• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

cricket
ଭାରତକୁ ୧୪୮ ରନରେ ରୋକିଲା ବାଂଲାଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁ ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବାତିଲ ହେବା ନେଇ ଯେଉଁ ଚର୍ଚ୍ଚା ଲାଗିଥିଲା, ସେଥିରେ ବିରମ ଲାଗିଛି। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭ୍ରମଣକାରୀ ଟିମର ବୋଲରମାନେ ପ୍ରଶଂସନୀୟର ପ୍ରଦର୍ଶନ କରିଥିବା ବେଳେ ଭାରତୀୟ ବ୍ୟାଟ୍ସମ୍ୟାନ୍ ନିରାଶ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୮ ରନ୍ କରିଛି। ଭାରତ […]

swarg
ଜବରଦଖଲକାରୀଙ୍କ କବ୍‌ଜାରେ ସ୍ୱର୍ଗଦ୍ୱାର

ପୁରୀ (ମଧୁସୂଦନ ମିଶ୍ର) : ପୁରୀ ସ୍ୱର୍ଗଦ୍ୱାରର ନବକଳେବର ପାଇଁ ଘୋଷଣା ହୋଇଗଲା। ହେଲେ ଏବେ ବଡ଼ ପ୍ରଶ୍ନ ଦୀର୍ଘବର୍ଷ ଧରି ଜବରଦଖଲକାରୀଙ୍କ କବ୍‌ଜାରେ ଥିବା ସ୍ୱର୍ଗଦ୍ୱାରକୁ ସରକାର ମୁକୁଳାଇବେ କେମିତି ? କେବେଠୁ ଆରମ୍ଭ ହେବ ସ୍ୱର୍ଗଦ୍ୱାର ନବକଳେବର ପାଇଁ କାମ ? ଯେମିତି ତଥାକଥିତ କଠୋରତାର ସହ ବିଜୁଙ୍କ ସ୍ମୃତିପୀଠ ହଟାଇବାର ଘୋଷଣା ହେଲା, ସେଇ ଶକ୍ତିର ସହ ସରକାର ଉଚ୍ଛେଦ କାମକୁ ଆଗକୁ ନେବେ ତ? ତାକୁ ନେଇ ପ୍ରଶ୍ନବାଚୀ ଠିଆ ହୋଇଛି। […]

tiktok
ଟିକ୍‌ଟକ୍‌ ଭିଡିଓ କରି ବିଜୁ ବାବୁଙ୍କୁ ଅପମାନ, ଥାନାରେ ମାମଲା ରୁଜୁ

କଟକ : କଟକ ବିଜୁପଟ୍ଟନାୟକ ଛକ ସ୍ଥିତ ଆନନ୍ଦ ଭବନ ସଂଗ୍ରହାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସହ ବିବାଦୀୟ ଟିକ୍‌ଟକ୍ ଭିଡିଓ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏହାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି।  ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଚୌଦ୍ୱାର-କଟକର କିଛି ବିଜେଡି ନେତା ଓ କର୍ମୀ ଡିସିପିଙ୍କୁ ଦାବି ପତ୍ର ଦେଇଛନ୍ତି ।  ଅନ୍ୟପଟେ ବିବାଦୀୟ ଟିକଟକ୍ କରିଥିବା ଯୁବକଙ୍କୁ ଚିହ୍ନଟ କରାଯାଇଛି ବୋଲି କଟକ […]

rohit
ବାଂଲାଦେଶକୁ ପ୍ରାରମ୍ଭିକ ସଫଳତା, ରୋହିତ୍ ଆଉଟ୍

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଏଠାରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶକୁ ପ୍ରଥମ ଓଭରରେ ବଡ଼ ସଫଳତା ମିଳିଛି। ଭାରତୀୟ ଦଳର କ୍ୟାପଟେନ୍ ରୋହିତ୍ ଶର୍ମା ମାତ୍ର ୯ ରନ୍ କରି ପ୍ରତିପକ୍ଷ ଦଳର ପେସ୍ ବୋଲର ସାଫିଉଲ୍‌ ଇସଲାମଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ରୋହିତ୍ ମ୍ୟାଚର ପ୍ରଥମ ବଲରେ ଚୌକା ମାରି ଶୁଭାରମ୍ଭ କରିଥିଲେ। ଏହା ପରେ ପଞ୍ଚମ […]

