• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ias
ହରିଆନାରେ ହଲ୍‌ଚଲ୍‌ : ମହିଳା ଆଇଏଏସ୍‌ଙ୍କୁ ସିନିୟରଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ 

ନୂଆଦିଲ୍ଲୀ:  ହରିଆଣା ସରକାରଙ୍କ ପଶୁପାଳନ ବିଭାଗରେ କାର୍ଯ୍ୟରତ ଜୁନିଅର ମହିଳା ଆଇଏଏସ୍‌ଙ୍କୁ ସିନିଅର ଆଇଏଏସ୍‌ଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ। ଅଭିଯୋଗ ଆସିଛି ସିନିଅର ଆଇଏଏସ୍ ତଥା ହରିଆଣା ସରକାରଙ୍କ ଆଡ଼ିସନାଲ ଚିଫ୍ ସେକ୍ରେଟାରୀ ସୁନୀଲ ଗୁଲାଟୀଙ୍କ ବିରୋଧରେ। ମହିଳା ଆଇଏଏସ୍  ଜଣଙ୍କ ରବିବାର ସକାଳେ ଏକ ଫେସବୁକ୍ ପୋଷ୍ଟରେ ତାଙ୍କୁ ଯୌନ ଶୋଷଣ ହୋଇଥିବା ନେଇ ଖୁଲାସା କରିଛନ୍ତି। ଅଫିସରେ ତାଙ୍କୁ କିପରି ବ୍ୟବହାର କରାଯାଏ ତାର ସିସିଟିଭି ଫୁଟେଜ୍ ଯାଞ୍ଚ କରିବାକୁ ସେ ଅପିଲ କରିଛନ୍ତି। […]

chhota
ଖୋଲିବ ଛୋଟାର କଳା ସାମ୍ରାଜ୍ୟର ଗୁମର

ଖୋର୍ଦ୍ଧା /ଭୁବନେଶ୍ୱର : ରିମାଣ୍ଡରେ କିଙ୍ଗପିନ୍ ଶୁଭ୍ରାଂଶୁ ପରିଡା ଓରଫ୍ ଛୋଟା। ଖୋଲିବ ଛୋଟାର କଳା ସାମ୍ରାଜ୍ୟର ଗୁମର। ବେଆଇନ କାରବାର ଏବଂ କେଉଁ ପ୍ରଭାବଶାଳୀ ବ୍ୟକ୍ତି ଓ ଖାକି ବର୍ଦ୍ଦି ସହ ଛୋଟାର ରହିଛି ଲିଙ୍କ୍‌, ତାର ଖୋଲିବ ଗୁମର। ସୁରକ୍ଷା ପ୍ରଦାନ ପାଇଁ ଛୋଟା କାହାକୁ କେତେ ପ୍ରୋଟେକ୍ସନ ମନି ଦେଉଥିଲା, ସେ ବାବଦରେ ଏସଟିଏଫ୍ ଏସପି ଓ ତଦନ୍ତକାରୀ ଅଫିସର ଘେରିବେ ଛୋଟାକୁ। ଏହାସହ ରିମାଣ୍ଡରେ ଥିବା ୩ଜଣ ଆନ୍ତଃରାଜ୍ୟ ବ୍ରାଉନସୁଗାର ବ୍ୟବସାୟୀଙ୍କ […]

binika
ବର୍ଷକର ନାତିକୁ ଆଈ ବିକ୍ରି କରିଥିବା ଅଭିଯୋଗ

ବିନିକା( ଦିଲ୍ଲୀପ ସାହୁ) :  ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଛୁଆ ବିକ୍ରୀ ଅଭିଯୋଗ। ବିଶାଲପାଲି ଗାଁରେ ବର୍ଷକର କୋମଳମତି ଶିଶୁପୁତ୍ରକୁ ଆଈ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏନେଇ ବିନିକା ଥାନାରେ ଅଭିଯୋଗ କରିଛନ୍ତି ଶିଶୁର ଜନ୍ମ କଲା ମାଆ। ସସ୍ମିତା ଅସୁସ୍ଥ ଥିବାରୁ ଘରେ ଶୋଇଥିବା ବେଳେ ଆଈ ଜୟନ୍ତୀ ଜଗଦଲା ଏବଂ ବଳାରଙ୍ଗା ଗାଁ ଦଶରଥ ସୁନା ତାଙ୍କ ପୁଅକୁ ନେଇ ରାୟଗଡ଼ାରେ ବିକ୍ରି କରିଥିବା ଶିଶୁର ମାଆ ଅଭିଯୋଗ କରିଛନ୍ତି। ଦୁଇ ମାସ […]

