• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

tdp
ବିଜେପିରେ ମିଶିଲେ ଟିଡିପିର ୪ ରାଜ୍ୟସଭା ସାଂସଦ

ହାଇଦ୍ରାବାଦ୍‌ : ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡପି) ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ଶକ୍ତ ଝଟ୍‌କା ଲାଗିଛି। ଚନ୍ଦ୍ରବାବୁ ବର୍ତ୍ତମାନ ବିଦେଶ ଗସ୍ତରେ ଥିବାବେଳେ ଆଜି ଟିଡିପିର ୪ ଜଣ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି। ଏହି ୪ ଜଣ ସାଂସଦ ହେଲେ ୱାଇଏସ୍‌ ଚୌଦରୀ, ସିଏମ୍‌ ରମେଶ, ଗାରିକାପୋଆଟି ମୋହନ ରାଓ ଏବଂ ଟିଜି ଭେଙ୍କଟେଶ। ଏହି ୪ ଜଣ ସାଂସଦ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ […]

plus 2
ଯୁକ୍ତ ଦୁଇ ନାମଲେଖା ଆବେଦନ ତାରିଖ ଘୁଞ୍ଚିଲା

ଭୁବନେଶ୍ୱର : ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ ଆବେଦନ ଅବଧି ଘୁଞ୍ଚିଲା। ଜୁନ୍‌ ୨୬ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ପୂର୍ବ ବିଜ୍ଞପ୍ତି ଅନୁଯାୟୀ, ଆସନ୍ତାକାଲି ଯୁକ୍ତ ୨ ନାମଲେଖା ଆବେଦନ ଅବଧି ପୂରିବାର ଥିଲା। ନୂଆ ବିଜ୍ଞପ୍ତି ଅନୁସାରେ, ଜୁଲାଇ ୨ ତାରିଖରେ ପ୍ରଥମ କଟ୍‌ ଅଫ୍ ପ୍ରକାଶ ପାଇବ। ଏଥିପାଇଁ ଜୁଲାଇ ୩ ରୁ ୬ ତାରିଖ ପର୍ଯ୍ୟନ୍ତ ନାମଲେଖା ହେବ। ସେହିପରି ଦ୍ୱିତୀୟ କଟ୍ ଅଫ୍ ଜୁଲାଇ […]

tito
ଗ୍ୟାଙ୍ଗଷ୍ଟର ଟିଟୋର ବାଂଲାଦେଶ ଲିଙ୍କ୍

ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ଟିଟୋର ଖୋଲୁଛି କ୍ରାଇମ୍‌ ସିଣ୍ଡିକେଟ ଗୁମର। କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍ ଦ୍ୱାରା ଦୁଇ ଭାଇ ଓ ସଢୁ ଗିରଫ ପରେ ଆଜି କେନ୍ଦ୍ରାପଡ଼ା ଏସଡିଜେ୍ଏମ୍ କୋର୍ଟକୁ ଚାଲାଣ କରାଯାଇଥିଲା। ଶ୍ୟାମ ଗୁଡ଼ିଆ ଜମି ହଡ଼ପ ମାମଲାରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି। ତେବେ ଏସଟିଏଫ୍ ପଚରାଉଚରାରୁ ଦୁଇ ଭାଇ ଟିଟୋର ବାଂଲାଦେଶ ଲିଙ୍କ୍‌ର ଗୁମର ଖୋଲିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ପୁଲିସ୍‌ କବଜାରୁ ବଞ୍ଚିବା ପାଇଁ ଜଳପଥ […]