fake teacher
ସତ ସ୍କୁଲ୍‌ ମିଛ ଶିକ୍ଷକ

ବ୍ରହ୍ମପୁର : ଧରାପଡିଲେ ୪ ନକଲି ଶିକ୍ଷକ । ଗଂଜାମ ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରୁଥିବା ଅଭିଯୋଗରେ ୪ ଶିକ୍ଷକଙ୍କ ବିରୁଦ୍ଧରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଏମାନେ ହେଲେ ପ୍ରଜ୍ଞା କୁମାରୀ ଗୌଡ଼, ସନ୍ତୋଷ ନାହାକ, ଅମରେଶ ପଣ୍ଡା ଏବଂ ନାରାୟଣ ବେହେରା । ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳିର ଧରାକୋଟ ବ୍ଲକର ଏହି ୪ ଶିକ୍ଷକ ସେମାନେ ଦେଇଥିବା ଶିକ୍ଷାଗତ ସାର୍ଟିଫିକେଟ୍ ଜାଲ୍ ବୋଲି […]

r
ଦାନା ବାନ୍ଧୁଛି କି ଆଉ ଏକ ବାତ୍ୟା ? ୮ ପରଠୁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର :  ଉତ୍ତର ଆଣ୍ଡାମାନ ସାଗର ଉପରେ ଘୁର୍ଣ୍ଣିବଳୟ ଅନୁମାନ କରାଯାଉଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ସୃଷ୍ଟି ହେବ ଏକ ଲଘୁଚାପ କ୍ଷେତ୍ର। କ୍ରମେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨/୩ ଦିନ ମଧ୍ୟରେ ଡିପ୍ରେସନ୍‌ରେ ପରିଣତ ହେବ । ୬/୭ ତାରିଖ ବେଳକୁ ଆକାଶ ମେଘାଛନ୍ନ ରହିବ। ୮/୯ ତାରିଖ ବେଳକୁ ବର୍ଷା ଓ ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି। ସେହିପରି […]

swag
ଆତ୍ମବିଶ୍ୱାସ ଦେଲା ନୂଆ ଜୀବନ : କ୍ୟାନସର ପୀଡିତଙ୍କ ପାଇଁ ପାଲଟିଲେ ପ୍ରେରଣା

କଟକ(ଦେବାଶିଷ ମହାନ୍ତି) : ମୃତ୍ୟୁ ବିଜୟୀ ବାଳିକା ସ୍ୱାଗତିକା।  ମୃତ୍ୟୁ ଅତି ନିକଟରେ ଥାଇ ବି ତାଙ୍କୁ ଛୁଇଁ ପାରିନି।  ଜିଇଁବାର ଜିଦ୍‌ ଆଗରେ ହାରି ଯାଇଛି କାଳ। କଟକ ବିଡ଼ାନାସୀର ସ୍ୱାଗତିକା ଆଚାର୍ଯ୍ୟ।  ଆଇନ ଛାତ୍ରୀ ଭାବେ ନିଜ କ୍ୟାରିୟର ଆରମ୍ଭ କରୁଥିବା ବେଳେ ହଠାତ ତାଙ୍କୁ ସାମ୍ନା କରିବାକୁ ପଡ଼ିଥିଲା କ୍ୟାନସର ସହ।  ୨୦୧୭ରେ ସେ କ୍ୟାନସରରେ ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଓ ପରେ ମୁମ୍ବାଇର ଟାଟା […]

1 delhi
ବିପଜ୍ଜନକ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ ; ନିଶ୍ୱାସ ପ୍ରଶ୍ୱାସ ନେବା ମୁସ୍କିଲ

ନୂଆଦିଲ୍ଲୀ : ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ଚାରିଆଡେ ଧୂଳି ଧୂଆଁର ଆସ୍ତରଣ ପ୍ରଦୂଷଣର ମାତ୍ରା ଏମିତି ସାଂଘାତିକ ସ୍ଥିତିରେ ପହଞ୍ଚିଛି ଯେ, ଦିନରେ ମୁହଁକୁ ମୁହଁ ଦିଶୁନି। ଦିଲ୍ଲୀ ମହାନଗରର କିଛି ଅଞ୍ଚଳରେ ଏୟାର କ୍ୱାଲିଟି ଇନ୍‌ଡେକ୍ସ ୧୨୦୦ ଟପିଛି। ଦିଲ୍ଲୀ ଆନନ୍ଦ ବିହାର ଅଞ୍ଚଳରେ ଏୟାର କ୍ୱାଲିଟି ଇନ୍‌ଡେକ୍ସ ୧୩୫୦ ରେକର୍ଡ କରାଯାଇଥିବା ବେଳେ ଅଶୋକ ବିହାର ଅଞ୍ଚଳରେ ୧୨୯୧ ରେକର୍ଡ କରାଯାଇଛି। ସମଗ୍ର ଦିଲ୍ଲୀ କଥା କହିଲେ, ଏୟାର କ୍ୱାଲିଟି ଇନ୍‌ଡେକ୍ସ ୧୧୪୬ […]

