• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

jammu and kashmir
ଜାମ୍ମୁ ଓ କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ; ୨ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ। ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ୨ଜଣ ପୋଲିସ ସହିଦ ହୋଇଥିବାବେଳେ ୩ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ଭୋରରୁ ଆତଙ୍କବାଦୀମାନ ପୁଲୱାମା ଜିଲ୍ଲାର କୋର୍ଟ କମ୍ପ୍ଲେକ୍ସ ଠାରେ ପୋଲିସ୍‌ ଗାର୍ଡ଼ ପୋଷ୍ଟ ଉପରକୁ ପ୍ରଥମେ ଆକ୍ରମଣ କରିଥିଲେ। ଏହାପରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଘଟଣାରେ ୨ଜଣ ପୋଲିସ ସହିଦ ହୋଇଛନ୍ତି। ଅନ୍ୟପକ୍ଷରେ, ଏହି ଘଟଣା ପରେ ପୂରା ଅଞ୍ଚଳକୁ ଘେରାବନ୍ଦୀ […]

vajpayee
ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର। ଏନେଇ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ସିଂ ସୂଚନା ଦେଇ କହିଛନ୍ତି ଯେ, ଏବେ ସେ ଭଲ ଅଛି। ବ୍ୟସ୍ତ ହେବାର କିଛି କାରଣ ନାହିଁ। ତେବେ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଏମ୍ସ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ଆଜି ତାଙ୍କୁ ମେଡିକାଲରୁ ଛାଡି ଦିଆଯାଇପାରେ ବୋଲି ଜଣାପଡ଼ିଛି। ଗତକାଲି ରୁଟିନ୍‌ ଚେକ ଅପ୍ ପାଇଁ ଆସିଥିବାବେଳେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଏମ୍ସରେ ରଖାଯାଇଛି। ଖବର ପାଇ […]

pradeepta
ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର : ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। ତାଙ୍କ ସ୍ଥାନରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଦୀପ୍ତ ମହାପାତ୍ରଙ୍କୁ ନୂଆ ପ୍ରଶାସକ ଭାବେ ଦାୟିତ୍ୱ ଦିଆଯାଇଛି। ଏବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଅଛନ୍ତି  ପ୍ରଦୀପ୍ତ ମହାପାତ୍ର। ଏହି ବିଭାଗ ସହ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ମଧ୍ୟ ପାଖାପାଖି ୨ବର୍ଷ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ ପ୍ରଦୀପ୍ତ ମହାପାତ୍ର। ୨୭ ଏପ୍ରିଲ […]

biswa
ଆସନ୍ତା ୨୪ରେ ଆନ୍ଧ୍ର ରାଜ୍ୟପାଳ ଭାବେ ଶପଥ ନେବେ ବିଶ୍ୱଭୂଷଣ

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ଏନେଇ ସେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍. ଜଗନମୋହନ ରେଡ୍ଡିଙ୍କ ସହ ଆଲୋଚନା କରିଥିବା ନିଜେ ବିଶ୍ୱଭୂଷଣ କହିଛନ୍ତି। ଏଥିସହ ଶପଥ ଗ୍ରହଣ ଉତ୍ସବକୁ ନିରାଡ଼ମ୍ବର କରିବା ପାଇଁ ତାଙ୍କୁ ଅନୁରୋଧ କରିଛନ୍ତି। ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିବା ଗତ ମଙ୍ଗଳବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି […]

