• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

bank
ଗ୍ରାହକଙ୍କ ବିଶ୍ୱାସରେ ବିଷ ! ୧୨ ଜଣଙ୍କ ଆକାଉଣ୍ଟରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଗାଏବ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ) : ଗ୍ରାହକଙ୍କ ବିଶ୍ୱାସରେ ବିଷ। ରକ୍ଷକ ହୋଇ ଭକ୍ଷକ ସାଜିଲା ଖୋଦ ବ୍ୟାଙ୍କ୍।  ବଲାଙ୍ଗିର ଟାଉନରେ ଥିବା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଅନୁସାରେ ଏହି ବ୍ୟାଙ୍କର ପ୍ରାୟ ୧୨ ଜଣ ଜମାକାରୀଙ୍କ ଆକାଉଣ୍ଟରୁ ଗାଏବ ହୋଇଛି ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା। ତାଲପାଲିପଡ଼ାର ଗୌରଚନ୍ଦ୍ର ପୃଷ୍ଟି ଉକ୍ତ ବ୍ୟାଙ୍କରେ ୧ ଲକ୍ଷ ୭୨ ହଜାର ଟଙ୍କା ରଖିଥିଲେ। ଗତ ୪ ତାରିଖରେ […]

nag
ରାଜଧାନୀ ଉପକଣ୍ଠରେ ‘ନଗଡ଼ା’ ; ଅପପୁଷ୍ଟିରେ ଶହ ଶହ ଶିଶୁ

ଭୁବନେଶ୍ୱର : ଅପପୁଷ୍ଟିର କଥା ମନେପଡ଼ିଲେ ମନକୁ ଆସେ ‘ନଗଡ଼ା’। ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାର ଏହି ଗାଁରେ ଅପପୁଷ୍ଟି ନେଇଛି ୧୯ରୁ ଅଧିକ ଶିଶୁଙ୍କ ଜୀବନ। ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥିଲା ନଗଡ଼ା। ପରେ ବଡ଼ବଡ଼ ବାବୁମାନେ ନଗଡ଼ା ଯାଇଥିଲେ। ସ୍ଥିତି ଅନୁଧ୍ୟାନ ପରେ ସରକାର ଯୋଜନା ପ୍ରସ୍ତୁତି କରିଥିଲେ। ଯେଉଁଠି କି ଦିନେ ଯାତାୟତର ସୁବିଧା ନଥିଲା। ସେହି ଗାଁକୁ ରାସ୍ତା […]

murumu
ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ

ଜମ୍ମୁ – କାଶ୍ମୀର : ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଜମ୍ମୁ ଓ କାଶ୍ମୀରର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର। ଜମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଏଠାକାର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତ ମିଳିଛି। ସେପଟେ ପୂର୍ବରୁ ରାଜ୍ୟର ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ହୋଇଥିବା ରାଷ୍ଟ୍ରପତି […]

monsoon
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି; ଜାଣନ୍ତୁ କେବେଠୁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ପୁଣି ଲେଉଟିବ ବର୍ଷା। ୫ ତାରିଖ ଅର୍ଥାତ୍ ଗୁରୁବାରଠୁ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ରହୁଛି। ଏହାର ପ୍ରଭାବରେ ୫ ତାରିଖଠାରୁ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷିବ ୬ ତାରିଖଠୁ ବର୍ଷା ପରିମାଣ ବଢିବ। ତେବେ ଓଡ଼ିଶାର ଅଧାରୁ ଅଧିକ ଅଞ୍ଚଳରେ ପ୍ରବଳରୁ ଅତି […]

iocl pipeline leak
IOCL ପାଇପ୍ ଲାଇନରେ ଫାଟ: ବୋହିନେଲେ ତେଲ

ରାଉରକେଲା: ରାଉରକେଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମା ବାହାଲ ନିକଟରେ IOCL ପାଇପ୍ ଲାଇନରେ ଫାଟ ଦେଖିବାକୁ ମିଳିଥିଲା। ଫଳରେ ଉକ୍ତ ଅଞ୍ଚଳରେ ପ୍ରବଳ ମାତ୍ରାରେ ତେଲ ଲିକ୍ ହୋଇଥିଲା। ତେବେ ତେଲ ନେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଲାଗିଥିଲା। ଏମିତିକି ଲୋକେ ଛୋଟ ବାସନ ଠାରୁ ଆରମ୍ଭ କରି ବଡ ଡ୍ରମ ପର୍ଯ୍ୟନ୍ତ ଯିଏ ଯେମିତି ପାରିଲେ ସେମିତି ତେଲ ବୋହି ନେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି। […]