pregnant lady
ଦିବ୍ୟାଙ୍ଗ ଯୁବତୀ ୭ ମାସର ଗର୍ଭବତୀ !

କଳାହାଣ୍ଡି (ରାଜକୁମାର ସିଂହଦେଓ ) : ଦିବ୍ୟାଙ୍ଗ ଯୁବତୀଙ୍କ ସହ ଦୁଷ୍କର୍ମ। ଦିନେ କି ଦୁଇ ଦିନ ନୁହେଁ ଲଗାତାର ଭାବେ ଦିବ୍ୟାଙ୍ଗ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଆଉ ଏବେ ପୀଡ଼ିତା ଜଣକ ୭ ମାସର ଗର୍ଭବତୀ । ଏଭଳି କିଛି ଲୋମହର୍ଷଣକାରୀ ଘଟଣା ଘଟିଛି ଖୋଦ୍ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ  ଜୁନାଗଡ଼ରେ । ସୂଚନା ମୁତାବକ,ସ୍ଥାନୀୟ ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ସହ ଗାଁର ମୁଖିଆ ତଥା […]

bus
ବସ୍‌ରେ ମିଳିଲାନି ସିଟ୍ ; ଧାରଣାରେ ବସିଲେ ଭାଇ-ଭଉଣୀ

ଭଦ୍ରକ :  ବସ୍‌ରେ ମିଳିଲାନି ସିଟ୍।  ଆଉ ତା’ପରେ ଆରମ୍ଭ ହୋଇଗଲା ଆନ୍ଦୋଳନ। ଏପରି କିଛି ଘଟଣା ଘଟିଛି ଭଦ୍ରକ ଇଚ୍ଛାପୁର ଛକରେ। ସୂଚନା ମୁତାବକ ,ଚାନ୍ଦବାଲିରୁ ଏକ ଘରୋଇ ବସ୍‌ରେ ଭାଇ ଭଉଣୀ ଇଚ୍ଛାପୁରକୁ ଆସୁଥିଲେ । ବସ୍ କଣ୍ଡକଣ୍ଟର୍ ସିଟ୍ ଦେବାକୁ କହିଥିଲେ, ହେଲେ ଭିଡ଼ ଯୋଗୁଁ ସିଟ୍ ମିଳିନଥିଲା ଉଭୟଙ୍କୁ। ବସ୍ ଆସି ଯେତେବେଳେ ଇଚ୍ଛାପୁରରେ ପହଞ୍ଚିଲା ସେତେବେଳେ ଭାଇ, ଭଉଣୀ ବସ୍‌ରୁ ଓହ୍ଲାଇ ଆସି ଧାରଣାରେ ବସିଗଲେ। ପାଖାପାଖି ଘଣ୍ଟାଏରୁ ଅଧିକ […]

mokim
'ସୋନିଆଙ୍କୁ କୁହାଯିବ ମୋକିମଙ୍କ ନାଁ'

ଭୁବନେଶ୍ୱର : ରାଜ୍ୟ  କଂଗ୍ରେସରେ ସଭାପତି ପଦକୁ ନେଇ ଦେଖାଦେଇଥିବା କେଁ ଏବେ ଚରମସୀମାରେ ପହଞ୍ଚିଛି।  ପିସିସି ସଭାପତି ପରିବର୍ତ୍ତନ ଆହ୍ୱାନରେ ନୂଆ ମୋଡ଼ ଆସିଛି। ନିରଞ୍ଜନ ବିରୋଧୀ ମେଳିରେ ବିଧାୟକ ମହମ୍ମଦ ମୋକିମଙ୍କ ନାଁରେ ମୋହର ଲଗାଇନ୍ତି ମୋକିମ୍ ସମର୍ଥକ । ଭୁବନେଶ୍ୱରରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନେଇଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ। ସେପଟେ ଖୁବ୍‌ଶୀଘ୍ର ଦିଲ୍ଲୀ ଯାଇ AICC ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପିସିସି ସଭାପତି ପରିବର୍ତ୍ତନ ପ୍ରସ୍ତାବ ଦିଆଯିବ ବୋଲି ରୁଦ୍ଧଦ୍ୱାର ବୈଠକରେ […]