computer in school
ସ୍କୁଲ୍‌ରେ ପଡ଼ି ପଡ଼ି ଖତ ଖାଉଛି କମ୍ପ୍ୟୁଟର

ଭଦ୍ରକ : ବିଦ୍ୟାର୍ଥୀଙ୍କୁ ସ୍କୁଲ୍ ସ୍ତରରୁ କମ୍ପ୍ୟୁଟର୍ ଶିକ୍ଷାଦାନ ପାଇଁ ସରକାର ଯୋଜନା କରିଛନ୍ତି। ବିଦ୍ୟାଳୟକୁ କମ୍ପ୍ୟୁଟର ବି ପ୍ରଦାନ କରାଯାଇଛି। ହେଲେ ସେ ସବୁ ଛାତ୍ରଛାତ୍ରୀଙ୍କ କାମରେ ଆସୁନି। ବର୍ଷ ବର୍ଷ ଧରି ପଡ଼ି ରହି ଖତ ଖାଉଛି କମ୍ପ୍ୟୁଟର ଓ ଉପକରଣ। କେଉଁଠି ସିଲ୍ ଖୋଲିନି ତ ଆଉ କେଉଁଠି ଅନାବଶ୍ୟକ ବସ୍ତୁ ଭାବେ ପଡ଼ିରହିଛି ଏସବୁ ଉପକରଣ। ଏଭଳି ଘଟଣା ଦେଖିବାକୁ ମିଳିଛି, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନଟିଆପାଳର ମଧୁସୂଦନ ସରକାରୀ […]

school
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

କେନ୍ଦୁଝର ( ପ୍ରଣୟ ପାଣି) : ଦିନକୁ ଦିନ ନାବାଳିକାଙ୍କ ପ୍ରତି ଅସଦାଚରଣ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ନାବାଳିକାଟିଏ ଦୁଷ୍କର୍ମ ଓ ଅସଦାଚରଣର ଶିକାର ଦେଉଛି। ବିଦ୍ୟାର୍ଜନ କରିବାକୁ ଯାଉଥିବା ସ୍କୁଲ୍‌ରେ  ବି ସେ ସୁରକ୍ଷିତ ନୁହେଁ। ଏମିତି ଏକ ଖବର ଆସିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଆଶ୍ରମ ବିଦ୍ୟାଳୟରୁ। ଏହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ ହୋଇଛି। ଥାନାରେ ଏତଲା ପରେ ପୁଲିସ ଅଭିଯୁକ୍ତ ପ୍ରଧାନ […]

loot
ମାରୁତି ସୁଜୁକି ଶୋ'ରୁମ୍‌ରୁ ଲୁଟ୍

ଉଦଳା :  ମୟୂରଭଞ୍ଜ ଉଦଳା ଥାନା ମସ୍‌ଜିଦ୍‌ ଛକସ୍ଥିତ ମାରୁତି ସୁଜୁକି ଶୋ’ରୁମ୍‌ରୁ ଲୁଟ୍।  ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ଶୋ’ରୁମ୍‌ରେ ଥିବା ବାଥ୍‌ରୁମ୍‌ର ସ୍କାଏଲାଇଟ୍ ଭାଙ୍ଗି ଶୋ’ରୁମ୍‌କୁ ପ୍ରବେଶ କରିଥିଲେ। ଟେବୁଲ ଡ୍ର ଭାଙ୍ଗି ୧ ଲକ୍ଷ ୯୫ ହଜାର ଟଙ୍କା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରିନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ତଦନ୍ତ ଜାରି ରଖିଛି।