Lightning
ରାଜ୍ୟ ପାଇଁ ମହାବିପତ୍ତି ସାଜିଛି ବଜ୍ରାଘାତ

ଭୁବନେଶ୍ୱର : ରାଜ୍ୟରେ ବଢୁଛି ବଜ୍ରାଘାତ ବିପତ୍ତି। ଗତ ୩ ଦିନରେ ୧୮ ଜଣଙ୍କ ଜୀବନ ନେଇଛି ଘାତକ ବଜ୍ରାଘାତ। ସେହିପରି ୨୨ ମେ’ରୁ ଅର୍ଥାତ୍ ଗତ ୨୨ ଦିନରେ ଯାଇଛି ୪୦ ଜୀବନ। ବଜ୍ରାଘାତ ନେଇ ଏମିତି କିଛି ଘଟଣା ଏବେ ରାଜ୍ୟରେ ଦୁଃଖଦ ମୁହୂର୍ତ୍ତ ପାଲଟିଛି। କୁନି ଝିଅକୁ କହିଯାଇଥିଲେ ଘରକୁ ଫେରିଲା ବେଳେ ପକୁଡି ଆଣିଦେବି। ହେଲେ ପକୁଡି ଆଣିବେ କଣ ନିଜେ ଫେରିଲେନି। ବାଟରେ ବଜ୍ରାଘାତ ନେଇଗଲା ସୁନ୍ଦରଗଡ଼ ଶଙ୍କରାବାହଲ ଗାଁର  […]

patkyura
ପାଟକୁରା ପ୍ରଚାର ସରିଲା : ଗଡ଼ ଛାଡ଼ୁ ନାହାନ୍ତି ବିଜେଡି ନେତା

ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇଛି। ୨୦ତାରିଖ ଶନିବାର ଭୋଟଗ୍ରହଣ ହେବ। ନିର୍ବାଚନୀ ପ୍ରଚାର ସରଗରମ ହୋଇଥିବା ସତ୍ତ୍ୱେ  ଭୋଟରମାନଙ୍କ ମାତ୍ରାଧିକ ନିରବତା ହିଁ ପ୍ରାର୍ଥୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ତେବେ ନିଜ ନିଜର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତା ଓ କର୍ମୀମାନେ ଶେଷ ପ୍ରୟାସରେ ଲାଗିଛନ୍ତି । ତେବେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ନିର୍ବାଚନମଣ୍ଡଳୀ ବାହାରର ଶତାଧିକ ବିଜେଡି ନେତା […]

puri
ରତ୍ନଭଣ୍ଡାର ଚାବି ନେଇ ଜୋରଧରିଲା ଦୋଷଠେଲା ରାଜନୀତି

ଭୁବନେଶ୍ୱର : ରତ୍ନ ଭଣ୍ଡାର ଚାବି ହଜିବାକୁ ନେଇ ବିଜେପିର ହଲ୍ଲାବୋଲ। ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟୀ କରି ଗର୍ଜିଛନ୍ତି ବିଜେପି କର୍ମୀ ଓ ନେତା। ପୁରୀ ଭଦ୍ରକ ବାଲେଶ୍ୱର ସବୁଠି ବିକ୍ଷୋଭ ଓ ପ୍ରତିବାଦ ସଭା। କେନ୍ଦ୍ରାପଡା  ସହରର ପ୍ରବେଶ ପଥ ୫ ନମ୍ବର ଜାତୀୟ ରାଜପଥର ଦୁହୁରିଆରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ କର୍ମୀ। ଦଳର ଅଭିଯୋଗ ରତ୍ନଭଣ୍ଡାର ଯାଞ୍ଚବେଳେ ଏପ୍ରିଲ ୪ରେ ସରକାର ଚାବି ହଜିବା ଘଟଣା ଜାଣିଥିଲେ ବି  ପ୍ରକାଶ […]