killed
ସ୍ତ୍ରୀକୁ ଅସଦାଚରଣର ପ୍ରତିଶୋଧ ନେଲା ସ୍ୱାମୀ

ଜଗତସିଂହପୁର(ଶଶାଙ୍କ ପଣ୍ଡା)  : ସ୍ତ୍ରୀକୁ ବାରମ୍ବାର ଅସଦାଚରଣ ଉଦ୍ୟମ କରିବାରୁ ସୁପାରି ଦେଇ ଅଭିଯୁକ୍ତକୁ ହତ୍ୟା କରାଇଲା ସ୍ୱାମୀ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ କରିଛି ଜଗତସିଂହପୁର ପୁଲିସ। ଏହା ସହିତ ଦୁଇ ସୁପାରି କିଲର୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜଗତସିଂହପୁର ଏସ୍‌ପିଙ୍କ ସୂଚନା ଅନୁସାରେ, ତିର୍ତ୍ତୋଲ ଥାନା ଜଜାଙ୍ଗ ଗାଁର ରଶ୍ମିରଂଜନ ସ୍ୱାଇଁ ସେହି ଗାଁର ଜଣେ ମହିଳାଙ୍କୁ ବାରମ୍ବାର ହଇରାଣ କରୁଥିଲା।  ଏପରିକି ରାତିରେ ସେହି ମହିଳାଙ୍କ ଘରେ ପ୍ରବେଶ […]

male
ପୁରୁଷ ହକି ଟିମ୍‌କୁ ଅଲିମ୍ପିକ୍ସ ଟିକେଟ୍‌

ଭୁବନେଶ୍ୱର : ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଇତିହାସ ସୃଷ୍ଟି କରିଛନ୍ତି ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଅଲିମ୍ପିକ କ୍ୱାଲିଫାୟର ମ୍ୟାଚରେ ଦମଦାର ବିଜୟ ସହ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ୨୦୨୦ ଟୋକିଓ ଟିକେଟ୍‌ ହାସଲ କରିଛନ୍ତି। ଆଜି ସନ୍ଧ୍ୟାର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୧-୪ରେ ଆମେରିକା ଠାରୁ ପରାସ୍ତ ହୋଇଥିଲେ ହେଁ ଗତକାଲିର ବିଜୟ ଗୋଲ ବ୍ୟବଧାନ ଦୃଷ୍ଟିରୁ ରାନୀ […]

festival
ଡିସେମ୍ବର ୧୪ରୁ ‘ମେରାଇନ୍ ଡ୍ରାଇଭ ଇକୋ ରିଟ୍ରିଟ୍ ’ଫେଷ୍ଟିଭାଲ

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୧୪ ତାରିଖରୁ ଏକମାସ ଧରି ଆନ୍ତର୍ଜାତିକସ୍ତର ଉତ୍ସବ ‘ମେରାଇନ୍ ଡ୍ରାଇଭ ଇକୋ ରିଟ୍ରିଟ୍’ ଫେଷ୍ଟିଭାଲ ଅନୁଷ୍ଠିତ ହେବ। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ କୋଣାର୍କଠାରୁ ୮କିମି ଦୂରରେ ଏହି ଫେଷ୍ଟିଭାଲ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଏହି ଫେଷ୍ଟିଭାଲର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରମୁଖ ଆକର୍ଷଣ ହେବ। ଏହି ଏକମାସର ଫେଷ୍ଟିଭାଲରେ ପର୍ଯ୍ୟଟକଙ୍କ ରହିବା ପାଇଁ ବିଳାସପୂର୍ଣ୍ଣ ଟେଣ୍ଟ, ସାଂସ୍କୃତିକ କାର୍ଯ୍ୟକ୍ରମ, […]