kumar swami
ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ

କର୍ଣ୍ଣାଟକ : କର୍ଣ୍ଣାଟକରେ ଏଚ୍. ଡି. କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାର ଆଜି ଆସ୍ଥା ଭୋଟ୍‌ର ସାମନା କରୁଛନ୍ତି। ଏନେଇ ଗୃହରେ ଆଲୋଚନା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ ପ୍ରସ୍ତାବ ଉପରେ ବିବୃତି ରଖି କହିଛନ୍ତି, ମେଣ୍ଟ ଭାଙ୍ଗିବ କି ସରକାର ରହିବ, ତାହା ବଡ଼ କଥା ନୁହଁ, ହେଲେ ଗଣତନ୍ତ୍ରକୁ ଧ୍ୱଂସ କରିବା ଲାଗି ହୋଇଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବା ଲାଗି ଗୃହରେ ଆଲୋଚନା ଜରୁରୀ। ତାଛଡ଼ା ତାଙ୍କର ଓ ତାଙ୍କ […]

vajpayee
ଏମ୍ସରେ ବାଜପେୟୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅସୁସ୍ଥ। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ସେ ରୁଟିନ୍‌ ଚେକ୍‌ ଅପ୍‌ ଓ ସ୍ୱାସ୍ଥ୍ୟର ଯାଞ୍ଚ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କୁହାଯାଉଛି। ଡାକ୍ତରଙ୍କ ପରାମର୍ଶକ୍ରମେ ବାଜପେୟୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଏମ୍ସର ନିର୍ଦ୍ଦେଶକ ଡ଼ଃ ରଣଦୀପ ଗୁଲେରିଆଙ୍କ ତତ୍ତ୍ୱାବଧାନରେ ରହିବେ। ବାଜପେୟୀଙ୍କୁ ବର୍ତ୍ତମାନ ୯୩ ବର୍ଷ ବୟସ। ସେ ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି। ସେ ଚଳତ୍‌ଶକ୍ତି ଶୂନ୍ୟ ପ୍ରାୟ […]

cuttack.
କଟକରେ ଅଜଣା ଜନ୍ତୁ ଆତଙ୍କ: କାହାରିକୁ ମାରିନି, କୁକୁଡ଼ାଙ୍କୁ ମାରି ଖାଉଛି

କଟକ: କଟକ ସହରରେ ଅଜଣା ଜନ୍ତୁ ଆତଙ୍କ।  କଟକ ସୂତାହାଟ ଅଞ୍ଚଳରେ ଏକ ଅଜଣା ଜନ୍ତୁ ଗତ ୩ ଦିନ ଧରି ଘୂରି ବୁଲୁଥିବା ଦେଖିବାକୁ ମିଳୁଛି। ଯଦିଓ କାହାରିକୁ ଆକ୍ରମଣ କରିନାହିଁ, କିନ୍ତୁ କିଛି କୁକୁଡାଙ୍କୁ ମାରି ଖାଇଦେଉଥିବା ଅଭିଯୋଗ ହୋଇଛି। ଗତ ଶୁକ୍ରବାର ଦିନ ଜଣଙ୍କ ଘର ଭିତରକୁ ପଶି ଆସିଥିବା ଏହି ଜନ୍ତୁକୁ ଦେଖି ଲୋକେ ଡରିଯାଇଥିଲେ। ହେଲେ ସେଠାରୁ ସେହି ଜନ୍ତୁଟି ନିକଟ ଏକ ଜଙ୍ଗଲକୁ ଖସି ପଳାଇ ଯାଇଥିଲା। ଲମ୍ବା […]