fake maoists
ନିଜକୁ ମାଓବାଦୀ କହି ଦାଦାବଟି ମାଗିବା ଅଭିଯୋଗରେ ୨ ଗିରଫ, ଜଣେ ଅଟକ

କେନ୍ଦୁଝର: ନିଜକୁ ମାଓବାଦୀଙ୍କ ପରିଚୟ ଦେଇ ଦାଦାବଟି ମାଗୁଥିବା ଅଭିଯୋଗରେ ୩ ଜଣଙ୍କୁ ଧରିଛି କେନ୍ଦୁଝର ଜିଲ୍ଲା ନୟାକୋଟ ପୋଲିସ। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି। ସମସ୍ତଙ୍କ ଠାରୁ ପୋଲିସ ଗୋଟିଏ ଦେଶୀ ବନ୍ଧୁକ ସହ ୨ଟି ଗୁଳି ଜବତ କରିଛି। ଗତ ମାସ ୨୧ ତାରିଖ ରାତିରେ ନୟାକୋଟ ଥାନା ଅଞ୍ଚଳର ଏକ ଷ୍ଟିଲ୍‌ କମ୍ପାନୀରେ କିଛି ଲୋକ ପଶି ନିଜକୁ ମାଓବାଦୀ କହି ସୁରକ୍ଷାକର୍ମୀଙ୍କୁ ଭୟଭୀତ କରିଥିଲେ। ତା’ସହ କମ୍ପାନୀ […]

loot-2
SBI ଶାଖାରୁ ଟଙ୍କା ଉଠାଇ ଘରକୁ ଫେରିବା ବେଳେ ଲୁଟ୍

କଣ୍ଟାବାଞ୍ଜି (ସୁରଦାସ ବାଗ): ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଦୁଇ ଦୁର୍ବୃତ୍ତ ଝାମ୍ପିନେଲେ ୪ ଲକ୍ଷ ୮୪ ହଜାର ଟଙ୍କା। ଏପରି ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଘଟିଛି। କଣ୍ଟାବାଞ୍ଜି ସହର ପ୍ରତିଷ୍ଠିତ ବ୍ୟବସାୟୀ କିଶୋର ଅଗ୍ରୱାଲଙ୍କ ମ୍ୟାନେଜର ସୁନିଲ ଶର୍ମା ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇ ଏକ ସ୍କୁଟିରେ ଫେରୁଥିଲେ। କିଶୋର ଅଗ୍ରୱାଲଙ୍କ ଘରଠାରୁ କିଛି ଦୂରରେ ଏକ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ସ୍କୁଟିରୁ ଟଙ୍କା ବ୍ୟାଗ […]

karanjia
ଜେଲ୍‌ରୁ ଚମ୍ପଟ ମାରିଲା ଆଜୀବନ କଏଦୀ

କରଞ୍ଜିଆ(ସତ୍ୟବ୍ରତ ବେହେରା):ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପ-କାରାଗାରରୁ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀ ଗତ ୧୬ ତାରିଖରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ଏନେଇ ଗତକାଲି କରଞ୍ଜିଆ ଥାନାରେ ଅଭିଯୋଗ ହେବା ସହ ମାମଲା ରୁଜୁ ହୋଇଛି। ଫେରାର୍ ହୋଇଯାଇଥିବା କଏଦୀଙ୍କ ନାଁ ଭଗବାନ ଟୁଡୁ (୫୦)। ତାଙ୍କ ଘର ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଚାତାରସାହିରେ। ଜେଲ୍‌ ଅଧିକ୍ଷକଙ୍କୁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଗବାନ ବଗିଚା କାମ କରୁଥିଲେ। ଏହି ସମୟରେ ଅଧିକାରୀଙ୍କ ଜଣକ କଏଦୀକୁ ଏକୁଟିଆ […]

plus two result
ୱେବସାଇଟ୍‌ରୁ କେମିତି ଜାଣିବେ +୨ ବିଜ୍ଞାନ ପରୀକ୍ଷା ଫଳ? ଜାଣନ୍ତୁ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳାଫଳକୁ ନେଇ ଆଜି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ଚଳିତ ବର୍ଷ ୯୫,୦୯୬ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିବାବେଳେ ୭୩,୨୧୧ଜଣ ପାସ୍‌ ହୋଇଛନ୍ତି। ଚଳିତ ବର୍ଷ ପାସ୍‌ ହାର ୭୬.୯୮ ପ୍ରତିଶତ। ତେବେ ଜାଣନ୍ତୁ କେମିତି ପାଇବେ […]