bridge
ସରକାରଙ୍କ ଠିକାଦାର ପ୍ରୀତିର ଗୁମର ଖୋଲିଲେ ଏଜି ; କାମ ନକରି ବି ମାଲେମାଲ୍ ଠିକାଦାର

ଭୁବନେଶ୍ୱର : କଟକ-ନୂଆପାଟଣା ମହାନଦୀ ସେତୁର ଆପ୍ରୋଚ୍‌ ରୋଡ୍‌ ନିର୍ମାଣରେ ହୋଇଛି ବଡ଼ ଧରଣର ଦୁର୍ନୀତି। କାମ ନ କରି ଠିକାଦାରଙ୍କୁ ଦିଆଯାଇଛି ୪ କୋଟି ୮୬ ଲକ୍ଷ ଟଙ୍କା। ପୂର୍ତ୍ତ ବିଭାଗର ଏହି ବଡ଼ ଦୁର୍ନୀତିକୁ ଧରିବା ସହ ଠିକାଦାରଙ୍କୁ ଏଭଳି ଅନୁଚିତ ଅନୁଗ୍ରହ ସମ୍ପର୍କରେ ଜବାବ ମାଗିଛନ୍ତି ଏଜି। ଗତ ଜୁନ ୨ ତାରିଖରେ ସିଏଜି ପୂର୍ତ୍ତ ବିଭାଗକୁ ଦେଇଥିବା ଚିଠିରେ ଦର୍ଶାଇଛନ୍ତି, ୪୦୦ ମିଟର ଆପ୍ରୋଚ ରୋଡ ସହ ସଂପୂର୍ଣ୍ଣ ବ୍ରିଜ ନିର୍ମାଣ […]

nirav-modi
ବ୍ରିଟେନରେ ରାଜନୈତିକ ଶରଣ ନେବାକୁ ନିରବ ମୋଦିଙ୍କ ପ୍ରସ୍ତୁତି

ନୂଆଦିଲ୍ଲୀ : ବ୍ରିଟେନରେ ରାଜନୈତିକ  ଶରଣ ନେବା ପାଇଁ ପ୍ରସ୍ତୁତି ଚଳାଇଛି ପିଏନବି। ମହାଠକେଇ ଅଭିଯୁକ୍ତ ନିରବ ମୋଦି  ଭାରତ ଓ ବ୍ରିଟିଶ ଗୁଇନ୍ଦା ବିଭାଗ ପକ୍ଷରୁ ଏଭଳି ସୂଚନା ମିଳିଛି। ପଞ୍ଜାବ ନେସନାଲ ବ୍ୟାଙ୍କରୁ ୧୩ ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗତ ଫେବ୍ରୁୟାରୀରୁ ନିରବ ମୋଦି ଫେରାର ଅଛନ୍ତି। ତେବେ ସେ ଲଣ୍ଡନରେ ଥିବା ନେଇ ପୂର୍ବରୁ ଶୁଣିବାକୁ ମିଳିଥିଲା। ଏବେ ସେଠାରେ ରାଜନୈତିକ ଶରଣ ନେବା ଚେଷ୍ଟାରେ ରହିଥିବା ଜଣାପଡିଛି। […]

saluja -niranjan
ବିଧାନସଭା ପ୍ରଶ୍ନକାଳରେ ସାଲୁଜା-ନିରଞ୍ଜନ ମୁହାଁମୁହିଁ

ଭୁବନେଶ୍ୱର : ପିପିଲି ବିଧାୟକ ପ୍ରଦୀପ ମହାରଥୀ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କଳିର ଏଯାଏ ସମାଧାନ ହୋଇନାହିଁ। ବିଧାନସଭାରୁ ଆରମ୍ଭ ହୋଇଥିବା ଏହି କଳି ବାଟରେ ପଡ଼ି ହାଟରେ ଗଡ଼ୁଛି। ଆଜି ପୁଣି ବିଧାନସଭା ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁହାଁମୁହିଁ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାରେ ଜଳସେଚନକୁ ନେଇ ସାଲୁଜା ଓ ନିରଞ୍ଜନଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ଦେଖିବାକୁ ମିଳିଥିଲା। କା’ ମନ୍ତ୍ରୀ ସମ୍ବୋଧନ ସହିତ ବିଧାୟକ […]

