• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

jaga
ଜଗାର ହେବ ଖପୁରି ପ୍ରତ୍ୟାରୋପଣ

କଟକ : ଜଗାର ହେବ ଖପୁରି ପ୍ରତ୍ୟାରୋପଣ। SCBରେ ଜଗା କାଳିଆଙ୍କୁ ଭେଟି ଏହି ସୂଚନା ଦେଇଛନ୍ତି ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା। ଜଗାର ଅବସ୍ଥା ଭଲ ଅଛି, ମାତ୍ର ସ୍କୁଲ ଯାଇପାରିବ ନାହିଁ। ମୁଣ୍ଡରେ ଖପୁରି ନଥିବାରୁ ସ୍କୁଲ ଯାଇ ପାରିବ ନାହିଁ ଜଗା। ଖପୁରି ଟ୍ରାନ୍ସପ୍ଲାଣ୍ଟ ପରେ ହିଁ ସ୍କୁଲ ଯିବା ସମ୍ଭବ ବୋଲି ସେ କହିଛନ୍ତି। ସେପଟେ କାଳିଆର ଅବସ୍ଥା ଭଲ ନାହିଁ। ଦିଲ୍ଲୀରୁ ହିଁ କାଳିଆର ଅବସ୍ଥା ଭଲ ନଥିବା ସେ […]

student
କେନାଲରେ ବୁଡି ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ !

ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ନିକଟସ୍ଥ କେନାଲରେ ବୁଡ଼ି ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ। ମୃତକ ହେଲେ ମଧୁସୁଦନପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ର ରାଜା। ଘଟଣା ଅନୁଯାୟୀ, ସାଙ୍ଗସାଥୀଙ୍କ ସହ କେନାଲରେ ଗାଧୋଉଥିବା ସମୟରେ ରାଜାଙ୍କ ଗୋଡ଼ ଖସି ଯାଇଥିଲା। ତାଙ୍କୁ ଉଦ୍ଧାର କରିବାକୁ ଅନ୍ୟ ପିଲାମାନେ ଚେଷ୍ଟା କରି ଏଥିରେ ବିଫଳ ହେବା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ […]

fine
ବାଇକ୍‌ ଚାଳକକୁ ୨୨୫୦୦ ଟଙ୍କା ଜୋରିମାନା

କଣ୍ଟାବାଞ୍ଜି (ସୁରଦାସ ବାଗ): ବାଇକ୍‌କୁ ୨୨୫୦୦ ଟଙ୍କା ଜୋରିମାନା ହୋଇଛି। ଏପରି ସୂଚନା ଆସିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରୁ। ୫ଟି ନିୟମ ଉଲ୍ଲଂଘନ କରିଥିବାରୁ ବାଇକ୍‌ ଚାଳକକୁ ଏହି ଜୋରିମାନା ହୋଇଛି। ଅନ୍ୟପକ୍ଷରେ ମଦ୍ୟପାନକୁ ବାଇକ୍‌ ଚାଳକ ଖଣ୍ଡନ କରିଛନ୍ତି। ବେଲ୍‌ପଡ଼ା ଗାଁର ସୁଶାନ୍ତ କୁମାର ମେହେର ଆଜି କଣ୍ଟାବାଞ୍ଜିରୁ ଘରକୁ ଫେରୁଥିଲେ। କୁର୍ଲି ଛକରେ ପରିବହନ କର୍ମଚାରୀମାନେ ତାଙ୍କ ବାଇକ୍‌କୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ମାତ୍ର ସେ ପରିବହନ କର୍ମଚାରୀଙ୍କୁ ଦୁର୍ବ୍ୟବହାର […]