death
ଏମିତି ବି ଆସେ ମୃତ୍ୟୁ ; ଲୁଗା ଶୁଖାଇବା ବେଳେ ବିଜୁଳି ନେଲା ଜୀବନ

ସାଲେପୁର /ଜଗତସିଂପୁର  : ମୃତ୍ୟୁ ଯେକୌଣସି ବ୍ୟକ୍ତିଙ୍କୁ ବି କୋଳେଇ ନେଇପାରେ, ଯେକୌଣସି ମୂହୁର୍ତ୍ତରେ ବି ଟାଣି ନେଇପାରେ ଅଫେରାବାଟକୁ। ଯାହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ । କିଏ କିଛି ବୁଝିବା ଆଗରୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଦେଖୁ ଦେଖୁ ତିନି ତିନିଟି ଜୀବନ ଚାଲିଗଲା ଦାଣ୍ଡ ଦୁଆରେ।  ହୁଏତ କେଇ ଘଣ୍ଟା ପୂର୍ବରୁ ସବୁଦିନ ଭଳି ସଭିଏଁ ଚଳଚଞ୍ଚଳ ଥିଲେ ଘରର କାମଧନ୍ଧାରେ। କିନ୍ତୁ ଗୋଟିଏ ମୁହୁର୍ତ୍ତରେ ବଦଳିଗଲା […]

puri
ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଆଜି ଫୁଲୁରୀ ତେଲ ଲାଗି

ପୁରୀ: ଜ୍ୱରରେ ପୀଡ଼ିତ ମହାପ୍ରଭୁ। ରତ୍ନ ସିଂହାସନ ଛାଡି ଅଣସର ଘରେ ଚତୁର୍ଦ୍ଧାମୂରତି। ଜ୍ୱର ଉପଶମ ପାଇଁ ମହାପ୍ରଭୁଙ୍କର ଚାଲିଛି ଗୁପ୍ତ ସେବା। ଅନବସରର ଆଜି ପଞ୍ଚମ ଦିନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ମାଲିସ କରାଯିବ। ଏହାପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ଅନୁଭବ କରିବେ। ଏହି ଫୁଲୁରୀ ତେଲକୁ ପରମ୍ପରା ମୁତାବକ ବଡ଼ ଓଡ଼ିଆ ମଠରେ ପ୍ରସ୍ତୁତି କରାଯାଇଥାଏ। ମଠର ମଠାଧୀଶ ଶ୍ରୀମନ୍ଦିରରେ ପ୍ରଦାନ କରିବା ପରେ ପତି ମହାପାତ୍ର ସଂସ୍କାର କରିଥାନ୍ତି। ଏହାପରେ ମାଲିସ […]

mo sarkar
ଷ୍ଟଣ୍ଟ୍‌ ଶୋ’ ପାଲଟିଛି ‘ମୋ ସରକାର’: ପଙ୍କଜ

ଭୁବନେଶ୍ୱର : ଷ୍ଟଣ୍ଟ୍‌ ଶୋ’ ପାଲଟିଛି ‘ମୋ ସରକାର’। ଓଟିଭିର ‘ଖୋଲାକଥା’ରେ ନିଜ ନିଲମ୍ବନ ପଛର ସତ ପଦାକୁ ଆଣି ଏହା କହିଛନ୍ତି ସୁନ୍ଦରଗଡ଼ର ପୂର୍ବତନ ଭାରପ୍ରାପ୍ତ ସିଡିଏମ୍ଓ ଡାକ୍ତର ପଙ୍କଜ ପଟେଲ୍। ଗତକାଲି ସେ ‘ଖୋଲାକଥା’ରେ ଅଭିଯୋଗ କରିଥିଲେ ଯେ ତାଙ୍କ ବିରୋଧରେ ଅନ୍ଧାଧୁନିଆ ଆକ୍ସନ୍ ନିଆଯାଇଛି। ବାସ୍ତବତାକୁ ନବୁଝି କେବଳ ରୋଗୀଙ୍କ ସଂପର୍କୀୟଙ୍କୁ ଭାତ ଦିଆଗଲାନି ବୋଲି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ମେଡିକାଲ୍‌ରେ ଡାକ୍ତର ଓ ନର୍ସଙ୍କ ଘୋର ଅଭାବ ରହିଛି। ତାହାକୁ […]

