ଜୟପୁର : ଟଙ୍କା ଆଗରେ ତୁଚ୍ଛ ହେଲା ସଂପର୍କ। ଭାଇ ଭୁଲିଗଲା ଭାଇର ଭାବ ବନ୍ଧନ । ମାତ୍ର ୨୯ ହଜାର ଟଙ୍କା ପାଇଁ ନିଜ ଭାଇକୁ ବନ୍ଧା ପକାଇଲା ଭାଇ । ଆଉ ୪୮ ଘଣ୍ଟା ପରେ ଅପହରଣକାରୀଙ୍କ କବଳରୁ ଖସି ଆସିବାପରେ ସାମ୍ନାକୁ ଆସିଛି ଏହି ଘଟଣା। ସୂଚନା ମୁତାବକ ,କୋରାପୁଟ ଜିଲ୍ଲା ଦେଉଳଗୁଡ଼ାର ରମଣୀ ଅମାନତ୍ୟଙ୍କୁ ତାଙ୍କ ସଂପର୍କୀୟ ଭାଇ ୨୯ ହଜାର ଟଙ୍କା ପାଇଁ ୫ଜଣ ଯୁବକଙ୍କ ପାଖରେ ବନ୍ଧକ ରଖିଥିଲା। […]
ଲଣ୍ଡନ: ଟେଷ୍ଟ ଓ ଦିନିକିଆ ସିରିଜ ପୂର୍ବରୁ ଭାରତ-ଇଂଲଣ୍ଡ ମଧ୍ୟରେ ତିନିଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ଆଜି ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ ମାଞ୍ଚେଷ୍ଟରରେ ଖେଳାଯିବ। ଆୟର୍ଲାଣ୍ଡ ବିପକ୍ଷରେ ବିଜୟରୁ ଗସ୍ତ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆ ଇଂଲଣ୍ଡରେ ନିଜ ଦବ୍ଦବା ଜାରି ରଖିବାକୁ ଚେଷ୍ଟା କରିବ। ସେପଟେ ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଇଂଲଣ୍ଡର ମଧ୍ୟ ମନବଳ ଦୃଢ ରହିଛି। ଭାରତୀୟ ସମୟ ରାତି ୧୦ଟାରେ ଆଜିର ମୁକାବିଲା ଅନୁଷ୍ଠିତ ହେବ
ୱାଶିଂଟନ : ବିଶ୍ୱର ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ଅବୁ ବକର ଅଲ୍ ବଗ୍ଦାଦିର ମୃତ୍ୟୁ ପରେ ତାର ଉତ୍ତରାଧିକାରୀକୁ ନିପାତ କରିଛନ୍ତି ଆମେରିକା ସେନା । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ କେବେ ଏବଂ କେଉଁ ପରିସ୍ଥିତିରେ ତାଙ୍କୁ ନିହତ କରାଯାଇଛି, ସେନେଇ ଟ୍ରମ୍ପ କୌଣସି ସ୍ପଷ୍ଟ କରିନାହାଁନ୍ତି। Just confirmed that Abu Bakr al-Baghdadi’s number one replacement has been terminated by American […]
ନୂଆଦିଲ୍ଲୀ: ପୋଲିସ୍ ସଂସ୍କାର କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଆଉ ମନଇଛା ଡିଜିପି ନିଯୁକ୍ତି କରିପାରିବେନି ରାଜ୍ୟ ସରକାର। ଏଣିକି ୟୁନିୟନ ପବ୍ଲିକ ସର୍ଭିସ କମିଶନ୍ ଡିଜିପି ମନୋନୀତ କରିବେ । ଡିଜିପି ନିଯୁକ୍ତି ପାଇଁ ରାଜ୍ୟ ସରକାର, UPSCକୁ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ନା ଦେବେ। ସେହି ତାଲିକାରୁ UPSC ୩ ଜଣଙ୍କୁ ମନୋନୀତ କରିବେ। UPSC ଦେଇଥିବା ୩ ଜଣଙ୍କ ନାଁରୁ ଜଣକୁ ଡିଜିପି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେବେ। ସୁପ୍ରିମକୋର୍ଟର ମୁଖ୍ୟ […]
