• translate
Rajalaxmi Sahoo

ନୂଆଦିଲ୍ଲୀ: ବର୍ତ୍ତମାନ ସୁନା ଦର ଏହାର ଅଲ୍‌ ଟାଇମ୍‌ ରେକର୍ଡ ସ୍ତରରୁ ପାଖାପାଖି ୯୦୦୦ ଟଙ୍କା ଶସ୍ତା ହୋଇସାରିଲାଣି। ଗତ କିଛିଦିନ ହେବ ସୁନା-ରୁପା ଦର ଲଗାତାର ହ୍ରାସ ପାଇଛି। ତେଣୁ ସୁନାରେ ନିବେଶ କରିବା ପାଇଁ ନିବେଶକଙ୍କ ଲାଗି ଏହା ହେଉଛି ଉପଯୁକ୍ତ ସମୟ ବୋଲି ଏକ୍ସପର୍ଟ କହିଛନ୍ତି। ନଚେତ୍‌ ଦୀପାବଳି ପୂର୍ବରୁ ସୁନା ଦରରେ ବୃଦ୍ଧି ଘଟି ୫୨ ହଜାର ଟଙ୍କା ଉପରେ ପହଞ୍ଚି ପାରେ। ବର୍ତ୍ତମାନ ସୁନା ଦର ୪୭ ହଜାର ଟଙ୍କା ଉପରେ ଥିବାବେଳେ ଦୀପାବଳି ପର୍ଯ୍ୟନ୍ତ ଏହା ୫ ହଜାର ଟଙ୍କା ବୃଦ୍ଧି ପାଇ ୫୨ ହଜାର ଟଙ୍କା ଉପରେ ପହଞ୍ଚିପାରେ ବୋଲି ଏକ୍ସପର୍ଟମାନେ ଆକଳନ କରିଛନ୍ତି। 

ସପ୍ତାହର ପ୍ରଥମ ଦିନରେ ଅର୍ଥାତ୍‌ ଆଜି  Multi Commodity Exchange(MCX)ରେ ସୁନା-ରୁପା ଦର ସାମାନ୍ୟ ବୃଦ୍ଧି ପାଇଛି। ସୁନା ୦.୧୯ ପ୍ରତିଶତ ବୃଦ୍ଧି ପାଇ ୪୭,୬୨୪ ଟଙ୍କାରେ କାରବାର ଚାଲିଥିବା ବେଳେ ରୂପା ୦.୨୯ ପ୍ରତିଶତ ବୃଦ୍ଧି ପାଇ ୬୭,୨୧୯ରେ କାରବାର ଚାଲିଛି। ଗତବର୍ଷ MCXରେ ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। ଆଜି MCXରେ ସୁନା ପ୍ରତି ୧୦ ଗ୍ରାମକୁ ୪୭,୬୨୪ ଟଙ୍କାରେ କାରବାର ଚାଲିଛି। ଅର୍ଥାତ୍‌ ରେକର୍ଡ ସ୍ତରରୁ ବର୍ତ୍ତମାନ ୮,୫୭୬ ଟଙ୍କା ଶସ୍ତାରେ ମିଳୁଛି ସୁନା।  

ଯଦି ଆମେ ଇଣ୍ଟରନ୍ୟାସନାଲ ମାର୍କେଟ୍‌ କଥା କହିବା, ଏଠାରେ ମଧ୍ୟ ସୁନା ଦରରେ ବୃଦ୍ଧି ଘଟିଛି। ଆମରିକାରେ ସୁନା ୭.୦୧ ଡଲାର ବୃଦ୍ଧି ସହ ପ୍ରତି ounceକୁ ୧,୮୦୭.୨୩ ଲେଭଲ୍‌ରେ ରହିଛି। ସେହିପରି ରୂପା ୦.୧୦ ଡଲାର ବୃଦ୍ଧି ସହ ୨୫.୨୮ ଡଲାର ଲେଭଲ୍‌ରେ ରହିଛି। 

Good Returns ର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୮୭୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୭,୦୦୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୯୨୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୯,୧୩୦ ଟଙ୍କା ରହିଛି। 

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Other Stories

  • samsung galaxy m12
    Business ଶସ୍ତା ହେଲା ଏହି ସ୍ମାର୍ଟଫୋନ୍‌

    ସାମ୍‌ସଙ୍ଗ(Samsung) ଫୋନ୍‌ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ ଭଲ ଖବର। ସାମ୍‌ସଙ୍ଗ ଏହାର Galaxy M12 ଫୋନ୍‌ର ଦାମ୍‌ କମ୍‌ କରିଛି। ଏବେ ଆପଣ ଏହି ଫୋନ୍‌ ଶସ୍ତାରେ କିଣିପାରିବେ।

  • 6
    Business ୨୦୨୧ରେ ଦେଶରେ ବଦଳିପାରେ GDPର ସ୍ଥିତି: ରାଜୀବ

    ୨୦୨୧-୨୨ ଆର୍ଥିକ ବର୍ଷର ଶେଷ ଆଡ଼କୁ ଦେଶର ଆର୍ଥିକ ସ୍ଥିତି କୋଭିଡ୍‌-୧୯ର ପୂର୍ବବର୍ତ୍ତୀ ଅବସ୍ଥାକୁ ଫେରିପାରେ ବୋଲି ନୀତି ଆୟୋଗ ଅନୁମାନ କରିଛି। ଏ ନେଇ ଏହାର ଉପାଧ୍ୟକ୍ଷ ରାଜୀବ୍‌ କୁମାର ଗତ ରବିବାର ପ୍ରକାଶ କରିଛନ୍ତି।

  • jio
    Business ରାଇଟ୍‌ସ ଇସ୍ୟୁରୁ ୫୩,୧୨୪.୨୦ କୋଟି ଟଙ୍କା ହାସଲ କଲା ରିଲାଏନ୍ସ

    ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ମାତ୍ର ୫୮ ଦିନ ମଧ୍ୟରେ ବିଶ୍ୱସ୍ତରୀୟ ନିବେଶକଙ୍କ ଦ୍ୱାରା ପୁଞ୍ଜିନିବେଶ ଓ ରାଇଟ୍‌ସ୍ ଇସ୍ୟୁ ଜରିଆରେ ୧,୬୮,୮୧୮ କୋଟି ଟଙ୍କାରୁ ଅଧିକ ପୁଞ୍ଜି ହାସଲ କରିଛି। ବିଶ୍ୱସ୍ତରୀୟ ନିବେଶକଙ୍କ ଠାରୁ...

  • jio
    Business ଜିଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର

    ନୂଆଦିଲ୍ଲୀ: ଜିଓ ବ୍ୟବହାରକାରୀଙ୍କ ପାଇଁ ରିଲାଏନ୍ସ ଏକ ଖୁସି ଖବର ଆଣିଛି। ଏୟାରଟେଲ ଏବଂ ଭୋଡାଫୋନ୍ ପରେ ବର୍ତ୍ତମାନ ରିଲାଏନ୍ସ ଜିଓ ଏହାର ସମସ୍ତ ପ୍ଲାନ୍‌କୁ ବୃଦ୍ଧି କରିଛି। ଯଦି ଆପଣଙ୍କର ରିଚାର୍ଜର ଭ୍ୟାଲିଡିଟି ସମାପ୍ତ ହୋଇଛି,...