tweeter
ଭାରତୀୟ ମହିଳା ହକି ଟିମ୍‌କୁ ଅଲିମ୍ପିକ୍ସ ଟିକେଟ୍

ଭୁବନେଶ୍ୱର: ଭାରତୀୟ ମହିଳା ହକି ଟିମ୍‌କୁ ଅଲିମ୍ପିକ୍ସ ଟିକେଟ୍ । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା FIH କ୍ୱାଲିଫାଇଂ ଦ୍ୱିତୀୟ ମ୍ୟାଚରେ ପରାଜୟ ସତ୍ତ୍ୱେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି ମହିଳା ଟିମ୍। ଆଜିର ମ୍ୟାଟ୍‌ରେ ଆମେରିକା ଗତକାଲି ତ୍ରୁଟି ସୁଧାରି ଉନ୍ନତ ପ୍ରଦର୍ଶନ ସହ ଭାରତକୁ ୪-୧ ଗୋଲରେ ହରାଇଥିଲା। ତେବେ ପରାଜୟ ସତ୍ତ୍ୱେ ଅଧିକ ଗୋଲ ବଳରେ ଭାରତ ଅଲିମ୍ପିକ୍ ଟିକେଟ ପାଇଛି। ୨ଟି ମ୍ୟାଟ୍‌ରେ ଭାରତ ୬ଟି ଗୋଲ୍ କରି […]

lulu wife
ମୁହଁ ଖୋଲିଲେ ଲୁଲୁ ମହାପାତ୍ରଙ୍କ ପତ୍ନୀ ନମିତା

ଭୁବନେଶ୍ୱର : କଂଗ୍ରେସର ଦିବଂଗତ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପତ୍ନୀ ନମିତା ସାହୁ ଅସୁସ୍ଥ ଅଛନ୍ତି। ଏପରି ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହାକୁ ନେଇ ଆଜି ମୁହଁ ଖୋଲିଛନ୍ତି ନିଜେ ନମିତା। ସେ କହିଛନ୍ତି,“ମୋ’ ଦିଅର ତଥା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ନିର୍ବାଚନ ଜିତିବା ପରେ ଅସହିଷ୍ଣୁ ହୋଇ ପୂର୍ବତନ ବିଧାୟକଙ୍କ ସହ ମିଶି କେତେକ ଲୋକ ମୋ’ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମିଛ ପ୍ରଚାର କରୁଛନ୍ତି। ଯାହାକୁ ମୁଁ ନିନ୍ଦା କରୁଛି।” ଅନ୍ୟପକ୍ଷରେ […]

new map
ସରକାର ଜାରି କଲେ ଭାରତର ନୂଆ ମାନଚିତ୍ର

ନୂଆଦିଲ୍ଲୀ: ବିଧିବଦ୍ଧ ଭାବେ ଜମ୍ମୁ-କଶ୍ମୀର ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ ହେବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଭାରତର ନୂଆ ମାନଚିତ୍ର ଜାରି କରିଛି। ଗତ ଅକ୍ଟୋବର ୩୧ ତାରିଖରେ ହିଁ ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ହରାଇବା ସହ ଏହା ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି। ଗତ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ସ୍ୱତନ୍ତ୍ର ୩୭୦ ଧାରା ଉଚ୍ଛେଦ କରାଯାଇଥିଲା। ଏହାର ପ୍ରାୟ ୩ […]

sivan
ଚନ୍ଦ୍ରପୃଷ୍ଠ ଦକ୍ଷିଣ ମେରୁରେ ପୁଣି ଥରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ହେବ ପ୍ରୟାସ

ନୂଆଦିଲ୍ଲୀ : ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପୁଣି ଥରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ହେବ ପ୍ରୟାସ। ପ୍ରଥମ ଥର ଏହା ବିଫଳ ହୋଇଥିବାରୁ ପୁଣିଥରେ ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ କରିବା ଦିଗରେ କାର୍ଯ୍ୟ ଜାରି ରହିଛି ବୋଲି ଇସ୍ରୋ ମୁଖ୍ୟ କେ. ଶିବନ କହିଛନ୍ତି। ଦିଲ୍ଲୀ ଆଇଆଇଟିର ବାର୍ଷିକ ଉତ୍ସବରେ ଯୋଗଦେଇ ଶିବନ କହିଛନ୍ତି ଯେ, ପ୍ରଥମ ଥର ହୋଇଥିବା ଉଦ୍ୟମ ଓ ଏହାର ବିଫଳତାରୁ ଇସ୍ରୋ ଅନେକ କିଛି ଶିକ୍ଷା ଲାଭ କରିଛି। ଏଣୁ ସେହି […]

