଇ ଚାଲିଛନ୍ତି ଏହି କାରିଗର ବଂଶଧର ମାନେ ।

ପିତଳ ମୂର୍ତ୍ତି ତିଆରି କରିବା ପାଇଁ ମାଟି, ମହମ, ତମ୍ବା ତାର, ପିତଳ ଓ ଜଉ ଇତ୍ୟାଦିକୁ ନେଇ ସେମାନେ ତିଆରି କରନ୍ତି ମୂର୍ତ୍ତି | ଏହି ଗ୍ରାମର ପୁରୁଷ, ମହିଳା ଓ ପରିବାରର ଅନ୍ୟ ସଦସ୍ୟ ମାନେ ପିତଳରେ ମାଣ ବସା ସେର, ହାତୀ, ଘୋଡା ଓ ଲକ୍ଷ୍ମୀ ନାରାୟଣ ମୂର୍ତ୍ତି ତିଆରି କରିଥାନ୍ତି । ବିଶେଷ କରି ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି କରିବାକୁ ତାଙ୍କୁ ଛଅ ଦିନରୁ ସାତ ଦିନ ସମୟ ଲାଗିଥାଏ । କାରିଗର ମାନେ ପିତଳର ବିଭିନ୍ନ ମୂର୍ତ୍ତି ତିଆରି କରିବା ସହ ତାକୁ ବଜାର ଓ ମେଳାରେ ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ ।

ହେଲେ ଦିନକୁ ଦିନ ପିତଳ ମୂର୍ତ୍ତି ଚାହିଦା କମିବାରେ ଲାଗିଛି । ଏହି ପରିକି ମୂର୍ତ୍ତି ତିଆରି ପାଇଁ ଉପକରଣ ଅଧିକ ଦାମରେ କିଣୁ ଥିବାବେଳେ ତିଆରି କରୁଥିବା ଜିନିଷର ଉଚିତ ମୂଲ୍ୟ ସେମାନେ ପାଇ ପାରୁନାହାନ୍ତି । ଯାହାଦ୍ୱାରା ଅନେକ ପରିବାର ଏହି କୌଳିକ ବୃତ୍ତି ଛାଡିବାକୁ ବାଧ୍ୟ ହେଲେଣି । ତେବେ ମୂର୍ତ୍ତିର ଅଭାବୀ ବିକ୍ରି ପାଇଁ ଏବେ ଚିନ୍ତାରେ ପିତଳ ମୂର୍ତ୍ତି କାରିଗର । କଳା ସଂସ୍କୃତିର ଜିଲ୍ଲା ଭାବେକେବେ ସରକାରଙ୍କର ଏହି ମୂର୍ତ୍ତି କାରିଗରଙ୍କ ଉପରେ ଶୁଭ ଦୃଷ୍ଟି ପଡିବ ତାହାକୁ କେବଳ ଅପେକ୍ଷା ।