balasore
ଚାକିରୀ ନାଁରେ ଠକେଇ

କଟକ: ଚାକିରୀ ନାଁରେ ଠକେଇ। ବାଲେଶ୍ୱର ସ୍ଥିତ ଚାନ୍ଦିପୁରରେ ଥିବା DRDO ଆର୍ମିରେ ଚାକିରି କରାଇ ଦେବାକୁ କହି ସାଢ଼େ ୪କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ତିରିଗିଆ ପୋଲିସ୍। ଗ୍ୟାଙ୍ଗର ମୁଖ୍ୟ ସହଯୋଗୀ ବୋଧିଶ୍ୱତ ପରିଡ଼ାକୁ ପୋଲିସ୍‌ ଗିରଫ କରିଛି। ବୋଧିଶ୍ୱତଙ୍କ ନିକଟରୁ ନକଲି ନିଯୁକ୍ତିପତ୍ର ସହ ନକଲି ID କାର୍ଡ ମଧ୍ୟ ଜବତ ହୋଇଛି। ତେବେ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍ଥାନୀୟ ବିଜେଡ଼ିର ଜଣେ ସଂଗଠକ ଅଭୟ […]

rain in odisha
କମିଛି ବର୍ଷା ; ଛାଡ଼ି ଯାଇଛି ଅସରନ୍ତି ଦୁଃଖ ,ଦୁର୍ଦ୍ଦଶା

ଭୁବନେଶ୍ୱର :  ଦୁଇ ଦିନର ଲଗାଣ ବର୍ଷା ଯେ କେବଳ ଅସରନ୍ତି ଦୁର୍ଦ୍ଦଶା ଦେଇଛି ତା ନୁହେଁ ଅକାଳରେ ବି ନେଇଛି ଅନେକଙ୍କ ଜୀବନ। କେନ୍ଦ୍ରାପଡ଼ା ଗଣେଶ୍ୱରପୁରରେ କାନ୍ଥ ଭୁଶୁଡ଼ି ପ୍ରାଣ ହରାଇଛନ୍ତି ନୂଆସାହିର କୈଳାଶ ସାମଲ। ତାଙ୍କ ପତ୍ନୀ ବି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘରେ ଶୋଇଥିବାବେଳେ ଉଭୟଙ୍କ ଉପରେ ପଡିଯାଇଥିଲା ବତୁରା କାନ୍ଥ ସାଙ୍ଗକୁ ଚାଳ। ଠିକ୍ ସେମିତି ଜଳେଶ୍ୱରରେ ବି ଘଟିଛି ଅଘଟଣ। ରାଇବଣିଆ ଥାନା ଭଦୁଆ ଗାଁରେ ହଠାତ୍ […]

vlcsnap-error873
ପାଣିର ଜବାବ୍ ପାଣି

ଭୁବନେଶ୍ୱର: ପ୍ରତିବାଦର ନୂଆ ତରିକା। ଟ୍ୟାଙ୍କର ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଏନ୍ଏଚ୍ଏଆଇ କାର୍ଯ୍ୟାଳୟରେ ପାଣି ଢାଳିଛନ୍ତି କଂଗ୍ରେସ କର୍ମୀ। ମୌସୁମୀ ଋତୁ ଆରମ୍ଭରୁ ରାଜଧାନୀ ଇସ୍କନ ମନ୍ଦିର ସମେତ ବହୁ ଅଞ୍ଚଳ ଜଳମଗ୍ନ ହେବାକୁ ନେଇ ଭୁବନେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ଏଭଳି ଅଭିନବ ଢଙ୍ଗରେ କରାଯାଇଛି ପ୍ରତିବାଦ।  ଏହି ସମୟରେ ଅଫିସ୍‌ରେ ଉପସ୍ଥିତ ଏନ୍ଏଚ୍ଏଆଇ ଅଧିକାରୀ ମଧ୍ୟ ବର୍ତ୍ତି ନଥିଲେ। ତାସହିତ କେବେ ସୁଦ୍ଧା ଜଳ ନିଷ୍କାସର ସମସ୍ୟାର ସମାଧାନ ହେବ, ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କୁ […]