dati
ଦାତି ମହାରାଜଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ : ସ୍ଥାନୀୟ ଫତେପୁର ସ୍ଥିତ ଶନିଧାମ ମନ୍ଦିର ସଂସ୍ଥାପକ ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ I ଦିଲ୍ଲୀ ପୁଲିସ୍‍ ଏହି ଘଟଣାରେ ସୋମବାର ଦୁଷ୍କର୍ମ ମାମଲା ରୁଜୁ କରିଛି। ଅଭିଯୋଗ ମୁତାବକ, ପ୍ରାୟ ଦୁଇ ବର୍ଷ ପୂର୍ବେ ମନ୍ଦିର ଭିତରେ ଦାତି ମହାରାଜ ତାଙ୍କର ଜଣେ ଶିଷ୍ୟାଙ୍କୁ ଦୁଷ୍କର୍ମ କରିଥିଲେ ଓ କାହାକୁ ନ କହିବା ପାଇଁ ଧମକ ଦେଇଥିଲେ I ମହିଳାଙ୍କ ଅଭିଯୋଗ ଆଧାରରେ ଦାତି ମହାରାଜଙ୍କ ବିରୋଧରେ […]

ATIBADI
ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ ଉନ୍ନତିକରଣ ନାଁରେ ଦୁର୍ନୀତି

ଭୁବନେଶ୍ୱର : ସରକାରୀ ଅର୍ଥ ଚଳୁ କରିବାର ନୂଆ ଉପାୟ। ଏଥର ମୋହରା ସାଜିଛନ୍ତି ଖୋଦ୍ ମହାପୁରୁଷ ଅତିବଡ଼ି। ପୁରୀ-ବ୍ରହ୍ମଗିରି ରାସ୍ତାରେ ଗଲେ ପଡେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ କପିଳେଶ୍ୱରପୁର। ମୁଖ୍ୟରାସ୍ତାରୁ ପୀଠକୁ ଯିବା ପାଇଁ  ପ୍ରବେଶପଥରେ ପୀଠ ସଂପର୍କରେ ସୂଚନା ପ୍ରଦାନ ଲାଗି ଏଠାରେ ନିର୍ମାଣ ହେଉଛି ଏକ ସିମେଣ୍ଟ ଗେଟ୍। ତେବେ ଇଏ ଏମିତି ସେମିତି ଗେଟ୍ ନୁହେଁ ; କାରଣ ଏହାର ନିର୍ମାଣରେ ଖର୍ଚ୍ଚ ହେବ ୪୬ ଲକ୍ଷ ୧୪ ହଜାର […]

rain
କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ପ୍ରବଳ ବର୍ଷା ସମ୍ଭାବନା। ପବନ ବହିବା ସହିତ ବଜ୍ରପାତ ବି ହେବ। ଏଥିପାଇଁ ୧୧ ଜିଲ୍ଲାକୁ ରାତି ସାଢ଼େ ୮ଟା ଯାଏଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼, ପୁରୀ, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାରେ ଝଡ଼ତୋଫାନ ସହ କୁଆପଥର ମାଡ଼ ହେବ। ଏହି ସମୟରେ ପବନର ବେଗ […]

death
ଅପମୃତ୍ୟୁ ମାମଲାରେ ଟୁଇଷ୍ଟ ; ମୃତ୍ୟୁର ୩ମାସ ପରେ ହତ୍ୟା ମାମଲା ରୁଜୁ

ପଦ୍ମପୁର (ସୌମେଶ ମହାନ୍ତି): ବରଗଡ଼ ଜିଲ୍ଲା ପଦ୍ମପୁରରେ ଘଟିଥିଲା ଏକ ରହସ୍ୟଜନକ ହତ୍ୟାକାଣ୍ଡ। ୩ ମାସ ତଳର ଏହି ଅପମୃତ୍ୟୁ ମାମଲା ଏବେ ହତ୍ୟା ମାମଲାରେ ପରିବର୍ତ୍ତିତ ହୋଇଛି। ଏହି ଅପରାଧର ରାଜନୀତିକ ପୃଷ୍ଠଭୂମି ଥିବାର ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମଦରେ ବିଷ ଦେଇ ଗୋଟିଏ ନିର୍ଦ୍ଦିଷ୍ଟ ଦଳର କର୍ମୀମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିବା ପରେ ପୁଲିସ ମୃତଦେହକୁ ମାଟିତଳୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ୨୦୧୯ ଏପ୍ରିଲ ୧୭ […]