ଭୁବନେଶ୍ୱର : ରାଜ୍ୟରେ ବାଟବଣା ହୋଇଛି ବର୍ଷାଜଳ ଅମଳ ଓ ଭୂତଳ ଜଳସ୍ତର ବୃଦ୍ଧି ଯୋଜନା। ପ୍ରକଳ୍ପ ପାଇଁ ଥିବା ୧୦୦ କୋଟିରୁ ୫ ବର୍ଷରେ ଅଧା ବି ଖର୍ଚ୍ଚ କରିପାରିନାହାଁନ୍ତି ସରକାର। ଘରୋଇ ଭାବେ ନିଜ ଛାତରେ ପ୍ରକଳ୍ପ କରିଥିବା ଲୋକଙ୍କୁ ସବ୍ସିଡି ବି ଦେଉନାହାଁନ୍ତି। ଏମିତିକି ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଉପରେ ଆକ୍ସନ ପ୍ଲାନ ନ କରି ୪ ମାସ ହେବ ଚୁପ୍ ବସିଛନ୍ତି ରାଜ୍ୟ ସରକାର। ଫଳରେ ଅନେକ ଯୋଜନା ପରି ଏ ଯୋଜନା […]
ଗଜପତି : ଓଡ଼ିଶାରେ କୁନି ପରିବେଶ ସୁରକ୍ଷା କର୍ମୀ ଲିସିପ୍ରିୟା କଙ୍ଗୁଜମ। ଚଳିତ ବର୍ଷ ଭାରତ ଶାନ୍ତି ପୁରସ୍କାର ପାଇଛନ୍ତି ମଣିପୁରର ଏହି ଚର୍ଚ୍ଚିତ ୮ ବର୍ଷୀୟ ଝିଅ ଲିସିପ୍ରିୟା। ସେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ କୁଲଙ୍ଗ ଗାଁରେ ପାହା଼ଡ଼ ଧସି ସର୍ବସ୍ୱ ହରାଇଥିବା ବିପନ୍ନଙ୍କୁ ଭେଟିଛନ୍ତି। ବିପନ୍ନଙ୍କ ସହ କଥା ହେବା ସହ ସେ ଜଙ୍ଗଲ ସୁରକ୍ଷା ସଂପର୍କରେ ସେମାନଙ୍କୁ ବୁଝାଇଥିଲେ ଓ ଗଛ ନକାଟିବାକୁ ସଚେତନ କରିଥିଲେ। ଏଥିସହ ପାରଳାଖେମୁଣ୍ଡିରେ ଅନୁଷ୍ଠିତ ଜାତୀୟ […]
ନବରଙ୍ଗପୁର : ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଡଙ୍ଗରା ଗାଁ ପ୍ରାଥମିକ ବିଦ୍ୟାଳୟର ୧୪ ଜଣ ହଷ୍ଟେଲ ଛାତ୍ରଙ୍କୁ ଶିକ୍ଷୟତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଡ଼ ଖାଇଥିବା ଛାତ୍ରମାନେ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କୁ ଏନେଇ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଶିକ୍ଷୟିତ୍ରୀଙ୍କ ସାବୁନ ବ୍ୟବହାର କରିବା ଓ ପାଣି ବୋତଲରୁ ପାଣି ପିଇବା ପରେ ଶିକ୍ଷୟିତ୍ରୀ ଛାତ୍ରଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ତେବେ ଘଟଣାକୁ ଶିକ୍ଷୟିତ୍ରୀ […]