lokanath temple
ଜଳବନ୍ଦୀ ଶ୍ରୀଲୋକନାଥ ମନ୍ଦିର

ପୁରୀ : ଜଳବନ୍ଦୀ ଅବସ୍ଥାରେ ଶ୍ରୀକ୍ଷେତ୍ର ଭଣ୍ଡାର ରକ୍ଷକ ଶ୍ରୀଲୋକନାଥଙ୍କ ମନ୍ଦିର। ମନ୍ଦିରର ଗମ୍ଭୀରା ଠାରୁ ଦେବୀ ପାର୍ବତୀ, ଶ୍ରୀଗଣେଶ, କାର୍ତ୍ତିକଙ୍କ ମନ୍ଦିରରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ପ୍ରବେଶ ପଥ ଓ ଅଗଣାରେ ପାଣି ଜମିରହିଥିବାରୁ ଭକ୍ତ ମାନେ ପଛପାଖ ଦେଇ ମନ୍ଦିର ଭିତରକୁ ଯାଉଥିଲେ ମଧ୍ୟ ସଠିକ୍‌ ଭାବେ ଦର୍ଶନ ପାଇବାରୁ ବଞ୍ଚିତ ହେଉଛନ୍ତି । ଅନ୍ୟପଟେ ପ୍ରତିବର୍ଷ ବର୍ଷା ଦିନେ ଏଇଭଳି ଦିନ ଦିନ ଧରି ପାଣି ଜମି ରହୁଥିବାରୁ  ମନ୍ଦିରର ସ୍ଥିତି […]

biometric
ଏଣିକି ସ୍କୁଲରେ ଅନ୍‌ଲାଇନ୍‌ରେ ଉପସ୍ଥାନ

ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଲାଗୁହେବ ଅନ୍‌ଲାଇନ୍‌ରେ ଉପସ୍ଥାନ ବ୍ୟବସ୍ଥା। ପ୍ରଥମେ ଗୋଟିଏ ଜିଲ୍ଲାର ଗୋଟିଏ ସ୍କୁଲରେ ପାଇଲଟ୍‌ ପ୍ରକଳ୍ପ ଭାବେ ଏହି ବ୍ୟବସ୍ଥା ଲାଗୁ ହେବ। ଏହା ମାଧ୍ୟମରେ ସ୍କୁଲରେ କେଉଁ ଶିକ୍ଷକ ଓ କେତେ ପିଲା ଉପସ୍ଥିତ ଅଛନ୍ତି, ତାହା ସହଜରେ ଜାଣିହେବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ଛାତ୍ରଛାତ୍ରୀଙ୍କ ଉନ୍ନତ ପ୍ରଣାଳୀରେ ଶିକ୍ଷା ଦେବା ପାଇଁ […]

vlcsnap-error049
କାହା ଚାପରେ ପକ୍ଷପାତିତା

ଭୁବନେଶ୍ୱର: କାଚ ପରି ପୂରା ସଫା ସବୁ ଘଟଣା। ଆକ୍ରମଣକାରୀ କିଏ, କାହାକୁ ହୋଇଛି ଆକ୍ରମଣ। ପୋଲିସ୍‌ର ଆଖି ସାମ୍ନାରେ ଆତଙ୍କରାଜ ଚଳାଇଲେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କଲେ କିଟ୍‌ର ଭଡ଼ାଟିଆ ଗୁଣ୍ଡା ଓ ସୁରକ୍ଷାକର୍ମୀ। ଆକ୍ରମଣର ଶିକାର ଓଟିଭି ପ୍ରତିନିଧି ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ହେଲା। ହେଲେ ଆକ୍ରମଣର ୭୨ ଘଣ୍ଟା ପରେ ବି ଆକ୍ରମଣକାରୀଙ୍କୁ ସବୁ ମାଫ୍। ଓଲଟି ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କିଟ୍ କର୍ତ୍ତୃପକ୍ଷଙ୍କ ମିଥ୍ୟା […]

