• translate
Rajalaxmi Sahoo

ନୂଆଦିଲ୍ଲୀ: ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ହୁଏତ ଆପଣଙ୍କ ପାଇଁ ଏହା ଖୁସି ଖବର। Multi Commodity Exchange(MCX)ରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୬ ହଜାର ଟଙ୍କା ତଳକୁ ଖସିଛି। MCXରେ ଗତ ୩ କାରବାରରେ ସୁନା ଦର ୧.୩% ହ୍ରାସ ପାଇଛି। ତେବେ ଆଜି ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଛି। MCXରେ ଆଜି ସକାଳେ ୦.୧୩% ବୃଦ୍ଧି ପାଇଛି। ସେହିପରି ରୂପା ଦର ହ୍ରାସ ପାଇଛି। ଏହା ପୂର୍ବରୁ ମଙ୍ଗଳବାର ଦିଲ୍ଲୀ ସର୍ରାଫା ବଜାରରେ ସୁନା ୧୭୬ ଟଙ୍କା ହ୍ରାସ ସହ ପ୍ରତି ୧୦ ଗ୍ରାମକୁ ୪୫,୧୧୦ ଟଙ୍କାରେ କାରବାର ବନ୍ଦ ହୋଇଥିଲା। ରୂପା ୮୯୮ ଟଙ୍କା ହ୍ରାସ ସହ ପ୍ରତି କିଲୋକୁ ୬୧,୭୧୫ ଟଙ୍କାରେ ପହଞ୍ଚି ଥିଲା। 

ଏବେ ସୁନା ଦର ଏହାର ଅଲ୍‌ ଟାଇମ୍‌ ହାଇ ରେକର୍ଡରୁ ୧୧ ହଜାରରୁ ଅଧିକ ଟଙ୍କା ହ୍ରାସ ପାଇ ସାରିଲାଣି। ଗତବର୍ଷ ଅଗଷ୍ଟରେ ସୁନା ୫୬,୨୦୦ ଟଙ୍କା ଉଚ୍ଚତମ ସ୍ତରରେ ପହଞ୍ଚି ଥିଲା। ବର୍ତ୍ତମାନ ସୁନା ସର୍ରାଫା ବଜାରରେ ପ୍ରତି ୧୦ ଗ୍ରାମକୁ ୪୫,୦୦୦ ଟଙ୍କା ପାଖାପାଖି ରହିଛି। ଯଦି ଆପଣ ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଏହା ଭଲ ସମୟ। ଏକ୍ସପର୍ଟଙ୍କ କହିବା ଅନୁସାରେ, ଏହି ସମୟରେ ସୁନାରେ ନିବେଶ କଲେ ଆପଣଙ୍କୁ ଫାଇଦା ମିଳିପାରେ। ବର୍ଷ ଶେଷ ବେଳକୁ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିପାରେ। ଗତବର୍ଷ ସୁନାରେ ୨୮% ରିଟର୍ଣ୍ଣ ମିଳିଥିଲା। 

Good Returns ର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୨୮୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୨,୫୦୦ ଟଙ୍କା ରହିଛି। ଗତକାଲି ରୂପା ଦର ପ୍ରତି କିଲୋକୁ ୬୮ ହଜାର ଟଙ୍କା ଥିଲା।  ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୫,୪୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୭,୭୩୦ ଟଙ୍କା ରହିଛି। 

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

 

Other Stories

  •  Bronze sculpture
    Business ସଙ୍କଟରେ ପିତଳ ମୂର୍ତ୍ତି କାରିଗର

    ଭଳିକି ଭଳି ପିତ୍ତଳରେ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି କରିବାରେ ଲାଗିଛନ୍ତି କାରିଗର । ଗୋଟିଏ ପଟେ ନିଜର ଜୀବନ ଜୀବିକା ଅନ୍ୟ ପଟେ ନିଜର କୌଳିକ ବୃତ୍ତି । କରୋନା ମହାମାରୀ ମଧ୍ୟରେ ମୂର୍ତ୍ତିର ଚାହିଦା...

  • CM Naveen Pattnaik
    Business ରାଜ୍ୟରେ ନିର୍ମାଣ ହେବ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ

    ଇନଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଭାରୋତ୍ତୋଳନ ସହ ଯୋଗାଭ୍ୟାସ, ବ୍ୟାୟାମଶାଳା ରହିବ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଷ୍ଟାଡିୟମକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବା ସହ ମହାମାରୀ ବେଳେ ଡାକ୍ତରଖାନା ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ।...

  • gold ornaments
    Business ପୁଣି କମିଲା ସୁନା ଦର

    ଗତ ସପ୍ତାହରେ ସୁନା ଓ ରୂପା ଦର ହ୍ରାସ ପାଇଥିବା ବେଳେ ଚଳିତ ସପ୍ତାହରେ ଉଭୟ ଦରରେ ସାମାନ୍ୟ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ହେଲେ ଆଜି Multi Commodity Exchange(MCX)ରେ ସୁନା ଦର ହ୍ରାସ ପାଇଛି।

  • gold ornaments
    Business ଏହି ସହରରେ ୫୦ ହଜାର ଟପିଲା ସୁନା ଦର

    ଗତ ସପ୍ତାହରେ ସୁନା-ରୂପା ଦର କେତେବେଳେ ବୃଦ୍ଧି ତ ଆଉ କେତେବେଳେ ହ୍ରାସରେ କାରବାର ଚାଲିଥିଲା। ଜୁଲାଇ ୩୦ରେ ସୁନା ଦର ବୃଦ୍ଧି ଘଟିଥିଲା।