virat
ୱେଷ୍ଟଇଣ୍ଡିଜ ଗସ୍ତରେ ସବୁ ସିରିଜ୍ ଖେଳିବେ ବିରାଟ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ୱେଷ୍ଟଇଣ୍ଡିଜ୍ ଗସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ତାଙ୍କୁ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ବିଶ୍ରାମ ଦିଆଯିବ ବୋଲି କୁହାଯାଉଥିଲା। କିନ୍ତୁ ଏବେ ବିରାଟ୍ ପୂରା ଟୁର୍ ପାଇଁ ଭାରତୀୟ ଟିମ୍ ସହ ୱେଷ୍ଟଇଣ୍ଡିଜ୍ ଯିବେ। ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଶୁକ୍ରବାର ଭାରତୀୟ ଟିମର ଚୟନ କରାଯିବ। ଟିମ୍ ଇଣ୍ଡିଆ ଅଗଷ୍ଟ ୩ରୁ ଟି-୨୦ ସିରିଜ୍ ଖେଳି ୱେଷ୍ଟଇଣ୍ଡିଜ୍ ଗସ୍ତ ଆରମ୍ଭ କରିବ। ଭାରତ ଏହି […]

online admission
ଯୁକ୍ତ ୩ ପ୍ରଥମ ବର୍ଷ ନାମଲେଖା ପାଇଁ କାଲିଠୁ ଅନ୍‌ଲାଇନ୍‌ ଆବେଦନ

ଭୁବନେଶ୍ୱର: ଯୁକ୍ତ ୩ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ ଆସନ୍ତାକାଲିଠୁ ଅନ୍‌ଲାଇନ୍‌ ଯୋଗେ ଛାତ୍ରଛାତ୍ରୀ ମାନେ ୱେବସାଇଟ୍ ଜରିଆରେ ଆବେଦନ କରିପାରିବେ। ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ ଜୁନ୍ ୨୬। ଜୁଲାଇ ୩ରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଓ ଜୁଲାଇ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ପ୍ରଥମ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ  ଜୁଲାଇ ୪ରୁ ୭ ପର୍ଯ୍ୟନ୍ତ ଆଡମିଶନ୍ କରିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ […]

man beaten his mother
ଗାଁ ଦାଣ୍ଡରେ ମାଆକୁ ଘୋଷାଡ଼ି ବିଧା, ଗୋଇଠା ମାରିଲା ପୁଅ

ବାଲେଶ୍ୱର: ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରିଥିଲା ସେ ଆଜି ଗାଁ ଦାଣ୍ଡରେ ତାକୁ ଘୋଷାଡ଼ି ଘୋଷାଡ଼ି ମାରିଲା । ବିଚାରୀ ମା କଲବଲ ହୋଇ ଚିତ୍କାର କରୁଥିବା ବେଳେ ହାତ ମାଡ଼ ଅଣ୍ଟିଲାନି ଯେ ଶେଷରେ କାଠ ଫାଳିଆ ଆଣି ମା ପେଟ ଉପରେ ପକାଇ ଚଢ଼ିଗଲା ପୁଅ । ବର୍ଷ ବର୍ଷ ଅଖିଆ ଅପିଆ ରହି ଯୋଉ ପୁଅକୁ ବଳ ବୟସ ଦେଇଥିଲା ମା, ସେହି ପୁଅ ଏମିତି ଗାଁ […]

sp
ସାମ୍ବାଦିକଙ୍କ ଉପରକୁ ହାତ ଉଠାଇଲେ କେନ୍ଦ୍ରାପଡ଼ା ଏସ୍‌ପି !

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଏସ୍‌ପିଙ୍କ ଦବଙ୍ଗଗିରିର ଝଲକ ଆଜି ଦେଖିବାକୁ ମିଳିଛି। ତା’ ସହିତ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ପୁଲିସ ବଡ଼ବାବୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ଅଜେଶ ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା ବାରିମୂଳରେ ଦୁର୍ବ୍ୟବହାର ସହ ଆକ୍ରମଣ ହୋଇଛି। ପାଟକୁରା ଉପ-ନିର୍ବାଚନର ରିପୋର୍ଟିଂ ପାଇଁ ଅଜେଶ ଯାଇଥିଲେ। ସେଠାରେ କୌଣସି କାରଣରୁ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର ତାଙ୍କୁ ଦୁର୍ବ୍ୟବହାର କରିବା ସହ ହାତ ଉଠାଇଥିବା […]