amit-shah_
ଶାହାଙ୍କ ମାରାଥନ ମନ୍ତ୍ରଣା, କବାଟ କିଳା ଆଲୋଚନା

ଭୁବନେଶ୍ୱର: ମାରାଥନ ମନ୍ତ୍ରଣା, କବାଟ କିଳା ଆଲୋଚନା, ଓ୍ୱାର୍ମ ଅପ କଲେ ଯୋଶ୍‌ ବି ଭରିଲେ। ସଂଗଠନ ପାଇଁ ୯ ଘଣ୍ଟା ଧରି ନିରନ୍ତର ମାନସ  ମନ୍ଥନ ପରେ ଦେଲେ ହେଭି ଟାସ୍କ। ପଞ୍ଚାୟତ ପ୍ରମୁଖରୁ ଆରମ୍ଭ କରି ବିସ୍ତାରକ ଓ କୋର ଟିମର ସଦସ୍ୟଙ୍କୁ ଅମିତ ଶାହା ଦେଇଛନ୍ତି ୩୦ ଟି ଟାସ୍କ। ଯେଉଁଥିରେ ପ୍ରମୁଖ ୧୦ଟି ଟାସ୍କ ହେଉଛି…. ୧-ବୁଥରେ ବିଜେପିର ନୂଆ ସଦସ୍ୟ କରିବା ଓ ପୁରଣା ସଦସ୍ୟଙ୍କ ସଂପର୍କ ସ୍ଥାପନ କରିବା […]

wall collapse
ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ିଲା, ମହିଳା ଗୁରୁତର

କେନ୍ଦୁଝର : ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମହିଳା ଗୁରୁତର। କେନ୍ଦୁଝର ଜିଲ୍ଲା ଘଷିପୁରା ବସନ୍ତପୁରା ଗାଁରେ ଗତକାଲି ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ କୋଠରୀର କାନ୍ଥ ଭୁଶୁଡି ପଡିଥିଲା। ଫଳରେ ଆହତ ହୋଇଥିବା ମଇନା ହାଁସଦାଙ୍କ ଉପରେ ମାଟିକାନ୍ଥ ଖସିପଡିଥିଲା। ପାଖରେ ଶୋଇଥିବା ୨ ପୁଅ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେପଟେ ଗଞ୍ଜାମ ଜିଲ୍ଲା ପାତ୍ରପୁର ଜେନାସାହିରେ କାନ୍ଥ ଭୁଶୁଡ଼ି […]

ନବୀନ ନନ୍ଦ
ନବୀନ ନନ୍ଦ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର: ବିଜେଡିରୁ ନିଲମ୍ବନ ହେଲେ ପୂର୍ବତନ ବିଧାୟକ ନବୀନ ନନ୍ଦ। ନବୀନଙ୍କ ନିନ୍ଦନୀୟ ଆଚରଣ ସଂପର୍କିତ ତଥ୍ୟ ଆଧାରରେ ତାଙ୍କୁ ନିଲମ୍ବନ କରଯାଇଛି। ଯାହାକି ନବୀନ ନନ୍ଦ ନିଖୋଜ ଘଟଣାରେ ଟୁଇଷ୍ଟ ଦଖାଦେଇଛି। କୋଲକାତା ଯାଇଥିବା ନବୀନ ନିଖୋଜ ନଥିଲେ ବରଂ ପୋଲିସ୍ ଦ୍ୱାରା ଗିରଫ ହୋଇ ବେଲ୍‌ରେ ମୁକୁଳିଥିବା ସ୍ପଷ୍ଟ ହୋଇଛି। କୋଲକାତାର ପାର୍କ ଷ୍ଟ୍ରିଟ୍‌ରେ ଏକ ସ୍ପାରେ ଅନୈତିକ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗରେ ବେନିୟାପୁକୁର ପୋଲିସ ଶନିବାର ଚଢାଉ କରିଥିଲା। ରେଡ୍ ସମୟରେ ସେଠାରେ […]