deals
ଲୋନ୍‌ କରାଇଦେବା ନାଁରେ ଲୁଟ୍ ଅଭିଯୋଗ

ନୀଳଗିରି ( ବିଶ୍ୱମ୍ବର ଦାସ) : ଲୋନ୍‌ କରାଇଦେବା ନାଁରେ ଲୁଟ୍ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ନୀଳଗିରି ଦାସରଥୀପୁର ଠାରେ  deals loan ନାମକ ଏକ ସଂସ୍ଥା ଏହି ଲୋନ୍‌ କରାଉଥିଲା। ଯାହାଫଳରେ ଗାଁର ମହିଳାଙ୍କ ଠାରୁ ବହୁ ଟଙ୍କା ନେଇଯାଇଥିବା ଅଭିଯୋଗ କରିଛନ୍ତି।  ତେବେ ଟଙ୍କା ନେବା ପରେ ବ୍ୟକ୍ତି ଜଣକ ଧରାଛୁଆ ଦେଉନଥିଲା। ଆଜି ଭୋରରୁ ମହିଳାମାନେ ଏକଜୁଟ୍‌ ହୋଇ ଭଡ଼ା ଘରେ ଚାଲିଥିବା ଅଫିସକୁ ଘେରାଉ କରି ଅଭିଯୁକ୍ତକୁ ଧରିଥିଲେ।

pcr van
ପୋଲିସ୍‌ ଗାଡ଼ି ଉପରକୁ ବୋମାମାଡ଼

କଟକ: ପିସିଆର୍‌ ଭ୍ୟାନ୍‌ ଉପରକୁ ବୋମାମାଡ଼। ଗତକାଲି ବିଳମ୍ବିତ ରାତ୍ରିରେ କଟକ ସଦର ଥାନା କୁରୁଣ୍ଟି ଗାଁକୁ ପୋଲିସ ଯାଇଥିବା ବେଳେ ପିସିଆର୍ ଭ୍ୟାନ୍‌ ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତମାନେ। ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ କୁରୁଣ୍ଟି ଗାଁର ଜଣେ ଠିକାଦାରଙ୍କୁ ସେ ଅଞ୍ଚଳର ଦୁଇ ଜଣ ଯୁବକ ଦାଦାବଟି ମାଗିଥିଲେ। ବଟି ନ ଦେବାରୁ ଗତ ରାତିରେ ଠିକାଦାରଙ୍କ ଘର ଉପରକୁ ବୋମାମାଡ଼ କରିଥିଲେ ଓ ବନ୍ଧୁକ ଦେଖାଇ ଭୟଭୀତ […]

lightening death
କାକଟପୁର ବ୍ଲକ ଲତାହାରଣ ଗାଁରେ ବଜ୍ରାଘାତ

କୋଣାର୍କ(ସଞ୍ଜୟ ପତି) : ପୁରୀ ଜିଲ୍ଲା କାକଟପୁର ବ୍ଲକ ଲତାହାରଣ ଗାଁରେ ବଜ୍ରାଘାତ। ଏଥିରେ ବାବାଜୀ ସାହୁ ଜଣକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସକାଳେ  ବିଲକୁ ଯାଇଥିବାବେଳେ ହଠାତ୍ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଫଳରେ ବାବାଜୀ ବିଲରେ ପଡିଯାଇଥିଲେ। ପରେ ତାଙ୍କୁ କାକାଟପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଜଗତସିଂହପୁର ସଦର ବ୍ଲକ ନରଣପୁର ଗାଁରେ ବଜ୍ରାଘାତରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା […]

cuba
ବିମାନ ଦୁର୍ଘଟଣାରେ ଚାଲିଗଲା ଶହେରୁ ଅଧିକ ଯାତ୍ରୀଙ୍କ ଜୀବନ

କ୍ୟୁବା: କ୍ୟୁବାରେ ବୋଇଂ ବିମାନ ୭୩୭ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ କ୍ର୍ୟୁ ମେମ୍ବରଙ୍କ ସହ ଶହେରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ତେବେ ବିମାନରେ କେତେ ଜଣ ଯାତ୍ରୀ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ହାବାନାର ଜୋସ୍  ମାର୍ଟି ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ଉଡାଣର କିଛି ସମୟ ପରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯିବା ସହ ସ୍ଥାନୀୟ ଅଞ୍ଚଳ ଧୁଆଁମୟ ହୋଇଯାଇଥିଲା। ଶହେରୁ ଅଧିକ ଲୋକଙ୍କ […]