death
ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯବାନ ମୃତ, ଜଣେ ଆହତ

ମାଲକାନଗିରି( ଜିତେନ୍ଦ୍ର ବେଉରା) : ବିଦ୍ୟୁତ୍‌ ତାର ଲାଗି ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ମୃତ ଯବାନଙ୍କ ନାଁ ରାହୁଲ କୁମାର ବେହେରା। ଆହତ ହୋଇଥିବା ଯବାନ ହେଲେ ଗଙ୍ଗା ଶବର। ମାଲକାନଗିରି ଜିଲ୍ଲା ମାଥିଲିରେ ଥିବା ଆଇଆରବି କ୍ୟାମ୍ପରେ ଲାଇଟ୍ ସଜାଡ଼ିବାବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସକାଳେ କ୍ୟାମ୍ପ ପାଖରେ ଥିବା ଏକ ଗଛରେ ଲାଇଟ୍ ଲଗାଇବାବେଳେ ରାହୁଲ ୧୧କେଭି ତାରରେ ଲାଗି ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ […]

sruggle for food
କଅଁଳ ବୟସରେ ପରିବାରର ବୋଝ

କେନ୍ଦୁଝର : କଅଁଳ ବୟସରେ ପେଟ ଚିନ୍ତା। ଯେଉଁ ବୟସରେ ବହି ବସ୍ତାନି ଧରିବା କଥା, ସେହି ବୟସରେ ପରିବାରର ବୋଝ। ଏହା ହେଉଛି, କେନ୍ଦୁଝର ସଦର ବ୍ଲକ ରାମଚନ୍ଦ୍ରପୁର ମୁଣ୍ଡାସାହିର ଗୁରୁବାରୀ ମୁଣ୍ଡାଙ୍କ କଥା। ଗୁରୁବାରିଙ୍କ ବୟସ ୧୨ ବର୍ଷ, ହେଲେ ଏହି ବୟସରେ ସେ ଓ ତାଙ୍କ ୫ ଭାଇ-ଭଉଣୀ ଦିଓଳା ଖାଇବା ସଂଗ୍ରହ କରୁଛନ୍ତି। ୨ ବର୍ଷ ତଳେ ମା’ ମୁକ୍ତାମଣି ମୁଣ୍ଡାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ବାପା ଚୈତନ୍ୟ ଦ୍ୱିତୀୟ ବିବାହ […]

brown sugar
୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ; ୩ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଲୁଣିଆଯୋଡ଼ି ବ୍ରିଜ୍ ମୁକେଶ୍ୱରଦ୍ୱାର ନିକଟରୁ ଗତକାଲି ସହଦେବଖୁଣ୍ଟା ପୁଲିସ୍‌ ୩୦୦ ଗ୍ରାମ୍ ବ୍ରାଉନ୍‌ ସୁଗର ଜବତ କରିଛି। ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ବ୍ରାଉନସୁଗର ବେପାରୀଙ୍କ ଠାରୁ ୯ ଲକ୍ଷ ୪୪ ହଜାର ଟଙ୍କା ପୁଲିସ୍‌ ଜବତ କରିଛି। ୩ ଜଣଙ୍କ ଭିତରୁ ୨ଜଣ ଖୋର୍ଦ୍ଧା ଅଞ୍ଚଳର। ଏହି ଘଟଣାର କିଙ୍ଗପିନ୍ ହାଇଦର […]

egg l
ପୁଣି ବିକ୍ରି ହେଲା ପ୍ଲାଷ୍ଟିକ୍ ଅଣ୍ଡା !

ମାଲକାନଗିରି (ଜିତେନ୍ଦ୍ର ବେଉରା) : ମାଲକାନଗିରିରେ ପୁଣି ପ୍ଲାଷ୍ଟିକ୍‌ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଗତକାଲି ସଦର ମହକୁମାର ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଦୋକାନରୁ ଗଙ୍ଗାଧର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ୪ଟି ଅଣ୍ଡା କିଣିଥିଲେ। ହେଲେ ସେ ଘରେ ଆସି ଅଣ୍ଡା ଭାଙ୍ଗିବା ପରେ ସେଥିରୁ ପ୍ଲାଷ୍ଟିକ୍‌ ସଦୃଶ ଆବରଣ ଦେଖିଥିଲେ। ପରେ ସେ ସେ କେଶରକୁ ଧରିବାରୁ ତାହା ଭାଙ୍ଗି ନଥିଲା। ବଲ୍‌ ଭଳି ହାତରେ ଗଡ଼ିଥିଲା। ଏଥିସହ ଏହି ପ୍ଲାଷ୍ଟିକ୍‌ ଆବରଣକୁ […]