AkhileshYadav
ବିଜେପିକୁ ହରାଇବା ପାଇଁ ଆମେ ବଳିଦାନ ଦେବାକୁ ପ୍ରସ୍ତୁତ: ଅଖିଳେଶ

ନୂଆଦିଲ୍ଲୀ: ସମାଜବାଦି ପାର୍ଟି ଅଧ୍ୟକ୍ଷ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟିର ମେଣ୍ଟକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ୨୦୧୯ ରେ ବିଜେପିକୁ ହରାଇବା ପାଇଁ ଆମର ଏହି ମେଣ୍ଟ ଜାରି ରହିବ।  ବିଜେପିକୁ ଗାଦିରୁ ହଟାଇବା ପାଇଁ ଆମକୁ ଯଦି ୨-୪ ସିଟ୍ ବଳିଦାନ ଦେବାକୁ ପଡ଼େ ତଥାପି ଆମେ ପଛକୁ ହଟିବୁ ନାହିଁ ବୋଲି ସେ କହିଛନ୍ତି । […]

bhadrak
କୋଦାଳରେ ସ୍ତ୍ରୀକୁ ହାଣି ଦେଲା ନୃଶଂସ ସ୍ୱାମୀ

ଭଦ୍ରକ: ପାରିବାରିକ କଳହର କରୁଣ ପରିଣତି। କୋଦାଳରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଜଗନ୍ନାଥପୁର ପଞ୍ଚାୟତର ମଙ୍ଗଳାପଦା ଗାଁରେ ଘଟିଛି। ଏହି ଘଟଣା ଘଟିବା ପରେ ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀ ଥାନାରେ ଆତ୍ମସମର୍ପଣ କରିଛି। ଏପରିକି ପାରିବାରିକ କଳହକୁ ନେଇ ସେ ତା’ର ସ୍ତ୍ରୀକୁ ହତ୍ୟା କରିଥିବା କଥା ପୋଲିସ ଆଗରେ ସ୍ୱୀକାର କରିଛି।

sarathi
ହାଇକୋର୍ଟରେ ସାରଥି ଜାମିନ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ :  ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଶେଷ ହୋଇଛି। ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। କେନ୍ଦ୍ରପଡ଼ା ବାରିମୂଳ ଆଶ୍ରମର ଅନ୍ତେବାସିନୀ ମାଆ ଓ ଝିଅଙ୍କ ପକ୍ଷରୁ ଦାୟର ମାମଲାରେ ଶୁଣାଣି ଶେଷ ହୋଇଛି। ସି ଆର ପିସିର ସଂଶୋଧିତ ଧାରା ୪୩୬ କ କୁ ଆଧାର କରି ଜାମିନ ରେ ଯିବା ପାଇଁ ସାରଥୀଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ। ସଂଶୋଧିତ ଆଇନ ଅନୁଯାୟୀ ସର୍ବାଧିକ […]

bees
ମହୁମାଛି ନେଲା ଜୀବନ: ଜଣେ ମୃତ, ୩ ଗୁରୁତର

ପାରଳାଖେମୁଣ୍ଡି: ବଣଭୋଜି ମଉଜ ବେଳେ ଅଘଟଣ। ମହୁମାଛି ଆକ୍ରମଣରେ ଜଣକର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ମାଙ୍କଡ଼ଡିଆ ଜଳ ପ୍ରପାତରେ ଏଭଳି ଅଘଟଣ ଘଟିଛି। ସୂଚନା ଅନୁସାରେ, ଗଞ୍ଜାମ କେ. ନୂଆଗାଁ ଥାନା ବୀରମେଖପୁର ଗାଁର ୭ ଜଣ ଯୁବକ ବଣଭୋଜି ଲାଗି ମାଙ୍କଡ଼ଡିଆ ଜଳପ୍ରପାତ ନିକଟକୁ ଯାଇଥିଲେ। ତେବେ ସେଠାରେ ୪ ଜଣ ଯୁବକ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଏମାନଙ୍କ ମଧ୍ୟରୁ […]