ବାରିପଦା: ଅାଜି ସକାଳୁ ଶିମିଳିପାଳରୁ୨ଟି ପୋଷା ହାତୀଙ୍କୁ ସାତକୋଶିଅା ଜଙ୍ଗଲକୁ ସ୍ଥାନାନ୍ତର କରାଯାଉଥିଲା I ତେବେ ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ସ୍ଥାନାନ୍ତର ହେଉଥିବା ଦୁଇଟି ପୋଷା ହାତୀକୁ ଅଟକାଇଛନ୍ତି I ଏଥିସହ ୧୮ନମ୍ବର ଜାତୀୟ ରାଜପଥର ମୁର୍ଗାବାଡି-ଗୋଲେଇ ଛକ ନିକରେ ରାସ୍ତାରୋକ କରିଛନ୍ତି I ଏଥିଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି I ପୋଷାହାତୀ ମହେନ୍ଦ୍ରର ବୟସ ୫୫ବର୍ଷ ହୋଇଥିବା ବେଳେ ଯୁବରାଜର ବୟସ ୧୫ବର୍ଷ I ଏମାନଙ୍କୁ ସାତକୋଶିଅାରେ ବାଘ ଟ୍ରାକିଂ ପାଇଁ […]
ଭୁବନେଶ୍ୱର: ଲୋକପ୍ରିୟ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ଓଡ଼ିଆ କଥାସାହିତ୍ୟର ଶ୍ରେଷ୍ଠ ପାଣ୍ଡୁଲିପି ପାଇଁ ଚଳିତ ବର୍ଷ ଟାଇମପାସ୍ ବୁକର୍ ପୁରସ୍କାର’ ପାଇଁ ଦୁଇବର୍ଷର ବିଜେତାଙ୍କ ନାମ ଘୋଷଣା ହୋଇଛି ।୨୦୧୬ ପାଇଁ ବାଦଲ ମହାନ୍ତିଙ୍କ ଉପନ୍ୟାସ ପାଣ୍ଡୁଲିପି ‘ନଟୁ’ ମନୋନୀତ ହୋଇଥିବାବେଳେ ୨୦୧୭ ମସିହା ପାଇଁ ଶକ୍ତି ମହାନ୍ତିଙ୍କ ଗଳ୍ପ ପାଣ୍ଡୁଲିପି ‘କ୍ୟାସିନୋ’ ଚୟନ ହୋଇଛି । ୪୫ ବର୍ଷ ବା ତହିଁରୁ କମ୍ ବୟସର କଥାଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଟାଇମପାସ୍ ପକ୍ଷରୁ […]
ଭୁବନେଶ୍ୱର : ଦୁର୍ଯ୍ୟୋଧନ କ’ଣ ମଲାଣି । ଦୁର୍ଯୋଧନ ପରା ଉରୁଭଙ୍ଗ ହୋଇ ମାନସରୋବରରେ ପଡ଼ିଛି। ଦୁର୍ଯ୍ୟୋଧନ ମରିବ। କୁରୁ ବଂଶ ସମୂଳେ ଧ୍ୱଂସ ହେବ। ତା’ପରେ ଶକୁନି ଶାନ୍ତି ପାଇବ ନା।… ଇଏ ହେଉଛି ସେଇ ଦୁର୍ଦ୍ଦାନ୍ତ ଯାତ୍ର ଭିଲେନ୍ ଦାମ ପଣ୍ଡାଙ୍କ ଛାତି ଥରା ଡାଏଲଗ୍। ଯାହାଙ୍କ ଭୟଙ୍କର ଚରିତ୍ରରେ ଥରହର ହୁଏ ନିଃଶବ୍ଦ ରାତିର ଯାତ୍ରା ପେଣ୍ଡାଲ୍। ଯାହାଙ୍କ ଭୟଙ୍କର ଡାଏଲଗ୍ରେ ଚମକିପଡ଼ି ଛାତିରେ ଛେପ ପକାଇଥା’ନ୍ତି ନାଟକରେ ମଜି ଯାଇଥିବା ଦର୍ଶକେ। […]
ଭୁବନେଶ୍ୱର: ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ମିଳିଲା ଜାମିନ। ନବଦିଗନ୍ତ ଚିଟ୍ଫଣ୍ଡ ଠକେଇ ମାମଲାରେ ୨୦୧୪ରୁ ଜେଲ୍ରେ ଥିବା ରାମଚନ୍ଦ୍ର ହାଁସଦାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ। ଏନେଇ ହାଁସଦାଙ୍କ ଓକିଲ ଅଭିଜିତ ପଟ୍ଟନାୟକ ସୂଚନା ଦେଇଛନ୍ତି। ନବଦିଗନ୍ତ ଚିଟ୍ଫଣ୍ଡ ଠକେଇ ମାମଲାରେ ତାଙ୍କୁ ସିବିଆଇ ଗିରଫ କରିଥିଲେ। ବିଜେଡ଼ି ଟିକେଟରେ ସେ ମୟୂରଭଞ୍ଜରୁ ଜିତିଥିଲେ। ତେବେ ଗିରଫ ପରେ ତାଙ୍କୁ ବିଜେଡ଼ିରୁ ନିଲମ୍ବିତ କରାଯାଇଥିଲା।
ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ହେଉ ଅଡିଟ୍ । ଏହି ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାର ଖୋଲିବା ସହ ସମସ୍ତ ଅଳଙ୍କାରର ତାଲିକାକୁ ସାର୍ବଜନୀନ କରିବାକୁ ଚିଠିରେ ସେ ଉଲ୍ଲେଖ କରିଛନ୍ତି। ମହାପ୍ରଭୁଙ୍କ ସମସ୍ତ ଅଳଙ୍କାରର ସଠିକ ଅଡିଟ୍ ସହ ୧୯୭୮ରେ ପ୍ରସ୍ତୁତ ତାଲିକା ଅନୁସାରେ ଅଳଙ୍କାର ମେଳ କରାଯାଉ ବୋଲି ବି ଦାବି କରିଛନ୍ତି। ଏହା […]
ସୋର: ବାହାଘର ଭୋଜିକୁ ନେଇ ବରପକ୍ଷ ଓ କନ୍ୟାପକ୍ଷ ମଧ୍ୟରେ ସଂଘର୍ଷ I ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନୂଆଗାଁ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀଙ୍କ ପାଇଁ ଖାଦ୍ୟ ସରିଯିବାରୁ କନ୍ୟାପକ୍ଷଙ୍କୁ ମାଡ଼ ମାରିଥିଲେ ବର ପକ୍ଷ I ଏଥିରେ ଉଭୟ ବରଯାତ୍ରୀ ଓ କନ୍ୟାପକ୍ଷର ୭ ଜଣ ଅାହତ ହୋଇଛନ୍ତି I ପ୍ରାୟ ୧୦୦ ଜଣ ବରଯାତ୍ରୀ ଅାସିଥିବା ବେଳେ କନ୍ୟା ପକ୍ଷ ଖାଇବା ପାଇଁ ସମସ୍ତ ବନ୍ଦୋବସ୍ତ କରିଥିଲେ I […]
ଭୁବନେଶ୍ୱର: ଅଭିନେତା ଶ୍ରୀତମ ଦାସଙ୍କୁ ଜେରା। ଭୁବନେଶ୍ୱର ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଅଭିନେତା ଶ୍ରୀତମ ଦାସଙ୍କୁ ଜେରା କରାଯାଉଥିବା ସୂଚନା ମିଳିଛି। ଷ୍ଟାର କନ୍ସଲ୍ଟାନ୍ସି ମୁଖ୍ୟ ତ୍ରିବେଣୀ ମହାନ୍ତି ଲିଙ୍କରେ ତାଙ୍କୁ ଜେରା ଚାଲିଛି। ସୂଚନା ଅନୁସାରେ, ଓଡ଼ିଆ ଫିଲ୍ମ ‘ତୁ ଥା ମୁଁ ଯାଉଛି ରୁଷି’ ରେ ଲାଗିଥିବା ଚିଟ୍ଫଣ୍ଡ ଟଙ୍କାକୁ ନେଇ ଜେରା ଚାଲିଥିବା ସୂଚନା ମିଳିଛି।
ନୟାଗଡ଼ : ନୟାଗଡ଼ରେ ୬ ବର୍ଷୀୟା ଝିଅ ରିଙ୍କିର ଚିକିତ୍ସାରେ ତ୍ରୁଟିରୁ ଆଖି ନଷ୍ଟ ଘଟଣାରେ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ। କ୍ଷତିପୂରଣ ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ରିଙ୍କିର ବାପା। ଘଟଣାକୁ ନେଇ ନୟାଗଡ଼ ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ବାପା। ଆବଶ୍ୟକ କ୍ଷତିପୂରଣ ସହ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । ଏପଟେ ଡାକ୍ତରଙ୍କ ଅବହେଳା ଅଭିଯୋଗ ହେବାର ମାସେ […]