dies
ଗୋଟିଏ ଦିନରେ ଜଳିଲା ପରିବାରର ୩ ଜୁଇ

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଦୁଃଖର ବାଦଲ ମାଡ଼ି ଆସିଲେ କ୍ଷଣକରେ ଚୁନା ହୋଇଯାଏ ସୁନାର ସଂସାର। ନିଜ ଭାଗ୍ୟକୁ ଦୋଷ ଦେବା ଛଡ଼ା ହାତରେ ଆଉ କିଛି ନ ଥାଏ।  ଏପରି ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଏକ ପରିବାର। ଗୋଟିଏ ଦିନରେ ଗୋଟିଏ ଘରୁ ଉଠିଛି ୩ ଜଣଙ୍କ ଶବ। ଏହା ପରିବାରର ସମସ୍ତ ସଦସ୍ୟଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଆଖିରୁ ଶୁଖିଯାଇଛି ଲୁହ। ଉଲୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ପ୍ରଧାନପାଲି ଗାଁରେ ଗୋଟିଏ ଦିନରେ ଓ […]

cm
‘ମୋ ସରକାର’ କାର୍ଯ୍ୟକ୍ରମ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଅକ୍ଟୋବର ଦୁଇ ତାରିଖରୁ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ଥାନା ଓ ହସ୍ପିଟାଲ୍‌ରୁ ନିଆଯିବ ଫିଡବ୍ୟାକ୍। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟର ବିଭିନ୍ନ ଥାନାର ବରିଷ୍ଠ ପୁଲିସ୍ ଅଧିକାରୀ, ଆଇଆଇସିଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେସିଂରେ ଆଲୋଚନା କରିଛନ୍ତି। ଅଭିଯୋଗ ନେଇ ଥାନାକୁ ଆସୁଥିବା ଲୋକଙ୍କୁ କିଭଳି ବ୍ୟବହାର କରାଯିବ ? ମାମଲାର ଅନୁଧ୍ୟାନ କିପରି ହେବ ? ଏହାସହ ତଦନ୍ତ […]

ubera rani
ଓଡ଼ିଆ କିନ୍ନର ହେଲେ ଭାରତର ଏକ ନମ୍ବର ଉବେର ଚାଳକ

ଭୁବନେଶ୍ୱର :  ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଲେ କିନ୍ନର ରାଣୀ। ଭାରତର ୧ ନମ୍ବର ଉବେର ଡ୍ରାଇଭର ହେବାର ସଫଳତା ହାସଲ କରିଛନ୍ତି ରାଣୀ। ଉବେର ପକ୍ଷରୁ ତାଙ୍କୁ  ଏହି ମାନ୍ୟତା ଦିଆଯାଇଛି। ୫ ଷ୍ଟାର ରେଟିଂ ସହ ଦେଶର ଏକ ନମ୍ବର ଉବେର ଚାଳକ ହେଉଛନ୍ତି ରାଣୀ। କିନ୍ନରମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀକୁ ଆଡ଼େଇ ଦୃଢ଼ ଇଚ୍ଛା ଶକ୍ତି ବଳରେ ଏହି ସବୁ ଉପଲବ୍ଧି ହାସଲ କରିବାରେ ସଫଳ ହୋଇଛନ୍ତି ସେ । […]

road romeo
ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ ; ନିସ୍ତୁକ ପିଟିଲେ ଲୋକେ

ବାଲୁଗାଁ ( ଶକ୍ତି ପ୍ରସାଦ ମହାପାତ୍ର) : ରୋଡ୍ ରୋମିଓକୁ ପାନେ। ରାସ୍ତାରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗରେ ଜଣେ ନାବାଳକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକେ। ଘଟଣାସ୍ଥଳରୁ ଅନ୍ୟ ଦୁଇ ନାବାଳକ ଫେରାର ହୋଇଯାଇଥିଲେ। ମିଳିଥିବା ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଗତକାଲି ଟ୍ୟୁସନ ସାରି ଘରକୁ ଫେରୁଥିଲେ ଜଣେ ୧୦ ଶ୍ରେଣୀ ଛାତ୍ରୀ । ବାଟରେ କୁମାରାଙ୍ଗ ଛକରେ ୩ ଜଣ ନାବାଳକ ତାଙ୍କୁ ଅସଦାଚରଣ […]

school
ଅବ୍ୟବସ୍ଥା ଭିତରେ ଆଦର୍ଶ ବିଦ୍ୟାଳୟ; କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ଭିତ୍ତିଭୂମି ଅଭାବ