yeddyurappa
ଆଜି ପରୀକ୍ଷା ଦେବେ ୟେଦ୍ୟୁରପ୍ପା

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ବିଧାନସଭାରେ ହେବ ଆସ୍ଥା ଭୋଟ୍। ଅପରାହ୍ନ ୪ଟାରେ ୟେଦ୍ୟୁରପ୍ପାଙ୍କ ସରକାରଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରାଇବାକୁ ପଡ଼ିବ। ଆଜି ସୁଦ୍ଧା ବିଧାନସଭାରେ ବହୁମତ ପ୍ରମାଣ ଦେବାକୁ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ପରେ ଏବେ ହାତରେ ବାକି ଅଛି ମାତ୍ର ଆଉ କିଛି ଘଣ୍ଟା।  ଯଦିଓ ଫ୍ଲୋର ଟେଷ୍ଟରେ ପାସ୍ ହେବେ ବୋଲି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି, ତେବେ ସଂଖ୍ୟା ଖେଳରେ ପଛରେ ରହିଛି ବିଜେପି। କର୍ଣ୍ଣାଟକରେ ଏଥର ୨୨୨ […]

bus accident
ବସ୍‌କୁ ପଛରୁ ପିଟିଲା ବସ୍‌: ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ୭୦ରୁ ଅଧିକ ଯାତ୍ରୀ

ଢ଼େଙ୍କାନାଳ: ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ୭୦ରୁ ଅଧିକ ଯାତ୍ରୀ। ଏକ ବଡ଼ ଧରଣର ବସ୍‌ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ଢେଙ୍କାନାଳ କାମାକ୍ଷାନଗର ପରଜଙ୍ଗ ଥାନା କଟୁମୁଣ୍ଡା ଛକରେ ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୨ଟା ବେଳକୁ ଏହି ଦୁର୍ଘଟଣା ଘଟିଥିଲା। ଗୋଟିଏ ବସ୍‌କୁ ଆଉ ଏକ ବସ୍ ପଛରୁ ପିଟିବା ଫଳରେ ଗୋଟିଏ ବସ୍ ତଳକୁ ଖସି ପଡ଼ିଥିଲା।  ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇଥିବା ସୂଚନା ମିଳିନାହିଁ। ତେବେ କିଛି […]

train
ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା: ମରାମତି ପରେ ପୁଣି ଗଡ଼ିଲା ଟ୍ରେନ୍‌

ରାୟଗଡ଼ା: ରାୟଗଡ଼ା ନିକଟ କେଉଟଗୁଡ଼ା ଷ୍ଟେସନରେ ଲାଇନଚ୍ୟୁତ ହୋଇଥିବା ସମଲେଶ୍ୱରୀ ଏକ୍ସପ୍ରେସର ମରାମତି ପରେ ଜଗଦଲପୁର ଅଭିମୁଖେ ଯାତ୍ରା କରିଥିଲା। ଗତକାଲି ସମଲେଶ୍ୱରୀ ଟ୍ରେନଟି ହାୱଡ଼ାରୁ ଜଗଦଲପୁର ଯାଉଥିବାବେଳେ ଇଞ୍ଜିନ ସହ କିଛି ବଗି କେଉଟଗୁଡ଼ା ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଗତକାଲି ରାୟଗଡା ଷ୍ଟେସନରେ ପହଞ୍ଚିବା ପରେ ଟ୍ରେନର୍ ଥିବା ଯାତ୍ରୀଙ୍କ ଲାଗି ମାଗଣାରେ ରହଣୀ ଓ ଖାଇବା ପିଇବା ବ୍ୟବସ୍ଥା କରାଯାଇଥିଲା। ଦୁର୍ଘଟଣା ପରେ ରାୟଗଡାରୁ […]