sahara-india
ସାହାରା ଇଣ୍ଡିଆ କମ୍ପାନୀର ବ୍ରହ୍ମପୁର ଅଫିସରେ ତାଲା

ବ୍ରହ୍ମପୁର : ସାହାରା ଇଣ୍ଡିଆ କମ୍ପାନୀର ବ୍ରହ୍ମପୁର ଅଫିସରେ ତାଲା।  ଟଙ୍କା ଫେରସ୍ତ ଦାବି ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜମାକାରୀ ଓ ଏଜେଣ୍ଟ। ଉଭୟ କମ୍ପାନୀ କର୍ତ୍ତୃପକ୍ଷ ଓ ଏଜେଣ୍ଟଙ୍କୁ ଡାକି ଆଲୋଚନା କରିଛନ୍ତି ଉପଜିଲ୍ଲାପାଳ। ଦୀର୍ଘ ସମୟ ଧରି ଉଭୟ ପକ୍ଷଙ୍କ କଥା ଶୁଣିଥିଲେ  କମ୍ପାନୀ। କିଭଳି ଠିକ୍ ଭାବେ ଟଙ୍କା ଫେରାଇବ ସେନେଇ ମତାମତ ଦେଇଥିଲେ। ହେଲେ କମ୍ପାନୀର କର୍ମଚାରୀଙ୍କ ଟଙ୍କା ଦେବା ଫର୍ମୁଲା ଉପରେ ରାଜି ହୋଇ ନଥିଲେ ଏଜେଣ୍ଟ। ବିଭିନ୍ନ […]

ias
ହରିଆନାରେ ହଲ୍‌ଚଲ୍‌ : ମହିଳା ଆଇଏଏସ୍‌ଙ୍କୁ ସିନିୟରଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ 

ନୂଆଦିଲ୍ଲୀ:  ହରିଆଣା ସରକାରଙ୍କ ପଶୁପାଳନ ବିଭାଗରେ କାର୍ଯ୍ୟରତ ଜୁନିଅର ମହିଳା ଆଇଏଏସ୍‌ଙ୍କୁ ସିନିଅର ଆଇଏଏସ୍‌ଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ। ଅଭିଯୋଗ ଆସିଛି ସିନିଅର ଆଇଏଏସ୍ ତଥା ହରିଆଣା ସରକାରଙ୍କ ଆଡ଼ିସନାଲ ଚିଫ୍ ସେକ୍ରେଟାରୀ ସୁନୀଲ ଗୁଲାଟୀଙ୍କ ବିରୋଧରେ। ମହିଳା ଆଇଏଏସ୍  ଜଣଙ୍କ ରବିବାର ସକାଳେ ଏକ ଫେସବୁକ୍ ପୋଷ୍ଟରେ ତାଙ୍କୁ ଯୌନ ଶୋଷଣ ହୋଇଥିବା ନେଇ ଖୁଲାସା କରିଛନ୍ତି। ଅଫିସରେ ତାଙ୍କୁ କିପରି ବ୍ୟବହାର କରାଯାଏ ତାର ସିସିଟିଭି ଫୁଟେଜ୍ ଯାଞ୍ଚ କରିବାକୁ ସେ ଅପିଲ କରିଛନ୍ତି। […]