ଚିତ୍ରକୋଣ୍ଡା /ମାହାଙ୍ଗା : ଯେଉଁ ଲକ୍ଷ୍ୟ ନେଇ ସରକାର ଆଦର୍ଶ ବିଦ୍ୟାଳୟ ଆରମ୍ଭ କରିଥିଲେ, ତାହା ଏବେ ବାଟବଣା। କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ହଷ୍ଟେଲ ସମସ୍ୟା। କେଉଁଠି ଭିତ୍ତିଭୂମି ନାହିଁ। ଏଭଳି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟ। ଫଳରେ ଅଭିଭାବକମାନେ ଆଦର୍ଶ ବିଦ୍ୟାଳୟରେ ସେମାନଙ୍କ ପିଲାଙ୍କୁ ପଢାଇବାକୁ ମନ ବଳାଉ ନାହାନ୍ତି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଓ ଉପଦ୍ରୁତ ସ୍ୱାଭିମାନ ଅଞ୍ଚଳ ପିଲାଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ ପାଇଁ […]

star
୧୨ ବର୍ଷିୟ ଜଗନ୍ନାଥଙ୍କ ଅପୂର୍ବ ଦକ୍ଷତା ; ପାଟି ସାହାଯ୍ୟରେ ବଜାଉଛନ୍ତି ବାଜା

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ) : ଆପଣ ବାଜା ବଜାଇବା ପାଇଁ ଢୋଲ ସାହାଯ୍ୟ ନେବେ। ହେଲେ ବିନା କୌଣସି ବାଦ୍ୟ ଉପକରଣ ସାହାଯ୍ୟରେ ମଧ୍ୟ ଜଣେ ପିଲା ବାଜା ବଜାଇ ପାରୁଛନ୍ତି। ୧୨ ବର୍ଷର ଜଣେ ପିଲା ଛାତିକୁ ପିଟି ପାଟିରେ ବାଜା ବଜାଉଛନ୍ତି। କଥାଟି ଆଶ୍ଟର୍ଯ୍ୟ ଲାଗିଲେ ମଧ୍ୟ ସତ। ବୌଦ୍ଧ ଜିଲ୍ଲା କଣ୍ଟାମାଳର ଏହି କୁନି ପିଲାର ନାଁ ଜଗନ୍ନାଥ ନାୟକ। ସପ୍ତମ ଶ୍ରେଣୀରେ ପଢୁଥିବା ଜଗନ୍ନାଥ ପାଟିରେ ତାଳ, ଲୟ ସହ ବାଜା […]

snake
୧୦ ଫୁଟର ଅଜଗର ଉଦ୍ଧାର

କେନ୍ଦୁଝର  : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍‌ କଟୁପାଲି ଗ୍ରାମରୁ ଉଦ୍ଧାର ହୋଇଛି ପ୍ରାୟ ଦଶ ଫୁଟ ଲମ୍ବର ଏକ ଅଜଗର। ଖାଦ୍ୟ ଅନ୍ୱେଷଣରେ ଆସି ଜଣଙ୍କ ବାଡ଼ିରେ ଲାଗିଥିବା ଜାଲରେ ଅଜଗରଟି ଫସି ଯାଇଥିଲା। ଏହାକୁ ଦେଖି ବ୍ୟକ୍ତି ଜଣକ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ରେଞ୍ଜ ଅଧୀନସ୍ଥ ବାମବାରୀ ସେକ୍ସନର କର୍ମଚାରୀ ଆସି ଅଜଗର ସାପଟିକୁ ଗ୍ରାମରୁ ଉଦ୍ଧାର କରିବା ସହ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି । ଅଜଗର ସାପଟିର ଲମ୍ବ […]

law
ରାଜ୍ୟରେ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ନୂଆ ସଂସ୍କୃତି ଓ ଐତିହ୍ୟ ନୀତି