van fire
ଦିଲ୍ଲୀରେ ପୁଲିସ-ଓକିଲ ଖଣ୍ଡ ଯୁଦ୍ଧ

ଦିଲ୍ଲୀ: ଶନିବାର ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ସାମ୍ନାରେ ପୁଲିସ୍‌ ଏବଂ ଓକିଲଙ୍କ ମଧ୍ୟରେ ତୁମୂଳ କାଣ୍ଡ ଦେଖିବାକୁ ମିଳିଛି। ଏହି ସମୟରେ ଗୁଳି ଫୁଟାର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା। ଏଥିରେ ଜଣେ ଓକିଲ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କୁ ତୁରନ୍ତ ସେଣ୍ଟ ଷ୍ଟିଫେନ୍‌ ହସ୍ପିଟାଲ ନିଆଯାଇଛି। ଓକିଲମାନେ ଅଭିଯୋଗ ଆଣିଛନ୍ତି ଥାର୍ଡ ବାଟାଲିଅନ୍‌ ପୁଲିସ୍‌ ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି। ସେମାନେ କହିବା ଅନୁଯାୟୀ, କିଛି ଓକିଲ ଏବଂ ପୁଲିସ୍‌ମାନଙ୍କ ମଧ୍ୟରେ ପାର୍କିଂକୁ […]

ranga
ଆସିଲା ବିବାଦୀୟ ରଙ୍ଗମହଲର ନୂଆ କାହାଣୀ

ଯାଜପୁର: ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ପରଠୁ ବିବାଦୀୟ ହୋଇପଡ଼ିଥିବା ରଙ୍ଗମହଲର ନୂଆ କାହାଣୀ । ତୋଷାମଦ, ଷଡ଼ଯନ୍ତ୍ର ଆଉ ଦୁର୍ନୀତିର ମୁଖଶାଳା ସାଜିଥିବାର ସାଂଘାତିକ ଅଭିଯୋଗ ।  କେବେ ରଙ୍ଗମହଲକୁ ପ୍ରଶାସନ ଭାଙ୍ଗିଛି ତ ଆଉ କେବେ ପୁଣି ମୁଣ୍ଡ ଟେକିଛି ୬ ଶହ ୫୦ ବର୍ଗଫୁଟ୍‌ରେ। ଏହି ତଥାକଥିତ ଗେଷ୍ଟହାଉସ୍ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛି ବିଜେପି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅଭିଯୋଗ କରିଛନ୍ତି ଯେ, […]

sudarshan
ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପାଇବେ ଇଟାଲିଆନ ଗୋଲଡେନ ସ୍ୟାଣ୍ଡ ଆୱାର୍ଡ଼

ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପାଇବେ ଇଟାଲିଆନ ଗୋଲଡେନ ସ୍ୟାଣ୍ଡ ଆୱାର୍ଡ। ଆସନ୍ତା ନଭେମ୍ବର ୧୩ରୁ ୧୮ତାରିଖ ପର୍ଯ୍ୟନ୍ତ ଇଟାଲୀରେ ହେବାକୁ ଥିବା ଏକ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲରେ ଏହି ଆୱାର୍ଡ ପ୍ରଦାନ କରାଯିବ। ଏହି ଆୱାର୍ଡ ପାଇବା ପାଇଁ ସୁଦର୍ଶନଙ୍କୁ ନିମନ୍ତ୍ରଣ କରାଯାଇଛି। ବିଦେଶ ମାଟିରେ ଏଭଳି ଏକ ସମ୍ମାନ ପାଇଁ ମନୋନୀତ କରାଯାଇଥିବାରୁ ବେଶ୍ ଖୁସି ଥିବା କହିଛନ୍ତି ସୁଦର୍ଶନ ପଟ୍ଟନାୟକ।

raja swain
ଶବ କାନ୍ଧେଇଲେ ମନ୍ତ୍ରୀ

ଆଠଗଡ଼ : ଶବ କାନ୍ଧେଇଲେ ବରିଷ୍ଠ ମନ୍ତ୍ରୀ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।  ଆଠଗଡ଼ର ପୂର୍ବତନ ନଗରପାଳ ପ୍ରମଥ ଚନ୍ଦ୍ର ମିଶ୍ର ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ୬୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବାବେଳେ, ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆଠଗଡ ନିର୍ବାଚନ ମଣ୍ଡଳୀର ବହୁ ନେତା, କର୍ମୀ ଓ ସାଧାରଣ ଜନତା ମଧ୍ୟ ଯୋଗ ଦେଇଥିଲେ । ପ୍ରମଥ ଚନ୍ଦ୍ର ମିଶ୍ର ଆଠଗଡ଼ର […]