• translate
Rajalaxmi Sahoo

ନୂଆଦିଲ୍ଲୀ: ଗତ କିଛିଦିନ ଧରି ସୁନା-ରୂପା ଦରରେ ହ୍ରାସ ଘଟି ଥିବାବେଳେ ଆଜି ଲଗାତାର ୫ ଦିନ ପାଇଁ ସୁନା-ରୂପା ଦର ହ୍ରାସ ପାଇଛି। ଆଜି Multi Commodity Exchange(MCX)ରେ ସୁନା ଓ ରୂପା ଦର ହ୍ରାସ ପାଇଛି। ଆଜି MCXରେ ସୁନା ୦.୨୨ ପ୍ରତିଶତ ହ୍ରାସରେ କାରବାର ଚାଲିଛି। ସେହିପରି ରୂପା ଦର ଆଜି ୦.୦୭% ହ୍ରାସ ପାଇଛି। 

ଆଜି MCXରେ ସୁନା ପ୍ରତି ୧୦ ଗ୍ରାମକୁ ୦.୨୨%  ହ୍ରାସ ପାଇ ୪୭,୪୭୦ ଟଙ୍କାରେ କାରବାର ଚାଲି ଥିବାବେଳେ ରୂପା ୦.୦୭% ହ୍ରାସ ପାଇ ୬୭,୦୮୯ ଟଙ୍କାରେ କାରବାର ଚାଲିଛି। ଗତବର୍ଷ MCXରେ ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। ଆଜି MCXରେ ସୁନା ପ୍ରତି ୧୦ ଗ୍ରାମକୁ ୪୭,୪୭୦ ଟଙ୍କାରେ କାରବାର ଚାଲିଛି। ଅର୍ଥାତ୍‌ ରେକର୍ଡ ସ୍ତରରୁ ବର୍ତ୍ତମାନ ୮,୫୩୦ ଟଙ୍କା ଶସ୍ତାରେ ମିଳୁଛି ସୁନା। 

Good Returns ର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୮,୧୧୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୭,୧୦୦ ଟଙ୍କା ରହିଛି। 

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Other Stories

  • 6
    Business ୨୦୨୧ରେ ଦେଶରେ ବଦଳିପାରେ GDPର ସ୍ଥିତି: ରାଜୀବ

    ୨୦୨୧-୨୨ ଆର୍ଥିକ ବର୍ଷର ଶେଷ ଆଡ଼କୁ ଦେଶର ଆର୍ଥିକ ସ୍ଥିତି କୋଭିଡ୍‌-୧୯ର ପୂର୍ବବର୍ତ୍ତୀ ଅବସ୍ଥାକୁ ଫେରିପାରେ ବୋଲି ନୀତି ଆୟୋଗ ଅନୁମାନ କରିଛି। ଏ ନେଇ ଏହାର ଉପାଧ୍ୟକ୍ଷ ରାଜୀବ୍‌ କୁମାର ଗତ ରବିବାର ପ୍ରକାଶ କରିଛନ୍ତି।

  • jio
    Business ରାଇଟ୍‌ସ ଇସ୍ୟୁରୁ ୫୩,୧୨୪.୨୦ କୋଟି ଟଙ୍କା ହାସଲ କଲା ରିଲାଏନ୍ସ

    ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ମାତ୍ର ୫୮ ଦିନ ମଧ୍ୟରେ ବିଶ୍ୱସ୍ତରୀୟ ନିବେଶକଙ୍କ ଦ୍ୱାରା ପୁଞ୍ଜିନିବେଶ ଓ ରାଇଟ୍‌ସ୍ ଇସ୍ୟୁ ଜରିଆରେ ୧,୬୮,୮୧୮ କୋଟି ଟଙ୍କାରୁ ଅଧିକ ପୁଞ୍ଜି ହାସଲ କରିଛି। ବିଶ୍ୱସ୍ତରୀୟ ନିବେଶକଙ୍କ ଠାରୁ...

  • mittal
    Business ୨ ହଜାର କୋଟି ଟଙ୍କା ନିବେଶ କରିବ ମିତ୍ତଲ

    ଭୁବନେଶ୍ୱର: ନବୀନ-ମିତ୍ତଲ ପୁଞ୍ଜିନିବେଶ ଆଲୋଚନା। ଓଡ଼ିଶାରେ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଲକ୍ଷ୍ମୀ ମିତ୍ତଲଙ୍କ ଆଲୋଚନା ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨ ହଜାର କୋଟିର ପୁଞ୍ଜିନିବେଶ କରିବ ମିତ୍ତଲ ଗ୍ରୁପ୍। ଓଡ଼ିଶାରେ ପୁଞ୍ଜିନିବେଶ ନେଇ...

  • vodaphone
    Business ୧୯ ଟଙ୍କା ପ୍ଲାନ୍‌ରେ ମିଳୁଛି ଡାଟା, ଅନ୍ ଲିମିଟେଡ କଲିଂ

    ନୂଆଦିଲ୍ଲୀ:ଭୋଡାଫୋନ ଆଇଡିଆ ତାର ଗ୍ରାହକଙ୍କ ପାଇଁ ଆଣୁଛି ଅଲଗା ଦାମ୍‌ ଓ ଅଲଗା ଭାଲିଡିଟିର ଶସ୍ତା ପ୍ରି-ପେଡ୍‌ ଅଫର। ଉପଭୋକ୍ତା ନିଜର ବଜେଟ ଅନୁସାରେ  ନିଜ ପସନ୍ଦର ପ୍ଲାନ୍‌ ବାଛି ପାରିବେ। ଏତେ ପ୍ରକାରର ଅଫର ରହିଛି...