ଭୁବନେଶ୍ୱର : ରାଜ୍ୟରେ ଖୁବ୍ ଶୀଘ୍ର ନୂଆ ସଂସ୍କୃତି ଓ ଐତିହ୍ୟ ନୀତି କାର୍ଯ୍ୟକାରୀ ହେବ। ଏ ସମ୍ପର୍କରେ ଏକ ବୈଠକ ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ହୋଇଯାଇଛି। ନୀତିରେ ବିଶେଷ କରି ଭବିଷ୍ୟତ ଦୃଷ୍ଟି, ଆଭିମୁଖ୍ୟ, କଳା ଓ ସାଂସ୍କୃତିକ ପର୍ଯ୍ୟଟନ ସମ୍ପର୍କିତ ଗବେଷଣା, ପ୍ରତ୍ନତତ୍ତ୍ୱ, ଭାଷା ଓ ସାହିତ୍ୟର ଗବେଷଣା, ଶିଳ୍ପୀ ତଥା କଳାକାରଙ୍କ ପାଇଁ କଲ୍ୟାଣକାରୀ କାର୍ଯ୍ୟକ୍ରମ, ସଙ୍ଗୀତ ଓ ନୃତ୍ୟର ବିକାଶ ବାବଦରେ ବିସ୍ତୃତ ଭାବେ ଉଲ୍ଲେଖ ରହିବ । ଓଡ଼ିଆ ଭାଷା, […]

shradha
ଆଜିଠୁ ୧୫ ଦିନ ଧରି ପାଳନ କରାଯିବ ପିତୃପକ୍ଷ

ଭୁବନେଶ୍ୱର : ଆଜି ହେଉଛି ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି। ଆଜିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ଧରି ପିତୃପକ୍ଷ ପାଳନ କରାଯିବ। ଯେଉଁ ତିଥିରେ ଯାହାଙ୍କର ପିତୃପୁରୁଷ ମୃତ୍ୟୁବରଣ କରିଥାନ୍ତି, ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି। ତେଣୁ ପ୍ରତ୍ୟେକ ଗୃହସ୍ଥ ନିଜର ପିତୃ ପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି। ପିତୃପକ୍ଷରେ ପୁଅମାନଙ୍କ ହାତରୁ ପାଣି ଟିକେ ପାଇ ତୃପ୍ତ ହେବାକୁ ପିତୃପୁରୁଷ ଚାହିଁ ରହିଥାନ୍ତି। ଏହି ପିତୃପକ୍ଷରେ ତୀର୍ଥ ପୁଷ୍କରିଣୀରେ ତର୍ପଣ […]

truck 4
ନୂଆ ଟ୍ରାଫିକ୍‌ ନିୟମ ; ଟ୍ରକ୍ ଉପରେ ୬ ଲକ୍ଷ ୫୩ ହଜାର ଜରିମାନା !

ସମ୍ବଲପୁର (ସଂଜୟ ଜେନା) : ପୁରା ଦେଶରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ପରେ  ସବୁ ଛକ ଓ ଟ୍ରାଫିକ୍‌ ପୋଷ୍ଟରେ ନିୟମ କଡ଼ାକଡ଼ି ଲାଗୁ ହୋଇଛି। ମୋଟା ରକମର ଫାଇନ୍‌ ମଧ୍ୟ ଆଦାୟ ହେଉଛି । ସ୍କୁଟି ଠାରୁ ନେଇ ଅଟୋ ଓ ଟ୍ରକ୍‌ ଚାଳକ ସମସ୍ତେ ଜରିମାନା ଜାଲରେ ପଡିଛନ୍ତି । ଏବେ ଆଉ ଏକ ଖବର ଆସିଛି ଏହି ଜରିମାନା ଆଦାୟକୁ ନେଇ। ଟ୍ରାଫିକ୍‌ ପରିବହନ ନିୟମ ଉଲ୍ଲଂଘନରେ କଟିଛି ସର୍ବାଧିକ ଚାଲାଣ। […]