ଭୁବନେଶ୍ୱର: ଯୁକ୍ତ ତିନି ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ପ୍ରକାଶ ପାଇଛି। ନାମଲେଖା ପାଇଁ ୧ ଲକ୍ଷ ୮୮ ହଜାର ୯୬୦ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। କଳାରେ ୧ ଲକ୍ଷ ୧୪ ହଜାର ୩୩୧, ବାଣିଜ୍ୟରେ ୧୯ ହଜାର ୭୫୩, ଫିଜିକାଲ୍ ସାଇନ୍ସରେ ୨୯ହଜାର୧୩୧ ଓ ବାୟୋଲୋଜିକାଲ ସାଇନ୍ସରେ ୨୦,୩୪୬ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ପ୍ରଥମ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଜୁଲାଇ ୪ରୁ ୭ ଯାଏ ଆଡମିଶନ୍ କରିବେ।
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା) : ଯାହାର ହାତ ଧରି ଶ୍ୱଶୁର ଘର ଆସିଥିଲେ ସିଏ ସାଜିଲା ହତ୍ୟାକାରୀ! ସାମାନ୍ୟ କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ। ଆଉ ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ଚଣ୍ଡାଳ ରୂପ ଧାରଣ କରିଥିଲା। ରାତିର ଅନ୍ଧକାର ଭିତରେ ଅତିନିର୍ମମ ଭାବେ ସ୍ତ୍ରୀକୁ ହତ୍ୟାକରି ପେଟ୍ରୋଲ ଢ଼ାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଜଗତସିଂହପୁର ସଦର ଥାନା ଅଞ୍ଚଳରୁ ଆସିଛି। ସାନତିହଡା ଗାଁର ରୁଦ୍ର ପ୍ରସନ୍ନ ରାଉତ ଓ […]
ନୂଆଦିଲ୍ଲୀ: ସଂଖ୍ୟା ଗରିଷ୍ଠତା ନଥାଇ ବି ହରିଆଣାରେ ସରକାର ଗଠନ କରିବ ବିଜେପି। ଜେଜେପି ବିଜେପି ସହ ମେଣ୍ଟ କରିବାକୁ ରାଜି ହେବା ପରେ ହରିଆଣା ରାଜନୀତିକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆଜି ବିଜେପି ଅଧ୍ୟକ୍ଷ ଏବଂ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ମିଳିତ ଭାବେ ଏନେଇ ଘୋଷଣା କରିଛନ୍ତି। ଏଥିସହ କ୍ରମାଗତ ଦ୍ୱିତୀୟଥର ପାଇଁ ବିଜେପିର ବରିଷ୍ଠ ନେତା ମନହୋର ଲାଲ ଖଟ୍ଟର ହରିଆଣା ମୁଖ୍ୟମନ୍ତ୍ରୀ ହେବା ମଧ୍ୟ ନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ […]
ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କର ପ୍ରଧାନମନ୍ତ୍ରୀ ପରିଚୟ ପ୍ରଦାନ କରିବାବେଳେ କଂଗ୍ରେସ ପକ୍ଷରୁ ପ୍ରତିବାଦ ହୋଇଥିଲା । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆପତ୍ତି ଉଠାଇଥିଲେ ।