chhota
ଖୋଲିବ ଛୋଟାର କଳା ସାମ୍ରାଜ୍ୟର ଗୁମର

ଖୋର୍ଦ୍ଧା /ଭୁବନେଶ୍ୱର : ରିମାଣ୍ଡରେ କିଙ୍ଗପିନ୍ ଶୁଭ୍ରାଂଶୁ ପରିଡା ଓରଫ୍ ଛୋଟା। ଖୋଲିବ ଛୋଟାର କଳା ସାମ୍ରାଜ୍ୟର ଗୁମର। ବେଆଇନ କାରବାର ଏବଂ କେଉଁ ପ୍ରଭାବଶାଳୀ ବ୍ୟକ୍ତି ଓ ଖାକି ବର୍ଦ୍ଦି ସହ ଛୋଟାର ରହିଛି ଲିଙ୍କ୍‌, ତାର ଖୋଲିବ ଗୁମର। ସୁରକ୍ଷା ପ୍ରଦାନ ପାଇଁ ଛୋଟା କାହାକୁ କେତେ ପ୍ରୋଟେକ୍ସନ ମନି ଦେଉଥିଲା, ସେ ବାବଦରେ ଏସଟିଏଫ୍ ଏସପି ଓ ତଦନ୍ତକାରୀ ଅଫିସର ଘେରିବେ ଛୋଟାକୁ। ଏହାସହ ରିମାଣ୍ଡରେ ଥିବା ୩ଜଣ ଆନ୍ତଃରାଜ୍ୟ ବ୍ରାଉନସୁଗାର ବ୍ୟବସାୟୀଙ୍କ […]

binika
ବର୍ଷକର ନାତିକୁ ଆଈ ବିକ୍ରି କରିଥିବା ଅଭିଯୋଗ

ବିନିକା( ଦିଲ୍ଲୀପ ସାହୁ) :  ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଛୁଆ ବିକ୍ରୀ ଅଭିଯୋଗ। ବିଶାଲପାଲି ଗାଁରେ ବର୍ଷକର କୋମଳମତି ଶିଶୁପୁତ୍ରକୁ ଆଈ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏନେଇ ବିନିକା ଥାନାରେ ଅଭିଯୋଗ କରିଛନ୍ତି ଶିଶୁର ଜନ୍ମ କଲା ମାଆ। ସସ୍ମିତା ଅସୁସ୍ଥ ଥିବାରୁ ଘରେ ଶୋଇଥିବା ବେଳେ ଆଈ ଜୟନ୍ତୀ ଜଗଦଲା ଏବଂ ବଳାରଙ୍ଗା ଗାଁ ଦଶରଥ ସୁନା ତାଙ୍କ ପୁଅକୁ ନେଇ ରାୟଗଡ଼ାରେ ବିକ୍ରି କରିଥିବା ଶିଶୁର ମାଆ ଅଭିଯୋଗ କରିଛନ୍ତି। ଦୁଇ ମାସ […]

computer in school
ସ୍କୁଲ୍‌ରେ ପଡ଼ି ପଡ଼ି ଖତ ଖାଉଛି କମ୍ପ୍ୟୁଟର

ଭଦ୍ରକ : ବିଦ୍ୟାର୍ଥୀଙ୍କୁ ସ୍କୁଲ୍ ସ୍ତରରୁ କମ୍ପ୍ୟୁଟର୍ ଶିକ୍ଷାଦାନ ପାଇଁ ସରକାର ଯୋଜନା କରିଛନ୍ତି। ବିଦ୍ୟାଳୟକୁ କମ୍ପ୍ୟୁଟର ବି ପ୍ରଦାନ କରାଯାଇଛି। ହେଲେ ସେ ସବୁ ଛାତ୍ରଛାତ୍ରୀଙ୍କ କାମରେ ଆସୁନି। ବର୍ଷ ବର୍ଷ ଧରି ପଡ଼ି ରହି ଖତ ଖାଉଛି କମ୍ପ୍ୟୁଟର ଓ ଉପକରଣ। କେଉଁଠି ସିଲ୍ ଖୋଲିନି ତ ଆଉ କେଉଁଠି ଅନାବଶ୍ୟକ ବସ୍ତୁ ଭାବେ ପଡ଼ିରହିଛି ଏସବୁ ଉପକରଣ। ଏଭଳି ଘଟଣା ଦେଖିବାକୁ ମିଳିଛି, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନଟିଆପାଳର ମଧୁସୂଦନ ସରକାରୀ […]